୨୨୦୦୦ ଟଙ୍କା ଖର୍ଚ୍ଚ କରି ମହିଳା କଟେଇଲେ ବାଳ,ଆଇନାରେ ଚେହରା ଦେଖିବାମାତ୍ରେ ବୁକୁଫଟା କ୍ରନ୍ଦନ କଲେ

ବାଳ କାଟିବା ଆମ ସମସ୍ତଙ୍କ ଜୀଵନରେ ନିୟମିତ ଅଂଶ ଅଟେ କିନ୍ତୁ ଜଣେ ମହିଳା ସେଥିପାଇଁ ପାଖାପାଖି ୨୨୦୦୦ ଟଙ୍କା ଖର୍ଚ୍ଚ କରିଥିଲେ କିନ୍ତୁ ସେ ଜେତେବେଳେ ନିଜର ବାଳକୁ ଆଇନାରେ ଦେଖିଲେ ବୁକୁଫଟା କାନ୍ଦିଲେ|

ଜଣେ ମହିଳା ବାଳ କଟାଇବାରେ ୨୦୦ ପାଉଣ୍ଡ ମାନେ ୨୧,୭୭୧ ଟଙ୍କା ଖର୍ଚ୍ଚ କରିଥିଲେ,ପୁଣିବି ତାଙ୍କ ବାଳକୁ ଖରାପ ପ୍ରକାରରେ କଟାଗଲା ଫଳରେ ମହିଳା କାନ୍ଦିଲେ|ଯଦିଓ ଏହା କେଉଁ ଦେଶର ମାମଲା ଜଣାପଡିନାହିଁ|

ଟିକଟକ ୟୁଜର @ଆଇକାର୍ଲିରିବୁଟ ଏହି ଭିଡିଓକୁ ସେୟାର ଖରି ଲେଖିଛନ୍ତି ଯେ ଏତେ ଟଙ୍କା ଖର୍ଚ୍ଚ କଲାପରେ ଦେଖନ୍ତୁ କିପରି ସେ ସେଲୁନ ବାଲା ମୋତେ ବରବାଦ କରିଦେଲା|ମହିଳା ମୁଣ୍ଡରେ ପୁରୁଣା ଵାଳ ଖୋଜୁଥିଲେ|ତାଙ୍କ ମା କହିଲେ ମୁଁ ମ୍ୟାନେଜର ସହ କଥା ହେଲି କିନ୍ତୁ ଅସଫଳ ହେଲି|

ଭିଡିଓ ସେୟାରିଙ୍ଗ ଆପ ଟିକଟକରେ ମହିଳା ନୂତନ ଛୋଟବାଳକୁ ଦେଖିଲେ ଓ ତାପରେ ଯାହା ପ୍ରତିକ୍ରିୟା ଥିଲା ତାହା ଭାଇରାଲ ହୋଇଗଲା|ଯେଉଁଥିରେ ମହିଳା କହୁଛନ୍ତି ଯେ ମୁଁ ସୁନ୍ଦର ଦେଖାଯିବା ପାଇଁ ୨୧୫ ପାଉଣ୍ଡ ଖର୍ଚ୍ଚ କଲି କିନ୍ତୁ ଏହା ମୋତେ ଭଲ ଲାଗୁନି|ମହିଳା ରାଗରେ କହିଛନ୍ତି ମୁଁ ଆଉ କୈାଣସି ହେୟାର ଷ୍ଟାଇଲ ପଛରେ ପଡିଵିନି|

ନିଜ ବାଳ ସହ ନୂତନ ଲୁକରେ ମହିଳା କହିଛନ୍ତି ଯେ ଠିକ ଅଛି, ମୋତେ ମୋ ପ୍ରବନ୍ଧକ ସହ କଥା କରାନ୍ତୁ|ହେ ଭଗବାନ ମୋତେ ଲାଗୁଛି ଯେ ଭଗବାନ ମୋ ସହ ନଫରତ କରୁଛନ୍ତି|

ମହିଳାଙ୍କ ଏହି ଭିଡ଼ିଓରେ ଟିକଟକ ୟୁଜର ଲେଖିଛନ୍ତି,”ମୁଁ ସେଠାକୁ ଯାଇଥିଲି|ମୁଁ ବିନା ଯୋଜନାରେ ୮ ଇଞ୍ଚ ବାଳ କଟାଇନେଲି|ହୟାର ଷ୍ଟାଇଲିସ କାଟୁଥିଲେ ଓ ମୁଁ କାନ୍ଦୁଥିଲି'”|

Leave a Reply

Your email address will not be published. Required fields are marked *