“ସେ ମୋର ପତ୍ନୀଙ୍କୁ ଜେଲ ପଠେଇ ଦେବେ,ଛୁଆକୁ ମାରିଦେବେ”, ସାତ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ଲେଖି ପଙ୍ଖାରେ ଝୁଲି ପଡିଲେ ବ୍ୟକ୍ତିଜଣକ,ଆଉ ତା ପରେ ..ଜାଣନ୍ତୁ ପୁରା ଘଟଣା

ଆତ୍ମହତ୍ୟା ସମସ୍ତ ସମସ୍ୟାର ସମାଧାନ ନୁହେଁ, କିନ୍ତୁ ଯେତେବେଳେ ମଣିଷ ଅସହ୍ୟ ହୋଇପଡେ ସେତେବେଳେ ଜୀଵନ ସମାପ୍ତ କରିବା ଶେଷ ବୋଲି ଭାବେ|ଏଵେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ସାହିବାବାଦର ଏହି ମାମଲା ଦେଖି ନିଅନ୍ତୁ|ଏଠାରେ ଡିଏଲ୍ଏଫ କଲୋନୀରେ ରହୁଥିବା ବିଲ୍ଡର ଧର୍ମେନ୍ଦ୍ର କୁମାର ସୁଧଖୋରର ଧମକରେ ପରେସାନ ହୋଇ ଆତ୍ମହତ୍ୟା କରିଥିଲେ|୧୯ ଅକ୍ଟୋବର ମଙ୍ଗଳବାର ତାଙ୍କ ଶବ ପଙ୍ଖାରେ ଝୁଲୁଥିଲା ଓ ଏହାସହ ୭ ପେଜର ଆତ୍ମହତ୍ୟା ନୋଟ ମିଳିଲା|

ଆତ୍ମହତ୍ୟା ନୋଟରୁ ଜଣାପଡିଲା ଯେ ଧର୍ମେନ୍ଦ୍ର ଦୁଇଜଣ ସୁଧଖୋର ଠାରୁ ୩ ଲକ୍ଷ ଟଙ୍କା କରଜ କରିଥିଲେ|ସେମାନେ କରଜ ପରିବର୍ତ୍ତେ ୧୦% ସୁଧ ହାରରେ ନେଉଥିଲେ|ଯେତେବେଳେ କରଜ ଶୁଝିବାରେ ବିଳମ୍ବ ହେଲା ସେମାନେ ଦବାବ ଦେଲେ|ସେମାନେ ଧମକ ଦେଲେ ଯେ ଯଦି ଧର୍ମେନ୍ଦ୍ର ଟଙ୍କା ନ ଦିଅନ୍ତି ତେଵେ ପତ୍ନୀଙ୍କ ଉପରେ ମିଥ୍ୟା ଆରୋପ କରି ଜେଲ ପଠେଇଦେବେ ଓ ଛୁଆ ଦୁହିଁଙ୍କୁ ମାରିଦେଵେ|

ଧର୍ମେନ୍ଦ୍ର ମୁଖ୍ୟତଃ ମେରଠର ବାସିନ୍ଦା ଅଟନ୍ତି|ସେ ପରିବାର ସହ ଗାଜିଆବାଦର ସାହିବାବାଦର ଡିଏଲ୍ଏଫ କଲୋନୀ ବ୍ଲକ ଏ ରେ ରହୁଥିଲେ|ତାଙ୍କ ତିନି ମହଲା କୋଠାରୁ ଦୁଇଟି ଭଡା ଦିଆଯାଇଥିଲା|ତାଙ୍କ ପତ୍ନୀ ଓ ଦୁଇ ପୁଅ ଅଛନ୍ତି|ତାଙ୍କ ଵଡ ପୁଅ ଫରିଦାବାଦରେ ଏୟାର ଟିକଟିଙ୍ଗ କୋର୍ସ କରୁଛନ୍ତି|ଯେତେବେଳେ ସେ ଆପତ୍ମହତ୍ୟା କଲେ ସେତେବେଳେ ଘରେ କେହି ନଥିଲେ|ତାଙ୍କ ପତ୍ନୀ ଓ ଛୋଟ ପୁଅ ନିଜର ଘରକୁ ଯାଇଥିଲେ|

କୁହାଯାଏ ଯେ ଧର୍ମେନ୍ଦ୍ର କିଛି ଦିନ ଧରି ଚିନ୍ତାରେ ଥିଲେ|ଏଥିପାଇଁ ସେ ପଙ୍ଖାରେ ଆତ୍ମହତ୍ୟା କରିଥିଲେ|ତାଙ୍କ ଆତ୍ମହତ୍ୟା ସୂଚନା ପଡୋଶୀ ଧର୍ମେନ୍ଦ୍ର ଭାଇ ଦୀପକ ଦେଇଥିଲେ|ଦୀପକ ତାଙ୍କ ପତ୍ନୀଙ୍କୁ ଖବର ବତାଇଲେ|ତାଙ୍କ ଶବ ପୋଲିସ ବ୍ୟବଚ୍ଛେଦ କରି ପରିଜନକୁ ଦେଲେ|

ତାଙ୍କ ଦୁଇ ପୁଅ ଓ ପତ୍ନୀ ଆରୋପି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରିଛନ୍ତି|ସେ କହିଛନ୍ତି ତିନି ବର୍ଷ ପୂର୍ବେ ଧର୍ମେନ୍ଦ୍ର ଲୋନୀ ରିସ୍ତଲ ଗାଁ ବାସିନ୍ଦା ପ୍ରବୀଣ ଓ ନରେଶ ଠାରୁ କିଛି କାମ ପାଇଁ ତିନି ଲକ୍ଷ ଟଙ୍କା ଲୋନ ଆଣିଥିଲେ|ସେମାନେ ୧୦% ହାରରେ ସୁଧ ନେବା ସତ୍ତ୍ୱେ ଚାପ ସୃଷ୍ଟି କରୁଥିଲେ|ସେମାନେ ବହୁବାର ତାଙ୍କ ଉପରେ ହଇରାଣ ମଧ୍ୟ କରୁଥିଲେ|

Leave a Reply

Your email address will not be published. Required fields are marked *