ସରକାରୀ କର୍ମଚାରୀଙ୍କୁ ଲଗାମ : ଏଥର ହାତରେ ରହିବ ସ୍ମାର୍ଟୱାଚ,କାର୍ଯ୍ୟକଳାପକୁ ଟ୍ରାକ୍‌ କରିବେ ସରକାର

ସରକାରୀ କର୍ମଚାରୀମାନେ ପିନ୍ଧିବେ ସ୍ମାର୍ଟ ଓ୍ଵାଚ। ଯାହାଦ୍ୱାରା ତାଙ୍କର କାର୍ଯ୍ୟ କଳାପ ଉପରେ ସରକାରଙ୍କର ନଜର ରହିପାରିବ। ହରିୟାଣା ସରକାର ଏମିତି ନିୟମ କରିବାକୁ ଯାଉଛନ୍ତି। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶନିବାର ଦିନ ସୋହାନାର ସର୍ମାଥଳାରେ ଏକ ବିକାଶ ର‍୍ୟାଲିକୁ ସମ୍ବୋଧନ କରିବା ସମୟରେ ଏହିକଥା କହିଛନ୍ତି ।

ଅଫିସ ସମୟରେ ସରକାରୀ କର୍ମଚାରୀଙ୍କର ଉପସ୍ଥିତି ଓ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସ୍ମାର୍ଟ ଓ୍ଵାଚ ପିନ୍ଧିବା ପାଇଁ ସରକାର ଖୁବ ଶୀଘ୍ର ନିୟମ କରିବାକୁ ଯାଉଛନ୍ତି ।

ମୁଖ୍ୟମନ୍ତ୍ରୀ ଖଟ୍ଟର ଏହା ମଧ୍ୟ କହିଛନ୍ତିଯେ GPS ଥିବା ସ୍ମାର୍ଟ ଓ୍ଵାଚ ବାୟୋମେଟ୍ରିକ ମେଶିନ ସ୍ଥାନ ନେବ। ଯେହେତୁ କରୋନା ଭାଇରସ କାରଣରୁ ବାୟାମେଟ୍ରିକ ମେଶିନକୁ ବନ୍ଦ କରାଯାଇଛି ତାହା ସ୍ଥାନରେ ଏହି ସ୍ମାର୍ଟ ଓ୍ଵାଚ କାମ କରିବ।

ରାଜ୍ୟ ସରକାର ବାୟୋମେଟ୍ରିକ ସିଷ୍ଟମକୁ ହଟାଇବାକୁ ଚାହୁଁଛନ୍ତି। କାରଣ ଏହା କରୋନା ସଂକ୍ରମଣ ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି କରୁଅଛି। ଏହି ସ୍ମାର୍ଟ ଓ୍ଵାଚ ଦ୍ୱାରା ସରକାରୀ କର୍ମଚାରୀଙ୍କର ଉପସ୍ଥାନ ଉପରେ ନଜର ରଖିବା ସହିତ ସେମାନେ କତେବେଳେ କ’ଣ କରୁଛନ୍ତି କୁଆଡେ ଯାଉଛନ୍ତି ତାହା ଉପରେ ମଧ୍ୟ ଭଲ ଭାବରେ ନଜର ରଖିହେବ। କହିବାକୁ ଗଲେ ଏହି ସ୍ମାର୍ଟ ଓ୍ଵାଚ ସରକାରୀ କର୍ମଚାରୀମାନଙ୍କୁ ଏକ ପ୍ରକାର ଲଗାମ ଦେବ।

Leave a Reply

Your email address will not be published. Required fields are marked *