ଇତିହାସର ସବୁଠାରୁ କ୍ରୁର ମାଆ : ଝିଅର ପ୍ରେମକୁ ନେଇ ମାଆ ଥିଲା ଅସନ୍ତୁଷ୍ଟ,ତେଣୁ କାଳ କୋଠରୀର ପିଞ୍ଜରାରେ ବାନ୍ଧି ରଖିଲା ବର୍ଷ ବର୍ଷ,ପଢନ୍ତୁ ଏକ ନିଛୁକ ସତ୍ୟ ଘଟଣା

ଅନେକଥର ପିଲାମାନଙ୍କର ପସନ୍ଦକୁ ବାପାମା ଭଲ ପାଆନ୍ତିନାହିଁ | କଥା ଯେତେବେଳେ ଜୀବନସାଥୀ ବାଛିବା ଉପରକୁ ଆସେ, ସେତେବେଳେ ସେମାନେ ପିଲାମାନଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇଯାନ୍ତି | ବେଳେବେଳେ ଏହି ଅସନ୍ତୁଷ୍ଟ ଏତେ ଅଧିକ ବଢିଯାଏ ଯେ ବର୍ଷ ବର୍ଷର ସମ୍ପର୍କ ଗୋଟିଏ ମୁହୂର୍ତ୍ତରେ ଭାଙ୍ଗିଯାଏ | କିନ୍ତୁ ଫ୍ରାନ୍ସରେ ରହୁଥିବା ଜଣେ ମହିଳା ଏହି ଅସନ୍ତୁଷ୍ଟକୁ କ୍ରୁରତାର ଶିଖର ଉପରକୁ ପହଞ୍ଚାଇ ନିଜ ଝିଅକୁ ପ୍ରେମ କରିବାର ଏପରି ଦଣ୍ଡ ଦେଲେ, ଯାହାକୁ ଶୁଣିଲେ ହିଁ ଲୋମଟାଙ୍କୁରୀ ଉଠୁଛି |

ଧନୀ ଜ୍ୱାଇଁ ଚାହୁଁଥିଲା ମା :-

ମିରରରେ ଛପା ଯାଇଥିବା ଏକ ଖବର ଅନୁଯାୟୀ, ଫ୍ରାନ୍ସର ଭିଏନରେ ରହୁଥିବା ବ୍ଳାଞ୍ଚ ମୋନିୟର ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିଲେ | ଯେତେବେଳେ ଏହି କଥା ତାଙ୍କ ମା ମ୍ୟାଡମ ମୋନିୟର ଜାଣିଲେ, ସେତେବେଳେ ସେ ରାଗରେ ଲାଲ ହୋଇଗଲେ | ବାସ୍ତବରେ ମା ଚାହୁଁଥିଲେ ଯେ ତାଙ୍କ ଝିଅର ବିବାହ ଜଣେ ଧନୀ ଖାନଦାନରେ ହେବ, କିନ୍ତୁ ବ୍ଳାଞ୍ଚଙ୍କ ପ୍ରେମିକ ଗୋଟିଏ ସାଧାରଣ ପରିବାରର ଥିଲେ | ମା ନିଜ ଝିଅକୁ ଅନେକଥର ବୁଝାଇଲେ, କିନ୍ତୁ ସେ ଅନ୍ୟ ବ୍ୟକ୍ତି ସହିତ ବିବାହ କରିବାକୁ ରାଜି ହେଲେନାହିଁ | ଏହାପରେ ମ୍ୟାଡମ ମୋନିୟର ନିଜ ଝିଅକୁ ଯେଉଁ ଦଣ୍ଡ ଦେଲେ, ତାହା ତାଙ୍କୁ ଇତିହାସର ସବୁଠାରୁ କ୍ରୁର ମା କରିଦେଲା |

