BOB ରେ ବମ୍ପର ନିଯୁକ୍ତି: ବ୍ଯାଙ୍କ ଅଫ ବରୋଦାରେ ଖାଲିପଡିଛି ସୁପରଭାଇଜର ପଦବୀ

ବ୍ଯାଙ୍କ ଅଫ ବରୋଦାରେ ଚାକିରି କରିବାକୁ ଇଛୁକ ଥିବା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର| ବିଜନେସ କରେନ୍ସପଣ୍ଡେଣ୍ଟ ସୁପରଭାଇଜର (BC Supevisor ) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି| ଏହି ପଦବୀ ପାଇଁ ଇଛୁକ ଥିବା ଯୋଗ୍ୟ ପ୍ରାର୍ଥୀ ବ୍ଯାଙ୍କ ଅଫ ବରୋଦାର ଅଫିସିଆଲ ୱେବସାଇଟ bankofbaroda.in କୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତି ଜମସେଦପୁର,ପୂର୍ଣ୍ଣିଆ ଏବଂ ଜଳନ୍ଧର ରିଜଅନରେ କରାଯିବ|

ସେପ୍ଟେମ୍ବର ୨୫ ତାରିଖ ଜଳନ୍ଧର ରିଜିଅନ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଥିବା ସମୟରେ ପୂର୍ଣ୍ଣିଆ ପାଇଁ ଅକ୍ଟୋବର ୫ ତାରିଖ ଓ ଜମସେଦପୁର ପାଇଁ ଅକ୍ଟୋବର ୧୧ ଶେଷ ତାରିଖ ରହିଛି|

ଶିକ୍ଷାଗତ ଯୋଗ୍ଯତା:

ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ସ୍ନାତକ ହାସଲ କରିଥିବା ସହିତ କମ୍ପ୍ଯୁଟର(MS Office, Email, Internet) ଇତ୍ଯାଦିରେ ଜ୍ଞାନ ଅର୍ଜନ କରିଥିବା ଦରକାର|

ବୟସ ସୀମା:

ଏହି ପଦବୀ ପାଇଁ ଯୋଗ୍ୟ ପ୍ରାଥୀଙ୍କ ବୟସସୀମା ୨୧ ବର୍ଷରୁ ୪୫ ବର୍ଷ ମଧ୍ୟରେ ରହିଥିବା ଦରକାର| ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବା ପାଇଁ ବ୍ଯାଙ୍କ ଅଫ ବରୋଦାର ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ|

ଚୟନ ପ୍ରକ୍ରିୟା:

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଆବେଦନ ଅନୁସାରେ ବ୍ଯାଙ୍କ ସମ୍ବନ୍ଧୀୟ କ୍ଷେତ୍ର କାର୍ଯ୍ଯାଳୟ ଦ୍ବାରା ଇଣ୍ଟରଭ୍ଯୁ ପାଇଁ ସର୍ଟଲିଷ୍ଟ ଦିଆଯିବ| ଆଉ ଇଣ୍ଟରଭ୍ଯୁର ୧୫ ଦିନ ପରେ ଚୟନ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ|

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ ନୋଟିଫିକେସନ ଓ ଆପ୍ଲିକେସନ ଫର୍ମକୁ ବ୍ଯାଙ୍କରୁ ଡାଉନଲୋଡ କରିବାକୁ ପଡିବ| ନିର୍ଦ୍ଧାରିତ କରାଯାଇଥିବା ସମୟ ଅନୁଯାୟୀ ରିଜିଅନାଲ ଅଫିସରେ ଜମା କରିବାକୁ ପଡିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *