ଭାରତୀୟ ନୌସେନା ନିଯୁକ୍ତି: ବିନା ପରୀକ୍ଷାରେ ଭାରତୀୟ ନୌସେନା ରେ ଚାକିରୀ ସୁଯୋଗ, ଖାଲି ଅଛି ୧୮୧ ପଦବୀ

ଭାରତୀୟ ନୌସେନାରେ ଚାକିରି କରିବାକୁ ଇଛୁକ ଥିବା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ| ଭାରତୀୟ ନୌସେନା ଏକଜିକ୍ୟୁଟିଭ,ଟେକ୍ନିକାଲ ଓ ଏଜୁକେସନ ବ୍ରାଞ୍ଚରେ ସର୍ଟ ସର୍ଭିସ କମିଶନ ଅଧିକାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି| ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଇ ଆବେଦନ କରିପାରିବେ| ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ରହିଛି|

ଏହା ବ୍ୟତୀତ https://www.joinindiannavy.gov.in/ ଲିଙ୍କରେ କ୍ଲିକ କରି ଯୋଗ୍ୟ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ| ଭାରତୀୟ ନୌସେନା ବିଭାଗରେ ମୋଟ ୧୮୧ ଟି ପଦବୀ ଖାଲି ରହିଛି|

ଅନଲାଇନ ଆବେଦନ ଆରମ୍ଭ-

୧୮ ସେପ୍ଟେମ୍ବର ୨୦୨୧ ରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ|

ଅନଲାଇନ ଆବେଦନ ଶେଷ-

୫ ଅକ୍ଟୋବର ୨୦୨୧

ଶିକ୍ଷାଗତ ଯୋଗ୍ୟତା:-

ଏକଜିକ୍ୟୁଟିଭ ବ୍ରାଞ୍ଚର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ବିଇ/ବିଟେକ ପାସ କରିଥିବା ଆବଶ୍ୟକ|

ଏଜୁକେସନ୍‌ ବ୍ରାଞ୍ଚ ପଦବୀ ପାଇଁ ବିଏସସି/ବିଟେକ ପାସ କରିଥିବା ଦରକାର|

ଟେକ୍ନିକାଲ ବ୍ରାଞ୍ଚ ପଦବୀ ପାଇଁ ବିଇ/ବିଟେକ ପାସ କରିଥିବା ଆବଶ୍ୟକ|

ଚୟନ ପ୍ରକ୍ରିୟା:-

ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ସର୍ଟ ଲିଷ୍ଟରେ ପରଫରମାନ୍ସ ଓ ଡିଗ୍ରୀରେ ପାଇଥିବା ନମ୍ବର ଅନୁଯାୟୀ ଚୟନ କରାଯିବ| ଏହାସହିତ ଏସଏସବି ପ୍ରଦର୍ଶନ ଆଧାରରେ ମଧ୍ୟ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯିବ|

Leave a Reply

Your email address will not be published. Required fields are marked *