ଭାରତ-ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆଠାରୁ ଦୂରେଇ ରହିବେ ଟେନିସ ତାରକା ସାନିଆ ମିର୍ଜା, ଜାଣନ୍ତୁ ଏହା ପଛର କାରଣ କଣ

ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ସର୍ବଦା ଦେଶବାସୀମାନଙ୍କ ମଧ୍ୟରେ ସବୁବେଳେ ଉତ୍କଣ୍ଠା ରହିଥାଏ। ଆସନ୍ତା ୨୪ ତାରିଖରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ନନ୍ଦୀ ମୁହାଁମୁହିଁ ହେବେ। ତେବେ ଟି-୨୦ ବିଶ୍ୱକପ ମ୍ୟାଚ ଦିନ ଭାରତର ଟେନିସ ଖେଳାଳି ସାନିଆ ମିର୍ଜା ସୋସିଆଲ ମିଡିଆଠାରୁ ଦୂରରେ ରହିବା ପାଇଁ ଯୋଜନା କରୁଛନ୍ତି। ଭାରତ ପାକିସ୍ତାନ ମ୍ୟାଚ ଦିନ ସୋସିଆଲ ମିଡିଆରେ ସୃଷ୍ଟି ହେଉଥିବା ଖରାପ ପରିବେଶ କାରଣରୁ ସେ ଏମିତି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦୁଇ ବର୍ଷ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଅକ୍ଟୋବର ୨୪ ତାରିଖରେ ଦୁଇ ଦେଶ ମଧ୍ୟରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ସାରା ବିଶ୍ୱରେ କ୍ରିକେଟ ପ୍ରଶଂସକମାନେ ଅପେକ୍ଷା କରି ବସିଛନ୍ତି। ତେବେ ମ୍ୟାଚ ପୂର୍ବୂରୁ ଇନଷ୍ଟାଗ୍ରାମରେ ଏକ ରିଲକୁ ସେୟାର କରି ସାନିଆ ମିର୍ଜା ଲେଖିଛନ୍ତିକି, ‘ଭାରତ ବନାମ ପାକିସ୍ତାନ ମ୍ୟାଚ ଦିନ ମୁଁ ସୋସିଆଲ ମିଡିଆରୁ ଗାଏବ ରହିବି।

View this post on Instagram

A post shared by Sania Mirza (@mirzasaniar)

ସେ ରିଲର କ୍ୟାପସନ କରି ଏହି ବିଦାୟକୁ ଲେଖିଛନ୍ତି। ସୂଚନା ଅନୁସାରେ, ସାନିଆ ମିର୍ଜା ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଛନ୍ତି। ଶୋଏବ ମଲ୍ଲିକଙ୍କୁ ପାକିସ୍ତାନର ଟି-୨୦ ବିଶ୍ୱକପ ଦଳରେ ସାମିଲ କରାଯାଇଛି। ସେ ପାକିସ୍ତାନର ବରିଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ସର୍ବଦା ଭାରତ-ପାକିସ୍ତାନର ସମ୍ପର୍କକୁ ନେଇ କେମିତି ପରିସ୍ଥିତି ଲାଗି ରହୁଛି। ସେଥିପାଇଁ ମ୍ୟାଚ ଦିନ କୌଣସି ଅସୁବିଧା ସୃଷ୍ଟି ନ ହେଉ ବୋଲି ସେ ଏପରି କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି।

Leave a Reply

Your email address will not be published. Required fields are marked *