ଦେଖନ୍ତୁ ଭିଡ଼ିଓ : ନୂଆ ଗଭର୍ଣ୍ଣରଙ୍କୁ ଷ୍ଟେଜରେ ବ୍ୟକ୍ତି ଜଣକ ମାରିଲେ ଚାପୁଡ଼ା, କାରଣ ଜାଣିଲେ ଆପଣ ହସିହସି ଗଡ଼ିଯିବେ

ଇରାନରେ ଜଣେ ବ୍ୟକ୍ତି ପ୍ରାନ୍ତୀୟ ଗଭର୍ଣ୍ଣରଙ୍କୁ ଷ୍ଟେଜ ଉପରେ ଚଢ଼ି ଚାପୁଡ଼ା ମାରିଦେଲେ। କିନ୍ତୁ ଏହାର କାରଣ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତି ଜଣକ ପ୍ରାନ୍ତୀୟ ଗଭର୍ଣ୍ଣରଙ୍କ ଏହିକଥାରେ ନାରାଜ ଥିଲା, କାରଣ ବ୍ୟକ୍ତିର ପତ୍ନୀଙ୍କୁ ଜଣେ ପୁରୁଷ ଡ଼କ୍ଟର କରୋନା ଭ୍ୟାକ୍ସିନ ଲଗାଇଥିଲେ। ଗଭର୍ଣ୍ଣର ଏହିସମୟରେ ଶପଥ ନେଉଥିଲେ। ଅବେଦିନ ଖୋରାମଙ୍କୁ ଉତ୍ତର ପଶ୍ଚିମ ଇରାନରେ ପୂର୍ବ ଆଜରବାଇଜନ ପ୍ରାନ୍ତର ଗଭର୍ଣ୍ଣର ନିଯୁକ୍ତି କରାଯାଇଥିଲା। ଏବେ ଏହି ଚାପୁଡ଼ା ମାରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ଲୋକେ ଏହାକୁ ବହୁତ ମଜାର ସହିତ ଦେଖୁଛନ୍ତି।

ଫାରସ ନ୍ୟୁଜ ଏଜେନ୍ସି ମୁତାବିକ, ଗଭର୍ଣ୍ଣର ଶପଥ ଗ୍ରହଣ କରୁଥିବା ସମୟରେ ଆର୍ମଡ଼ ଫୋର୍ସର ଏକ ସଦସ୍ୟ ତାଙ୍କୁ ଚାପୁଡ଼ା ମାରିଥିଲେ। ଖୋରାମ ଆଇଆରଜିସିର ଏକ ପୂର୍ବ ପ୍ରାନ୍ତୀୟ କମାଣ୍ଡର ଅଟନ୍ତି ଓ କଥିତ ରୂପରେ ସିରିୟା ବିଦ୍ରୋହ ବଳ ଦ୍ୱାରା ତାଙ୍କର ପୂର୍ବରୁ ଅପହରଣ ମଧ୍ୟ ହୋଇସାରିଛି।

ନିଜର ଉଦ୍ଘାଟନୀ ଭାଷଣ ଦେବାକୁ ଯେମିତି ଖୋରାମ ଷ୍ଟେଜ ଉପରକୁ ଆସିଛନ୍ତି ସେତେବେଳେ ବ୍ୟକ୍ତି ଜଣକ ଆସି ତାଙ୍କୁ ଚାପୁଡ଼ା ମଧ୍ୟ ମାରିଛନ୍ତି। ଚାପୁଡ଼ା କାରଣରୁ ଏହି ଶବ୍ଦ ବହୁତ ଜୋରରେ ଗୁଞ୍ଜରିତ ହୋଇଥିଲା କାରଣ ଏହିସମୟରେ ମାଇକ ଅନ ଥିଲା।

ଚାପୁଡ଼ା ମାରିଥିବା ଏଥିପାଇଁ ନାରାଜ ଥିଲା କାରଣ ତାଙ୍କ ପତ୍ନୀଙ୍କୁ ଜଣେ ପୁରୁଷ ଡ଼କ୍ଟର ଟୀକା ଦେଇଥିଲେ। ଚାପୁଡ଼ା ମାରିବାପରେ ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଘୋଷାଡ଼ି ନେଇଥିଲେ।

Leave a Reply

Your email address will not be published. Required fields are marked *