ଯେତେବେଳେ ‘ନୀରଜ ଚୋପ୍ରା’ଙ୍କ ଆଖି ସାମ୍ନାରେ ଥିଲା ମୃ-ତ୍ୟୁ, ଫ୍ଲାଇଟ ଅଚାନକ ଆସିବାକୁ ଲାଗିଥିଲା ତଳକୁ, ପ୍ୟାସେଞ୍ଜର କାନ୍ଦିବାକୁ ଲାଗିଥିଲେ

ଅଲମ୍ପିକରେ ଗୋଲ୍ଡ ନୀରଜ ଚୋପ୍ରାଙ୍କୁ ରାତା ରାତି ଷ୍ଟାର କରିଦେଲା। ସାରା ଦେଶରେ ତାଙ୍କୁ ପ୍ରେମ ଓ ସମର୍ଥନ ମିଳୁଅଛି। ମେଡେଲ ଜିତି ସ୍ଵଦେଶ ଫେରିବା ପରେ ନୀରଜ ଲଗାତାର ବ୍ୟସ୍ତ ଅଛନ୍ତି କାରଣ ତାଙ୍କୁ ଅଲଗା-ଅଲଗା କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡୁଅଛି ଯେଉଁଥିରେ ତାଙ୍କର ସମ୍ମାନ କରାଯାଉଛି। ନୀରଜ ମଧ୍ୟ ସାରା ଦେଶରେ ମିଳୁଥିବା ଏହି ସମ୍ମାନରେ ବହୁତ ଖୁସି ଅଛନ୍ତି ଓ ସେ ଯେଉଁ କାର୍ଯ୍ୟକ୍ରମରେ ଯାନ୍ତି ନିଜ ଖେଳ ଓ ଜୀବନ ସହ ଜଡିତ ଅଂଶକୁ ସେୟାର କରନ୍ତି। ଏମିତି ଏକ ଘଟଣା ବର୍ତ୍ତମାନ ସେ ସେୟାର କରିଛନ୍ତି ଯେଉଁଥିରେ ସେ କହିଲେକି ସେ ମୃତ୍ୟୁର ସାମ୍ନା କରିଛନ୍ତି।

ଯେତେବେଳେ ସାମ୍ନାରେ ଦେଖିଲେ ମୃ-ତ୍ୟୁ:-

ଏହି ଘଟଣା ସେବେକାର ଯେତେବେଳେ ସେ ଏକ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏହି ଭିଡିଓକୁ ପୋଷ୍ଟ କରାଯାଇଥିଲା ବର୍ତ୍ତମାନ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଅଛି। ଏଥିରେ ନୀରଜ ଚୋପ୍ରା ଏକ ମଞ୍ଚ ଉପରେ ବସିଛନ୍ତି ଓ ନିଜର ସେହି ଘଟଣା ବିଷୟରେ ଶୁଣାନ୍ତି।

ନୀରଜ କୁହନ୍ତିକି “ଆମେ ଫ୍ରଙ୍କଫର୍ଟ ପାଇଁ ଆବୁ ଧାବୀରୁ ଉଡିବା ଆରମ୍ଭ କରିଲୁ ଓ ସେହି ସମୟରେ ୧୦-୧୫ ସେକେଣ୍ଡ ପାଇଁ ସମ୍ପୂର୍ଣ ଜାହାଜରେ ଲାଇଟ ବନ୍ଦ ହୋଇଗଲା ଓ ସେମାନେ ତଳକୁ ଯାଉଥିଲେ, ମୁଁ ହେଡଫୋନ ଲଗାଇଥିଲି। ଯେତେବେଳେ ମୁଁ ହେଡଫୋନ ବାହାର କରିଲି ଦେଖିଲିକି ଲୋକମାନେ କାନ୍ଦୁଥିଲେ ଓ ପିଲାମାନେ ଚିଲାଉଥିଲେ। ମୋ ପାଖରେ ବସିଥିବା ଆମର ଫିଜିଓଙ୍କୁ କହିଲିକି ଚିଲାଇଲେ କଣ ହେବ ଜୀବନ ଯଦି ଯିବାର ଥିବ ଯିବ ତାକୁ କେହି ରୋକିପାରିବେ ନାହିଁ।

