ଡାଇବେଟିସ, ମୋଟାପଣ ଏବଂ ହାଇ ବିପି, କାହିଁକି ଏକାଭଳି ରୋଗର ଶିକାର ହୋଇଥାନ୍ତି ବିବାହିତା ଦମ୍ପତି ?

ବିବାହ ପରେ ଏକାଠି ରହୁଥିବା ଦମ୍ପତି ନିଜର ଆଗାମୀ ଜୀବନରେ ପ୍ରାୟ ସମାନ ରୋଗର ଶିକାର ହୋଇଥାନ୍ତି | ଏକ୍ସପର୍ଟଙ୍କ ଅନୁଯାୟୀ ହାଇ ବ୍ଲଡ଼ ପ୍ରେସର, ଅସ୍ୱାସ୍ଥ୍ୟକର କୋଲେଷ୍ଟ୍ରଲ, ଡାଇବେଟିସ ଏବଂ ହାର୍ଟ ସମ୍ବନ୍ଧୀୟ ରୋଗ ଭଳି ରୋଗର ଗମ୍ଭୀରତା ରୋଗୀର ପାର୍ଟନରଙ୍କ ମେଡିକାଲ କଣ୍ଡିସନ ସହିତ ଜଡିତ ହୋଇଥାଏ |

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଦମ୍ପତିଙ୍କ ଧୁମ୍ରପାନ, ମଦ୍ୟପାନର ଅଭ୍ୟାସ ଏବଂ ସେମାନଙ୍କର ଓଜନ କିମ୍ବା ଅଣ୍ଟାର ସାଇଜ ମଧ୍ୟ ସମାନ ହୋଇଥାଏ | ଏହାର ଅର୍ଥ ଏହା ହେଲା ଯେ ଡାକ୍ତର କୌଣସି ମଣିଷର ରୋଗକୁ ଜାଣିବା ପରେ ତାର ପାର୍ଟନରଙ୍କ ହେଲ୍ଥ କଣ୍ଡିସନକୁ ମଧ୍ୟ ଭଲଭାବରେ ବୁଝିପାରିବେ | ଏହାଦ୍ୱାରା ଡାକ୍ତରମାନଙ୍କୁ ଚିକିତ୍ସା କରିବାରେ ସହଜ ହେବ |

ଜାପାନର ଟୋହୋକୁ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ୩୪,୦୦୦ ଦମ୍ପତିଙ୍କ ଉପରେ କରାଯାଇଥିବା ଏକ ଅନୁସନ୍ଧାନ ଉପରେ ଆଧାର କରି କହିଛନ୍ତି ଯେ ଦମ୍ପତିଙ୍କ ହାର୍ଟ ହେଲ୍ଥରେ ବହୁତ ସମାନତା ଦେଖାଯାଇଛି | ଷ୍ଟଡିରୁ ଜଣାପଡିଛି ଯେ ଯଦି କୌଣସି ବ୍ୟକ୍ତି ମୋଟାପଣର ଶିକାର ହୁଏ, ତେବେ ତାର ପାର୍ଟନରଙ୍କଠାରେ ମୋଟାପଣର ସମ୍ଭାବନା ମଧ୍ୟ ୩୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଥାଏ |

ଷ୍ଟଡିରେ ଦେଖାଯାଇଛି ଯେ ଯେଉଁ ମହିଳାମାନେ ହାଇ ବ୍ଲଡ଼ ପ୍ରେସରର ଶିକାର ହୋଇଥିଲେ, ସେମାନଙ୍କ ପାର୍ଟନରମାନଙ୍କ ଠାରେ ହାଇ ବିପିର ସମ୍ଭାବନା ୪୫ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଥିଲା | କେବଳ ଏତିକି ନୁହେଁ, ଯେଉଁ ଲୋକମାନେ ଟାଇପ-୨ ଡାଇବେଟିସ ରେ ପୀଡିତ ଥିଲେ, ସେମାନଙ୍କ ପାର୍ଟନରମାନଙ୍କ ଠାରେ ଏହି ରୋଗର ସମ୍ଭାବନା ୫୯ ପ୍ରତିଶତ ପର୍ଯ୍ୟନ୍ତ ବଢି ସାରିଥିଲା |

ଏକ୍ସପର୍ଟ ମାନେ କୁହନ୍ତି ଯେ ବିବାହ ପରେ ଦମ୍ପତିଙ୍କ ଲାଇଫଷ୍ଟାଇଲ ପ୍ରାୟ ଏକ ଭଳି ହୋଇଥାଏ | ସେମାନେ ପ୍ରତିଦିନ ଏକାପରି ଜିନିଷ ହିଁ ଖାଇଥାନ୍ତି ଏବଂ ସେମାନଙ୍କ ଏକ୍ସରସାଇଜ କରିବାର ଅଭ୍ୟାସ ମଧ୍ୟ ମୋଟ ଉପରେ ଏକାପରି ହୋଇଥାଏ | ତେଣୁ ଘରେ ରହୁଥିବା ଦମ୍ପତିଙ୍କର ସମାନ ରୋଗ ଦ୍ୱାରା ପୀଡିତ ହେବାର ସମ୍ଭାବନା ଅଧିକ ହୋଇଥାଏ |

Leave a Reply

Your email address will not be published. Required fields are marked *