ଆଖି ପିଛୁଳାକେ ଭୁଶୁଡି ପଡିଲା କୋଠାଘର,ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ବେଙ୍ଗାଲୁରର ୱିଲ୍ସନ ଗାର୍ଡେନ ଅଞ୍ଚଳରେ ଏକ ପୁରୁଣା କୋଠା ସୋମବାର ଦିନ ସକାଳ ପ୍ରାୟ ସାଢେ ୧୧ ଟା ସମୟରେ ଭୁଶୁଡି ପଡ଼ିଲା। ତେବେ ଏଥିରେ କାହାରି ମଧ୍ୟ ପ୍ରାଣହାନୀ ଘଟିନାହିଁ କି କେହି ମଧ୍ୟ ଆହତ ହୋଇନାହାନ୍ତି। କାରଣ କୋଠା ଭୁଶୁଡିବା ପୂର୍ବରୁ ସେଠାରେ ରହୁଥିବା ଲୋକମାନେ ଜରୁରୀକାଳୀନ ସେବା ସହ ଯୋଗାଯୋଗ କରି ସେଠୁ ବାହାରକୁ ବାହାରି ଆସିଥିଲେ। ଏହି କୋଠା ୧୯୬୨ ମସିହାରେ ନିର୍ମାଣ କରାଯାଇଥିଲା। କୋଠା ଭୁଶୁଡିବା ସମୟରେ ସେଠାରେ ରହୁଥିବା ଅଧିକାଂଶ ଲୋକମାନେ କାମରେ ଯାଇଥିଲେ। ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କ ପାଖର ପଡୋଶୀ ଲୋକଙ୍କୁ ସତର୍କ କରାଇଥିଲେ। କାରଣ ତାଙ୍କର ଟିକିଏ ପୂର୍ବରୁ କୋଠାର ପ୍ଳାଷ୍ଟର ଓ କାନ୍ଥ ଭାଙ୍ଗିବାକୁ ଆରମ୍ଭ ହେଲା। ତାପରେ ଲୋକମାନେ ସେଠାରୁ ସେ ବାହାରି ଯାଇଥିଲେ।

ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଲୋମ ଟାଙ୍କୁରା ଭିଡିଓରେ ଆପଣ ଦେଖିପାରିବେକି କୋଠା କେଉଁଭଳି ଭୁଶୁଡି ଯାଉଛି। ୨୦ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ପାଇବେକି ପ୍ରଥମେ ପ୍ଳାଷ୍ଟର ଓ କାନ୍ଥ ଭାଙ୍ଗିଲା ଓ ତାପରେ ହଠାତ ସମ୍ପୂର୍ଣ୍ଣ କୋଠା ଭୁଶୁଡି ପଡିଲା।

କୋଠାର ଦ୍ୱିତୀୟ ମହଲା ପ୍ରଥମେ ତଳେ ପଡ଼ିଲା ଓ ଏହାପରେ ପ୍ରଥମ ମହଲା ପଡିଛି। କୋଠା ଭୁଶୁଡିବା ସମୟରେ ସେଠାରେ ଜୋର ଶବ୍ଦ ହୋଇ ଓ ଚାରିଆଡେ ଧୂଳି ହୋଇଯାଇଥିଲା। ଆଖପାଖର ଘର କୌଣସି କ୍ଷୟକ୍ଷତି ହୋଇନାହିଁ।

Leave a Reply

Your email address will not be published. Required fields are marked *