ଦେଖନ୍ତୁ ଭିଡ଼ିଓ : ହେ ଭଗବାନ ..କାର ସାମ୍ନାରୁ ଅଳ୍ପକେ ବର୍ତ୍ତିଗଲା ଛୋଟ ପିଲାଟି,ଏମିତି ଭାବରେ ସଫେଇ କର୍ମଚାରୀ ହିରୋ ସାଜି ବଞ୍ଚାଇଲେ ଜୀବନ, ଦେଖନ୍ତୁ ଭିଡିଓ

ପ୍ରାୟତଃ ରାସ୍ତାରେ ଯାଉଥିବା କିଛି ଲୋକଙ୍କ ସହିତ ବଡ଼ ଖତରନାକ ଦୁର୍ଘଟଣା ଘଟିଯାଏ | ଏଥିପାଇଁ ସବୁବେଳେ କୁହାଯାଇଥାଏ ଯେ ଯେତେବେଳେ ବି ଆପଣ ଘରୁ ବାହାରକୁ ବାହାରୁଛନ୍ତି, ସେତେବେଳେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ | କାରଣ ମଣିଷର ଟିକେ ଟିକେ ଅବହେଳା ତାକୁ ଭାରି ପଡିପାରେ, ଖାସକରି ଆପଣ ଯେତେବେଳେ ରାସ୍ତା ପାର ହେଉଥାନ୍ତି | ବାସ୍ତବରେ, ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରଲ ହେଉଛି, ସେଥିରେ ଦେଖାଯାଇପାରେ ଯେ ଜଣେ ସଫେଇ କର୍ମଚାରୀ ଠିକ ସମୟରେ ଗୋଟିଏ ପିଲାକୁ ଦୁର୍ଘଟଣାର ଶିକାର ହେବାରୁ ବଞ୍ଚାଇଦେଲେ |

ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି | ଏହି ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ଛୋଟ ପିଲା ଘରୁ ବାହାରି ରାସ୍ତା ପାର ହେବାପାଇଁ ଆଗକୁ ବଢୁଛି, କିନ୍ତୁ ଠିକ ସେତିକିବେଳେ ଅନ୍ୟ ପଟରୁ ଏକ ଧଳାରଙ୍ଗର କାର ବହୁତ ସ୍ପିଡ଼ର ସହିତ ଆସିଯାଏ | ପିଲାଟିର ଜୀବନ ବିପଦରେ ଦେଖି ସଫେଇ କର୍ମଚାରୀ ବହୁତ ଫୁର୍ତ୍ତିର ସହିତ ତାକୁ ପଛଆଡ଼କୁ ଟାଣିନିଏ | ଯେଉଁ କାରଣରୁ ପିଲାଟି ଗାଡି କବଳକୁ ଆସିବାରୁ ବଞ୍ଚିଯାଏ |

ଏଠାରେ ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରାଯିବାମାତ୍ରେ ହିଁ ଲୋକମାନେ ବହୁତ ସ୍ପିଡ଼ରେ ନିଜ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଲେ | ଅଧିକାଂଶ ୟୁଜର ପିଲାଟିର ଜୀବନ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ଖୁବ ପ୍ରଶଂସା କରୁଛନ୍ତି | ଏହି ଭିଡିଓ ଦେଖିବାପରେ ଅନେକ ଲୋକ ଏହି କଥାକୁ ନେଇ ଖୁସି ହେଉଛନ୍ତି ଯେ ଠିକ ସମୟରେ ସଫେଇ କର୍ମଚାରୀ ପିଲାଟିକୁ ପଛକୁ ଟାଣିନେଲା, ନଚେତ ଭୟଙ୍କର ଦୁର୍ଘଟଣା ଘଟିଥାନ୍ତା | ଜଣେ ୟୁଜର ଭିଡିଓ ଦେଖିବାପରେ ଲେଖିଛନ୍ତି ଯେ ଏହା ବହୁତ ଭୟଙ୍କର ଅଟେ, କିନ୍ତୁ ଠାକୁରଙ୍କ ଦୟାରୁ ପିଲାଟିର ଜୀବନ ବଞ୍ଚିଗଲା |

ଟ୍ୱିଟରରେ ଏହି ଭିଡିଓକୁ ରିକ୍ସ ଚ୍ୟାପମେନ ସେୟାର କରିଛନ୍ତି | ସେ ସେୟାର କରିବାମାତ୍ରେ ଏହି ଭିଡିଓ ସୋସିଆଲ ମିଡ଼ିଆ ଦୁନିଆରେ ଖେଳିଗଲା | ଖବର ଲେଖାଯିବା ବେଳକୁ ଏହି ଭିଡିଓକୁ ୧ ମିଲିୟନରୁ ଅଧିକ ଭ୍ୟୁ ମିଳିଛି | ଏହାସହିତ ଏହି ଭିଡିଓକୁ ୬୦ ହଜାରରୁ ଅଧିକ ଲାଇକ ମିଳିଛି | ଯେତେବେଳେ କି ବର୍ତ୍ତମାନ ସୁଦ୍ଧା ଏହାକୁ ୭ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି | ଏହାସହିତ ଲୋକମାନେ ଏହି ଭିଡିଓକୁ ଖୁବ ସେୟାର ମଧ୍ୟ କରୁଛନ୍ତି |

Leave a Reply

Your email address will not be published. Required fields are marked *