ଝିଅର ପସନ୍ଦକୁ ମନା କଲେ :-

ଏହି ଘଟଣାକୁ ବହୁତ ସମୟ ହୋଇଗଲାଣି, କିନ୍ତୁ ଏଥିରେ ଆଜି ବି ଲୋକମାନଙ୍କ ଲୋମ ଟାଙ୍କୁରି ଦେବାଭଳି ଶକ୍ତି ରହିଛି | କଥାଟି ହେଉଛି ୧୮୭୬ ମସିହାର ଅଟେ, ଯେତେବେଳେ ବ୍ଳାଞ୍ଚ ମୋନିୟର ୨୫ ବର୍ଷର ଥିଲେ | ସେହି ସମୟରେ ସେ ଜଣେ ବ୍ୟକ୍ତିଙ୍କୁ ଭେଟିଲେ, ଯାହାଙ୍କୁ ସେ ନିଜର ହୃଦୟ ଦେଇ ବସିଲେ | ଯେତେବେଳେ ସେ ନିଜର ପସନ୍ଦ ବିଷୟରେ ମାଙ୍କୁ କହିଲେ, ସେତେବେଳେ ତାଙ୍କ ମା ବହୁତ ରାଗିଗଲେ | ସେ ଏହି ସମ୍ପର୍କକୁ ଆପଣାଇବାପାଇଁ ସିଧାସଳଖ ମନା କରିଦେଲେ | ବ୍ଳାଞ୍ଚଙ୍କ ବାପା ବହୁତ ପୂର୍ବରୁ ହିଁ ମୃତ୍ୟୁବରଣ କରି ସାରିଥିଲେ, ତେଣୁ ତାଙ୍କ ମା ଚାହୁଁଥିଲେ ଯେ ବ୍ଳାଞ୍ଚଙ୍କ ବିବାହ ଏକ ଧନୀ ଘରେ ହେଉ |

ଝିଅକୁ କହି ଦେଇଥିଲେ ପାଗଳ :-

ଝିଅ ନିଜ ମାଙ୍କ କଥାକୁ ନ ମାନି କହିଥିଲେ ଯେ ତାଙ୍କ ପାଇଁ ଟଙ୍କାଠାରୁ ପ୍ରେମ ବଡ଼ | ଏହାପରେ ମା ସହିତ ଯୁକ୍ତିତର୍କ କଲେ | ସେ ନିଜ ଝିଅକୁ ଏକ କାଳ କୋଠରୀ ମଧ୍ୟରେ ବନ୍ଦ କରିଦେଲା | ବ୍ଳାଞ୍ଚ ମୋନିୟର ଆଶା କରିଥିଲେ ଯେ ମାଙ୍କର ରାଗ ଅଳ୍ପ ଦିନ ପରେ ଶାନ୍ତ ହୋଇଯିବ, କିନ୍ତୁ ସେମିତି କିଛି ବି ହେଲାନାହିଁ | ଦିନରୁ ମାସ ହେଲା ଏବଂ ମାସରୁ ବର୍ଷ, କିନ୍ତୁ ବ୍ଳାଞ୍ଚକୁ ମାଙ୍କ କଏଦରୁ ମୁକ୍ତି ମିଳିଲା ନାହିଁ | ବ୍ଳାଞ୍ଚଙ୍କୁ ଅନ୍ଧାର ଘରେ ମଧ୍ୟ ଚେନ ଦ୍ୱାରା ବାନ୍ଧି ରଖାଯାଉଥିଲା | ମା ପଡୋଶୀମାନଙ୍କୁ କହିଥିଲେ ଯେ ତାଙ୍କ ଝିଅ ପାଗଳ ହୋଇଯାଇଛି, ତେଣୁ ତାଙ୍କ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ନାହିଁ |

