ଏହି ବାମହାତୀ ବୋଲରକୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ ଦେଇଛି ସ୍ଥାନ, ପ୍ରତ୍ୟେକ 19 ତମ ବଲରେ ନେଉଛି ଉଇକେଟ

ଆଇପିଏଲ 2021 ର ଦ୍ଵିତୀୟ ଚରଣ ମୁକାବିଲା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ ବହୁତ ବଡ଼ ପରିବର୍ତ୍ତନ କରିଛି। ଟିମ ମୋହସିନ ଖାଁଙ୍କ ସ୍ଥାନରେ ଦ୍ରୁତ ବୋଲର ରୁଷ କଲରିଆଙ୍କୁ ଦଳରେ ସ୍ଥାନ ଦେଇଛି। କଲରିଆଙ୍କ t-20 ରେକର୍ଡ଼ ବହୁତ ଭଲ ଅଟେ। ସେ ପ୍ରତ୍ୟେକ 19 ତମ ବଲରେ ନିଜର ଉଇକେଟ ନେଇଥାନ୍ତି। ଆଇପିଏଲର ଦ୍ବିତୀୟ ଚରଣରେ ପ୍ରଥମ ମୁକାବିଲା ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହେବାକୁ ଯାଉଛି।

5 ଥର ଚମ୍ପିୟାନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟର ରୁଷ କଲରିଆଙ୍କୁ ଦଳରେ ଜଡ଼ିତ କରିଛନ୍ତି। 28 ବର୍ଷର ଏହି ଦ୍ରୁତ ବୋଲର ଏବେପର୍ଯ୍ୟନ୍ତ 31 t-20 ମ୍ୟାଚରେ 37 ଉଇକେଟ ନେଇଛନ୍ତି। ତାଙ୍କର ଇକୋନୋମି 6.53 ଅଟେ। ଯାହାକି t-20 ହିସାବରେ ବହୁତ ଭଲ ଅଟେ। ତାଙ୍କର ଷ୍ଟ୍ରାଇକ ରେଟ 18.20 ଅଟେ। କଲରିଆ 54 ଫାଷ୍ଟ କ୍ଳାସ ମ୍ୟାଚରେ 168 ଉଇକେଟ ଓ 46 ଲିଷ୍ଟ ଏ ମ୍ୟାଚରେ 66 ଉଇକେଟ ନେଇସାରିଛନ୍ତି। ସେ ଫାଷ୍ଟ କ୍ଳାସରେ ତିନୋଟି ଶତକ ଓ 5ଟି ଅର୍ଧ ଶତକ ଲଗାଇ ସାରିଛନ୍ତି। ସେ 2012 ଅଣ୍ଡର-19 ବିଶ୍ୱକପ ଦଳରେ ମଧ୍ୟ ଖେଳିଥିଲେ।

ମୋହସିନ ମଧ୍ୟ ଅଟନ୍ତି ବାମହାତୀ ଦ୍ରୁତ ବୋଲର:-

ମୁମ୍ବାଇ ମୋହସିନଙ୍କ ସ୍ଥାନରେ କଲରିଆଙ୍କୁ ସାମିଲ କରିଛନ୍ତି। ମୋହସିନ ମଧ୍ୟ ବାମହାତୀ ଦ୍ରୁତ ବୋଲର ଅଟନ୍ତି। 23 ବର୍ଷର ଏହି ଦ୍ରୁତ ବୋଲରଙ୍କୁ ଏବେପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଗୋଟିଏ ବି ମ୍ୟାଚ ଖେଳିବାକୁ ମୌକା ମିଳିନାହିଁ। ସେ 23 t-20 ମ୍ୟାଚରେ 31 ଉଇକେଟ ନେଇଛନ୍ତି। ଉତ୍ତର ପ୍ରଦେଶର ଏହି ବୋଲର ଫାଷ୍ଟ କ୍ଳାସ ମ୍ୟାଚରେ 2ଟି ଓ 14 ଲିଷ୍ଟ ଏ ମ୍ୟାଚରେ 23 ଉଇକେଟ ନେଇଛନ୍ତି।

ମୁମ୍ବାଇ ବର୍ତ୍ତମାନ ଚାରି ନମ୍ବର୍ ସ୍ଥାନରେ ରହିଛି:-

ଆଇପିଏଲ 2021 ପଏଣ୍ଟ ଟେବୁଲ କଥା କହିବାକୁ ଗଲେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଚାରି ନମ୍ବରରେ ରହିଛି। ଟିମ 7ଟି ମ୍ୟାଚରୁ 4ଟିରେ ବିଜୟ ହାସଲ କରିଛି ଓ 8 ପଏଣ୍ଟ ପାଇଛି। ଦିଲ୍ଲୀ ଟିମ 8ଟି ମ୍ୟାଚରୁ 6ଟିରେ ବିଜୟ ସହ 12 ପଏଣ୍ଟ ପାଇ ଏକ ନମ୍ବର ସ୍ଥାନରେ ରହିଛି। ଚେନ୍ନାଇ ସୁପର କିଙ୍ଗସ 10 ଅଙ୍କ ସହିତ ଦ୍ବିତୀୟ ଓ ଆରସିବି ତୃତୀୟରେ ରହିଛି।

Leave a Reply

Your email address will not be published. Required fields are marked *