ଷ୍ଟୋନ ଅପରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯୁବକ,କିନ୍ତୁ ଡ଼କ୍ଟର କାଢ଼ିନେଲେ କିଡ଼ନୀ,ଛଟପଟ ହୋଇ ଯୁବକଙ୍କର ମୃତ୍ୟୁ,ଜାଣନ୍ତୁ ପୁରା ଘଟଣା

ଗୁଜୁରାଟରୁ ଏକ ହଇରାଣ କରି ଦେବାପରି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଡ଼କ୍ଟର ରୋଗୀଙ୍କ ଷ୍ଟୋନ ବଦଳରେ କିଡ୍ନୀ ବାହାର କରିଦେଲେ। ଏଥିରେ ରୋଗୀର ମୃତ୍ୟୁ ହୋଇଯାଇଥିଲା। ଏହି ମାମଲା ଗୁଜୁରାଟ ଷ୍ଟେଟ କଂଯ୍ୟୁମର ଡ଼ିସପ୍ୟୁଟ କମିଶନଙ୍କ ପାଖରେ ପହଞ୍ଚିଥିଲା। ଏହି କମିଶନ ଵାଲାସିନୋର ହସ୍ପିଟାଲକୁ ରୋଗୀଙ୍କ ପରିବାରକୁ 11 ଲକ୍ଷ ଟଙ୍କା ଦେବାକୁ ଆଦେଶ ଦେଇଥିଲେ। ଏହି ମାମଲା 2012 ମସିହାର ଅଟେ।

ଏହି ଯୁବକର ଷ୍ଟୋନ ବାହାର କରିବା ପାଇଁ ଚିକିତ୍ସା କରାଯାଉଥିଲା କିନ୍ତୁ ବାମପଟର କିଡ୍ନୀ ବାହାର କରି ନେବାପରେ ଯୁବକଙ୍କର ମୃତ୍ୟୁ ହୋଇଗଲା। ଏହିସମୟରେ ଘଟଣାଟି ସେତେବେଳେ ପ୍ରକାଶ ପାଇଲା ଯେତେବେଳେ ଦ୍ଵିତୀୟ ହସ୍ପିଟାଲ ଡ଼କ୍ଟର ମାନେ କହିଲେ ମୃତ୍ୟୁର କାରଣ କଣ ଥିଲା।

ଷ୍ଟୋନ ଅପରେଶନ ଚାଲିଥିବା ସମୟରେ ଏହିପରି ବାହାର କରାଗଲା କିଡ୍ନୀ:-

ଏହି ମାମଲାରେ ଗୁଜୁରାଟର ମହିସାଗର ହସ୍ପିଟାଲ ଉପରେ ଏକ ବଡ଼ ଆରୋପ ଆସିଛି। ହସ୍ପିଟାଲ ସେହି ମୃତ ବ୍ୟକ୍ତିର ପରିବାରକୁ 11 ଲକ୍ଷ ଟଙ୍କା ଭରଣା କରିବ। ସୂଚନା ଅନୁସାରେ ମୃତକ ଦେବେନ୍ଦ୍ରଭାଇ ରାବଲଙ୍କୁ କିଡ୍ନୀ ଷ୍ଟୋନ ବାହାର କରିବା ପାଇଁ 2011 ମସିହାରେ ବାଲାସିନୋର ର କେଏମଜି ଜେନେରାଲ ହସ୍ପିଟାଲରେ ଆଡ଼ମିଟ କରାଗଲା।

ମାମଲାରେ ମୃତକଙ୍କ ଏକ ସମ୍ପର୍କୀୟ ଶୁଣାଣି କରି ଗୁଜିରାଟ ଷ୍ଟେଟ କଂଯ୍ୟୁମର ଜନେରାଲ ହସ୍ପିଟଙ୍କୁ 11.23 ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ଦେବାପାଇଁ ଘୋଷଣା କରାଯାଇଥିଲା। ଏତିକି ନୁହେଁ ପ୍ୟାନେଲ ମାନିଥିଲା ନିଜ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ହସ୍ପିଟାଲ ମଧ୍ୟ ଭାଗିଦାରୀ ଅଟେ।

ଏହି ରୋଗୀଙ୍କୁ 15 ମିମି ଷ୍ଟୋନ ଥିଲା:-

ଗୁଜୁରାଟ ର ଖେଡ଼ା ଜିଲ୍ଳା ବଙ୍ଗରୋଲି ଗ୍ରାମରେ ରହୁଥିବା ଦେବେନ୍ଦ୍ରଭାଇ ରାବଲଙ୍କୁ ମେ 2021 ଦିନରେ ଅଚାନକ ପିଠି ଯନ୍ତ୍ରଣା ଓ ପରିଶ୍ରା କରିବାରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ଯଥାଶୀଘ୍ର କେଏମଜି ଜେନେରାଲ ହସ୍ପିଟାଲରେ ଡ଼କ୍ଟରଙ୍କୁ ଦେଖାଗଲା। ଏହାପରେ ତାଙ୍କର ବାମପଟ ଗୁରଦାରେ 15 ମିମି ର ଷ୍ଟୋନ ନଜର ଆସିଥିଲା। ଏହାପରେ ଦେବେନ୍ଦ୍ରଭାଇଙ୍କ ଅପରେଶନ ସେପ୍ଟେମ୍ବର 3 ତାରିଖ 2011 ରେ କରାଯାଇଥିଲା। ଅପରେଶନ କରିବାପରେ ଡ଼କ୍ଟର ରୋଗୀଙ୍କ ପରିବାରକୁ ଏହା କହିଥିଲେ ଯେ, ରୋଗୀର ବାମ କିଡ୍ନୀକୁ ବାହାର କରିବାକୁ ହେବ। ଡ଼କ୍ଟର କହିଥିଲେ, ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଏହା କରିବାକୁ ହେବ।

ଅପରେଶନ ହେବାପରେ ସାମ୍ନାକୁ ଆସିଲା ଚିନ୍ତା:-

ଅପରେଶନ ହେବାପରେ ରୋଗୀଙ୍କୁ ୟୁରିନ ପାସ କରିବାରେ ବହୁତ ଚିନ୍ତାର ସାମ୍ନା କରିବାକୁ ପଡ଼ୁଥିଲା। ଏହାପରେ ଦେବେନ୍ଦ୍ର ରାବଲଙ୍କ ଚିକିତ୍ସା ପାଇଁ ନଡିଆଦର ଏକ କିଡ୍ନୀ ହସ୍ପିଟାଲରେ ଆଡ଼ମିଟ କରାଗଲା। ଏଠାରୁ ତାଙ୍କୁ ଅହମ୍ମଦାବାଦରେ ଇନ୍ଷ୍ଟିଚ୍ୟୁଟ ଅଫ କିଡ୍ନୀ ଡ଼ିଜିଜ ଆଣ୍ଡ ରିସର୍ଚ୍ଚ ସେଣ୍ଟରକୁ ରେଫର କରାଗଲା। ଏଠାରେ ଜାନୁଆରୀ 8 ତାରିଖ 2012 ରେ ତାଙ୍କର ମୃତ୍ୟୁ ହୋଇଗଲା।

Leave a Reply

Your email address will not be published. Required fields are marked *