ନୀରଜଙ୍କ ଛୋଟ ଶବ୍ଦ ଯଦି ଜୀବନ ଯାଉଛି ତେବେ ତାଙ୍କୁ କେହି ରୋକିପାରିବେ ନାହିଁ, ଏଥିରୁ ସେ କେତେମାତ୍ରାରେ ନିଡର ଜଣାପଡୁଛି। ଓ ସମସ୍ତ ପ୍ରକାର ଅସୁବିଧାର ସାମ୍ନା କରିବା ପାଇଁ ପ୍ରସ୍ତୁତ ରୁହନ୍ତି। ତାଙ୍କର ୨୪ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ଯନ୍ତ ୧ ଲକ୍ଷରୁ ଅଧିକ ଲୋକ ଲାଇକ କରିସାରିଛନ୍ତି।

ନୀରଜଙ୍କ ଆଉ ଏକ ଭିଡିଓ:-

କିଛି ଦିନ ପୂର୍ବେ ନୀରଜ ଏକ ଭିଡିଓ ଜାରି କରିଥିଲେ ଯେଉଁଥିରେ ସେ ପାକିସ୍ତାନର ଜେଭଲୀନ ଥ୍ରୋ ଖେଳାଳିଙ୍କର ସମର୍ଥନ କରୁଥିବାର ନଜର ଆସୁଥିଲେ। ପାକିସ୍ଥାନର ଏହି ଖେଳାଳିଙ୍କୁ ଦେଶରେ କିଛି ଲୋକ ଟ୍ରୋଲ କରୁଥିଲେ କାରଣ ସେ ଅଲମ୍ପିକ ଫାଇନାଲର ପ୍ରଥମ ରାଉଣ୍ଡରେ ନୀରଜଙ୍କ ଜେଭଲିନ ନେଇଥିଲେ ଯାହାକୁ ନୀରଜଙ୍କୁ ତାଙ୍କୁ ମାଗିବାକୁ ପଡିଥିଲା।

ଏହି କଥା ଉପରେ ଲୋକ ତାଙ୍କର ମଜାକ ଉଡାଇଥିଲେ। ପରେ ନୀରଜ ଭିଡିଓ ପୋଷ୍ଟ କରି କହିଥିଲେକି ଏହା ସାଧାରଣ କଥା ଅଟେ। ଜେଭଲିନରେ ଖେଳାଳି ପରସ୍ପରଙ୍କର ଭଲ୍ଲାକୁ ବ୍ୟବହାର କରନ୍ତି, ସେଥିରେ କିଛି ଭୁଲ ନାହିଁ ସେ ତାଙ୍କର ବହୁତ ସମ୍ମାନ କରନ୍ତି।

ଅମିତାବଙ୍କ ପ୍ରଶ୍ନର ଆଜି ଦେବେ ଉତ୍ତର:-

ନୀରଜ ଚୋପ୍ରା ଆଜି କୋନ ବନେଗା କରୋଡପତିରେ ମହାନାୟକ ଅମିତାବ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେବେ। ନୀରଜ ଏଠାରେ ସାନଦାର ଶୁକ୍ରବାର ଶୋରେ ପ୍ରବେଶ କରିବେ। ଏହି ଶୋ ରାତି ୯ଟା ବେଳେ ସୋନି ଟେଲିଭିଜନ ଉପରେ ପ୍ରସାରିତ ହେବ ଏହା ସହିତ ଅଲମ୍ପିକରେ ସିଲଭର ମେଡାଲ ଜିତିଥିବା ହକି ଦଳର ଅଧିନାୟକ ପି ଶ୍ରୀଜେଶ ମଧ୍ୟ ସାମିଲ ହେବେ।

ମାତା ପିତାଙ୍କର ସ୍ଵପ୍ନ ପୂରଣ କରିଲେ:-

କିଛି ଦିନ ପୂର୍ବେ ନୀରଜ ଚୋପ୍ରା ନିଜର ଟୁଇଟର ପ୍ରୋଫାଇଲରେ ଏକ ଫୋଟ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କହିଥିଲେକି ଆଜି ମୋର ମା-ବାପାଙ୍କୁ ଫ୍ଲାଇଟରେ ବସାଇବାର ସ୍ଵପ୍ନ ପୂରଣ ହୋଇଗଲା। ଏହି ଫୋଟ ସେ ସେତେବେଳେ ପୋଷ୍ଟ କରିଥିଲେ ଯେତେବେଳେ ତାଙ୍କର ସମ୍ମାନ ପାଇଁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବାଙ୍ଗଲୋର ଯାଉଥିଲେ। ଫୋଟରେ ତାଙ୍କର ମା-ବାପାଙ୍କ ସହିତ କିଛି ସାଙ୍ଗମଧ୍ୟ ଥିଲେ।

Leave a Reply

Your email address will not be published. Required fields are marked *