କ୍ରିକେଟର ଯୁବରାଜ ସିଂହ ଗିରଫ,ଜାଣନ୍ତୁ କାରଣ ?

ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ହେଲେ ଗିରଫ। ହରିୟାଣାର ହାଂସୀ ଅଞ୍ଚଳରୁ ଯୁବରାଜ ସିଂହଙ୍କୁ ହାଂସି ପୋଲିସ ଗିରଫ କରିଲା। ଅନୂସଚିତ ଜାତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପୋଲିସ ଗିରଫ କରିଛି ବୋଲି ସୂଚନା ମିଳିଛି।

ଯୁବରାଜ ସିଂଙ୍କ ବିରୁଦ୍ଧ​‌ରେ ଅଭିଯୋଗ ହୋଇଛିକି, ଗତବର୍ଷ କ୍ରିକେଟର ରୋହିତ ଶର୍ମାଙ୍କ ସହ ଲାଇଭ ଚାଟ ସୋ ସମୟରେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ୟୁଜବେନ୍ଦ୍ର ଚହଲଙ୍କୁ ଏକ ଜାତି ଭିତ୍ତିକ ମନ୍ତବ୍ୟ ଦେଇଥିଲେ। ଅପମାନଜନକ ଟିପ୍ପଣୀ ଦେବା କାରଣରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟଙ୍କର ଆଦେଶ ପରେ ଯୁବରାଜ ସିଂ ଚଣ୍ଡିଗଡରେ ପହଞ୍ଚିଥିଲେ। କିନ୍ତୁ ସେଠାରୁ ହାଂସୀର ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ତାଙ୍କୁ ପଚରା ଉଚରା କରୁଛି।

ହାଂସୀର ଜିଓ ମେସରେ ପଚରାଉଚରା କରାଯାଇଥିଲା। ଏହା ପରେ ଯୁବରାଜ ସିଂଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାମିନରେ ମୁକ୍ତ କରିଦିଆଯାଇଛି। କିଛିଦିନ ପୂର୍ବରୁ ଏହି ମାମଲାରେ ଯୁବରାଜ ସିଂଙ୍କୁ ଜାମିନ ମଞ୍ଜୁର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ହାଂସୀ ପୋଲିସ ତାଙ୍କୁ ଔପଚାରିକ ଭାବରେ ଗିରଫ କରିଛି। ଯୁବରାଜଙ୍କୁ କିଛି ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ଛାଡି ଦେଇଛି।

ଅନୁସୂଚିତ ଜାତି ବିରୁଦ୍ଧରେ ଯୁବରାଜ ସିଂଙ୍କର ଅପମାନଜନକ ତଥା ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଦଳିତ ଅଧିକାର କର୍ମୀ ରଜତ କଲସନ ତାଙ୍କ ବିରୋଧରେ ହାଂସି ଥାନାରେ ଏସସି-ଏସଟି ଆକ୍ଟ ଏବଂ ଆଇପିସିର ବିଭିନ୍ନ ଧାରାରେ ମାମଲାକୁ ରୁଜୁ କରିଥିଲେ। ଏହି ମାମଲାକୁ ଖାରଜ କରିବା ପାଇଁ ଯୁବରାଜ ସିଂ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଯାହା ଉପରେ ଯୁବରାଜଙ୍କ ବିରୋଧରେ ପୋଲିସର ଗିରଫଦାରୀକୁ ହାଇକୋର୍ଟ ବାରଣ କରିଥିଲେ। ସେ ଆଗୁଆ ଜାମିନ ପ୍ରଦାନ କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *