ସବୁଠାରୁ ମହଙ୍ଗା ହୋଇପାରେ ଶସ୍ତା ଫୋନ Jio Phone Next, ଜାଣନ୍ତୁ କଣ ରହିଛି ମହଙ୍ଗା ହେବା ପଛର କାରଣ

ରିଲାଏନ୍ସ ଜିଓ ଯେତେବେଳେ Jio Phone Next ଘୋଷଣା କରିଥିଲା, ସେତେବେଳେ ଏହି ଫୋନର ପ୍ରଚାର ବହୁତ ବଡ଼ ସ୍ତରରେ ଦୁନିଆର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ଭାବରେ ହୋଇଥିଲା | ସେପ୍ଟେମ୍ବର ୧୦ ତାରିଖରେ Jio Phone Next ର ସେଲ ହେବାର ଥିଲା, କିନ୍ତୁ ଜିଓ ଏହାକୁ ଦୀପାବଳି ପର୍ଯ୍ୟନ୍ତ ଟାଳିଦେଲା | ରିଲାଏନ୍ସ ଜିଓ କହିଛି ଯେ ଫୋନ ବର୍ତ୍ତମାନ ଟ୍ରାଏଲ ଫେଜରେ ରହିଛି | Jio Phone Next କୁ ଗୁଗୁଲର ସହାୟତାରେ ପ୍ରସ୍ତୁତ କରାଯାଇଛି | ଏଥିରେ ସ୍ମାର୍ଟଫୋନର ସବୁ ଫିଚର୍ସ ମିଳିବ | ବର୍ତ୍ତମାନ ଖବର ରହିଛି ଯେ ଦୁନିଆର ସବୁଠାରୁ ଶସ୍ତା କୁହାଯାଉଥିବା ଫୋନ ସବୁଠାରୁ ମହଙ୍ଗାରେ ବିକ୍ରି ହେବାକୁ ଯାଉଛି |

ମାର୍କେଟ ଏକ୍ସପର୍ଟ କହିଛନ୍ତି ଯେ ସେମିକଣ୍ଡକ୍ଟରର ଅଭାବ ରହିଛି | ଏହା ବ୍ୟତୀତ ମୋବାଇଲର ପାର୍ଟସ ମଧ୍ୟ ମହଙ୍ଗା ହେଉଛି | ଏପରି ପରିସ୍ଥିତିରେ, JioPhone Next ଶସ୍ତା ହେବା କଷ୍ଟକର ଅଟେ | ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ନିକଟରେ ସିଓମୀ, ସାମସଙ୍ଗ ଏବଂ ରିଅଲମି ପରି ଅନେକ କମ୍ପାନୀ ନିଜ ସ୍ମାର୍ଟଫୋନକୁ ମହଙ୍ଗା କରିଛନ୍ତି |

କୁହାଯାଉଛି ଯେ Jio Phone Next କୁ ସବ୍ସିଡି ବିନା ଉପଲବ୍ଧ କରାଯାଇପାରିବ, ଯେତେବେଳେକି ପୂର୍ବରୁ କୁହାଯାଉଥିଲା ଯେ ଜିଓ ଫୋନ ନେକଷ୍ଟକୁ ସବ୍ସିଡି ସହିତ ବଜାରରେ ଉପଲବ୍ଧ କରାଯିବ | ଫୋନର ମେନୁଫ୍ୟାକଚରିଂ ମୂଲ୍ୟ ମଧ୍ୟ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ହୋଇଯାଇଛି |

ରିଲାଏନ୍ସ ଜିଓର ପ୍ଲାନିଂ ଭାରତକୁ 2 ଜି ମୁକ୍ତ କରିବା ଅଟେ ଏବଂ ଏଥିପାଇଁ କମ୍ପାନୀ ଶସ୍ତା 4 ଜି ସ୍ମାର୍ଟଫୋନର ପ୍ଲାନ କରିଛି | ବର୍ତ୍ତମାନ ଯେପରିକି Jio Phone Next ର ମୂଲ୍ୟ ଆଶିକ ହେବାର ଖବର ଆସୁଛି, ଏପରି ପରିସ୍ଥିତିରେ ଜିଓର 2 ଜି ମୁକ୍ତ ଭାରତର ସ୍ୱପ୍ନ ଉପରେ ବହୁତ ପ୍ରଭାବ ପଡ଼ିବାକୁ ଯାଉଛି |

ଫିଚର୍ସ ବିଷୟରେ କଥା ହେଲେ, ଫୋନରେ ୫.୫ ଇଞ୍ଚର HD ଡିଷ୍ପ୍ଲେ ମିଳିବ | ଫୋନର କ୍ଵାଲକମର QM215 ପ୍ରୋସେସର, ୨ କିମ୍ବା ୩ଜିବି ରାମ ଏବଂ ୧୬ କିମ୍ବା ୩୨ ଜିବିର ଷ୍ଟୋରେଜ ମିଳିବ | ଗ୍ରାଫିକ୍ସ ପାଇଁ Adreno 308 GPU ମିଳିବ | Jio Phone Next ର କ୍ୟାମେରା ସହିତ ଗୁଗୁଲ ଲେନ୍ସର ସପୋର୍ଟ ମିଳିବ | ଏହାବ୍ୟତୀତ ଅନେକ ଅପ୍ରକାରର ଫିଲ୍ଟରସ ମିଳିବ | କ୍ୟାମେରା ସହିତ ପୋଟ୍ରେଡ଼ ମୁଡ଼ ମଧ୍ୟ ମିଳିବ |

Leave a Reply

Your email address will not be published. Required fields are marked *