7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ସେପ୍ଟେମ୍ବର ସ୍ୟାଲେରିରେ ମିଳିବ Double Bonanza! ଦେଖନ୍ତୁ DA ଏବଂ HRA ର କାଲ୍କୁଲେସନ

କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଦୀର୍ଘ ସମୟ ଅପେକ୍ଷା ପରେ ବର୍ତ୍ତମାନ ବେଶିକ ସ୍ୟାଲେରୀର ୨୮% ପ୍ରିୟତା ଭତ୍ତା ମିଳିବା ଆରମ୍ଭ ହୋଇଯାଇଛି | ଏହାସହିତ ହିଁ କର୍ମଚାରୀମାନଙ୍କ HRA ମଧ୍ୟ ବୃଦ୍ଧି ପାଇଛି | ଏହା ପରେ ଏହି ମାସ ଅର୍ଥାତ କର୍ମଚାରୀଙ୍କ ସେପ୍ଟେମ୍ବରର ସ୍ୟାଲେରୀ ବର୍ତ୍ତମାନ ଡବଲ ବୋନାନଜା ସହିତ ଆସିବ |

DA ସହିତ HRA ମଧ୍ୟ ବଢ଼ିଲା :-

ସରକାର ପ୍ରିୟତା ଭତ୍ତା ବଢାଇବା ସହିତ କେନ୍ଦ୍ରୀୟ କର୍ମଚାରୀଙ୍କ ହାଉସ ରେଂଟ ଆଲାଉନ୍ସରେ ମଧ୍ୟ ବୃଦ୍ଧି କରିବାକୁ ଆଦେଶ ଦେଇଛନ୍ତି | ଆପଣଙ୍କୁ କହିରଖୁଛୁ ଯେ ନିୟମ ଅନୁଯାୟୀ, HRA କୁ ଏଥିପାଇଁ ବୃଦ୍ଧି କରାଯାଇଛି କାରଣ, ପ୍ରିୟତା ଭତ୍ତା ୨୫% ରୁ ଅଧିକ ହୋଇଯାଇଛି | ତେଣୁ କେନ୍ଦ୍ର ସରକାର ହାଉସ ରେଂଟକୁ ମଧ୍ୟ ବଢ଼ାଇ ଦେଇ ୨୭% ପର୍ଯ୍ୟନ୍ତ କରିଦେଇଛନ୍ତି |

ବାସ୍ତବରେ ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚର ଜୁଲାଇ ୭ତାରିଖ ୨୦୧୭ ରେ ଗୋଟିଏ ନିର୍ଦ୍ଦେଶ ଜାରି କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଯେତେବେଳେ ପ୍ରିୟତ୍ତ ଭତ୍ତା ୨୫ ପରସେଣ୍ଟରୁ ଅଧିକ ହୋଇଯିବ, ସେତେବେଳେ ହାଉସ HRA କୁ ରିଭାଇସ କରାଯିବ | ଜୁଲାଇ ୧ତାରିଖ ଠାରୁ ଡିୟରନେସ ଆଲାଉନ୍ସ ବଢି ୨୮ ପରସେଣ୍ଟ ହୋଇଯାଇଛି, ତେଣୁ HRA କୁ ମଧ୍ୟ ରିଭାଇସ କରିବା ଜରୁରୀ ଅଟେ |

ସହରଗୁଡିକ ଅନୁଯାୟୀ ବଢିବ HRA :-

ସରକାରୀ ନିର୍ଦ୍ଦେଶ ଅନୁଯାୟୀ, HRA କୁ ସହରଗୁଡିକ ଅନୁଯାୟୀ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି – X ,Y ଏବଂ Z | ରିଭିଜନ ପରେ X କାଟାଗୋରି ସହରଗୁଡିକ ପାଇଁ HRA ର ବେଶିକ ପେ ର ୨୭ ପରସେଣ୍ଟ ହେବ, ଏହିପରି ଭାବରେ Y କାଟାଗୋରି ସହର ଗୁଡିକ ପାଇଁ HRA ବେଶିକ ପେ ର ୧୮ ପରସେଣ୍ଟ ହେବ ଏବଂ Z କାଟାଗୋରି ସହରଗୁଡିକ ପାଇଁ ବେଶିକ ପେର ୯ ପରସେଣ୍ଟ ହେବ |

ମୋଟ ମିଶାଇ କେତେ ବଢିବ ସ୍ୟାଲେରୀ :-

ସପ୍ତମ ଆୟୋଗ ପେ ମ୍ୟାଟ୍ରିକ୍ସ ହିସାବରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ନ୍ୟୁନତମ ବେଶିକ ସ୍ୟାଲେରୀ ୧୮,୦୦୦ ଟଙ୍କା ହୋଇଥାଏ | ଏହି ୧୮,୦୦୦ ର ବେଶିକ ସ୍ୟାଲେରୀରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୧୭ ପରସେଣ୍ଟ ହିସାବରେ ତାଙ୍କୁ ଜୁନ ୨୦୨୧ ସୁଦ୍ଧା ୩୦୬୦ ଟଙ୍କା DA ମିଳୁଥିଲା | ଜୁଲାଇ ୨୦୨୧ ପରଠାରୁ ବର୍ତ୍ତମାନ ସେମାନଙ୍କୁ ୨୮ ପରସେଣ୍ଟ ପ୍ରିୟତା ଭତ୍ତା ହିସାବରେ ୫୦୪୦ ଟଙ୍କା ପ୍ରତି ମାସରେ ମିଳୁଛି | ଅର୍ଥାତ ୧୯୮୦ ଟଙ୍କା ଅଧିକ ରକମ ମାସିକ ଦରମାରେ ମିଶି ମିଳୁଛି | ଏହି ହିସାବରେ ପେନସନଭୋଗୀମାନଙ୍କର ପେନସନ ମଧ୍ୟ ସ୍ଥିର ହେବ | କର୍ମଚାରୀ ନିଜ ବେଶିକ ପେନସନ ହିସାବରେ ଏହି କାଲ୍କୁଲେଟ କରିପାରିବେ ଯେ ଡ଼ିଏ ବଢିବାପରେ ସ୍ୟାଲେରୀରେ କେତେ ବୃଦ୍ଧି ହେବ |

ଏତେ ବଢ଼ିଯିବ ସ୍ୟାଲେରୀ :-

ମୋଟ ଉପରେ ଆପଣଙ୍କୁ କହିରଖୁଛି ଯେ ନ୍ୟୁନତମ ଡ଼ିଏ ବୃଦ୍ଧି ୫୦୪୦ ଟଙ୍କା ହେବ ଏବଂ ନ୍ୟୁନତମ HRA ବୃଦ୍ଧି ପ୍ରତି ମାସରେ ୧୮୦୦ ଟଙ୍କା ହେବ | ଅର୍ଥାତ ସେପ୍ଟେମ୍ବରରେ ଆସିବାକୁ ଯାଉଥିବା ସ୍ୟାଲେରୀରେ ୬୮୪୦ ଟଙ୍କାର ବୃଦ୍ଧି ହେବ |

Leave a Reply

Your email address will not be published. Required fields are marked *