କିଛି ସମୟ ପରେ ପଡୋଶୀମାନଙ୍କୁ ବ୍ଳାଞ୍ଚ ମୋନିୟରଙ୍କ ଚିତ୍କାର ମଧ୍ୟ ଶୁଭାଗଲା ନାହିଁ, ସେମାନଙ୍କୁ ଲାଗିଲା ଯେ ବୋଧହୁଏ ସେ ଆଉ ଏ ଦୁନିଆରେ ହିଁ ନାହାନ୍ତି | ବ୍ଳାଞ୍ଚ ପ୍ରାୟ ପଚାଶ ବର୍ଷ ବୟସ ପର୍ଯ୍ୟନ୍ତ ଏହିପରି କାଳ କୋଠରୀ ଭିତରେ ଚେନ ଦ୍ୱାରା ବନ୍ଧା ହୋଇ ନିଜ ମୃତ୍ୟୁକୁ ଅପେକ୍ଷା କରି ଚାଲିଲେ | ଖାଇବାପାଇଁ ତାଙ୍କୁ କେବଳ ଏତିକି ଦିଆଯାଉଥିଲା ଯେ ଯେକୌଣସି ପ୍ରକାରେ ତାଙ୍କର ନିଶ୍ୱାସ ଚାଲିରହୁ | ଶେଷରେ ୨୫ ବର୍ଷ ପରେ ବ୍ଳାଞ୍ଚ ମୋନିୟରଙ୍କୁ ନିଜ ମାଙ୍କ କଏଦରୁ ସେତେବେଳେ ମୁକ୍ତି ମିଳିଲା, ଯେତେବେଳେ ପେରିସର ଅଟୋରନି ଜେନେରାଲଙ୍କୁ ଏକ ନିଖୋଜ ପତ୍ର ମିଳିଲା | ମେ ମାସ ୨୩ ତାରିଖ ୧୯୦୧ ମସିହାରେ ମିଳିଥିବା ଏହି ପତ୍ରରେ ଲେଖାଥିଲା ଯେ ମ୍ୟାଡମ ମୋନିୟର ନିଜ ଝିଅକୁ ୨୫ ବର୍ଷ ଧରି ଏକ କାଳ କୋଠରୀରେ ବନ୍ଦ କରି ରଖିଥିଲେ | ଏହାପରେ ପୋଲିସ ଯାଞ୍ଚ ଆରମ୍ଭ କରିଦେଲା ଏବଂ ଯେଉଁ ସତ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ଚକିତ କରିଦେଲା |

୧୨ ବର୍ଷ ପରେ ହୋଇଗଲା ମୃ-ତ୍ୟୁ :-

ପୋଲିସ କର୍ମଚାରୀ ଯେତେବେଳେ ରୁମରେ ପଶିଲେ, ସେତେବେଳେ କିଛି ବି ଦେଖାଗଲା ନାହିଁ | ସବୁଆଡେ ଅନ୍ଧାର ଥିଲା, ଏହାପରେ ଯେକୌଣସି ପ୍ରକାରେ ଝରକାଗୁଡିକୁ ଖୋଲାଗଲା, ସେତେବେଳେ ପଲଙ୍କର ପଛରେ ଚେନ ଦ୍ୱାରା ବନ୍ଧା ଯାଇଥିବା ଜଣେ ମହିଳା ଦେଖାଗଲେ, ଯିଏ କି ବ୍ଳାଞ୍ଚ ଥିଲେ | ତାଙ୍କୁ ଦେଖି ଏପରି ଲାଗୁଥିଲା ଯେପରି କୌଣସି କଙ୍କାଳକୁ ସେଠାରେ ରଖାଯାଇଛି | ବ୍ଳାଞ୍ଚଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇ ଗଲା ଏବଂ ତାଙ୍କ ମାଙ୍କୁ ଗିରଫ କରି ନିଆଗଲା | ମାଙ୍କ କ୍ରୁରତାର ଶିକାର ହୋଇଥିବା ବ୍ଳାଞ୍ଚ ମୋନିୟର ନିଜ ମୁକ୍ତିର ପ୍ରାୟ ୧୨ ବର୍ଷ ପର୍ଯ୍ୟନ୍ତ ବଂଚିପାରିଲେ, ତାପରେ ତାଙ୍କର ୧୯୧୩ ମସିହାରେ ମୃତ୍ୟୁ ହୋଇଗଲା | ଯେତେବେଳେ କି ତାଙ୍କ ମା ଗିରଫ ହେବାର ୧୫ ଦିନ ପରେ ହିଁ ମୃତ୍ୟୁବରଣ କରିଥିଲେ | ଫ୍ରାନ୍ସର ଇତିହାସରେ ଏହି କେସ ସବୁଠାରୁ ଅଧିକ କ୍ରୁର ମାମଲାରେ ସାମିଲ ହୋଇଛି |

Leave a Reply

Your email address will not be published. Required fields are marked *