ସ୍ୱାମୀ ୨ ବର୍ଷ ପୂର୍ବେ କରାଇଥିଲେ ବନ୍ଧ୍ୟାକରଣ, ତଥାପି ସ୍ତ୍ରୀ ହେଲା ଗର୍ଭବତୀ,ଆଉ ତା ପରେ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇ ….ଜାଣନ୍ତୁ ପୁରା ଘଟଣା

ଘରକୁ ଯେତେବେଳେ କୌଣସି ନୂତନ ଅତିଥି ଆସିଥାନ୍ତି, ସେତେବେଳେ ସମସ୍ତେ ଖୁସି ଥାନ୍ତି | ବିଶେଷକରି ଯେତେବେଳେ ସ୍ୱାମୀ ଜାଣିବାକୁ ପାଏ ଯେ ତା ସ୍ତ୍ରୀ ଗର୍ଭବତୀ ଅଛି, ସେତେବେଳେ ସେ ଖୁସିରେ ଝୁମିଉଠେ | ସେ ନିଜର ଆସିବାକୁ ଯାଉଥିବା ପିଲାକୁ ବହୁତ ଆଗ୍ରହର ସହିତ ଅପେକ୍ଷା କରି ରହିଥାଏ | କିନ୍ତୁ ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ନିଜ ସ୍ତ୍ରୀର ଗର୍ଭବତୀ ହେବାର ଖୁସିଖବର ଶୁଣିଲା, ସେତେବେଳେ ସେ ଖୁସି ହେବା ବଦଳରେ ଆଶ୍ଚର୍ଯ୍ୟ ହୋଇଗଲା | ସେ ଏହି ଖବର ଉପରେ ବିଶ୍ୱାସ କରିପାରିଲା ନାହିଁ | ଏହି କଥାକୁ ବିଶ୍ୱାସ ନ କରିବାପାଇଁ ତା ପାଖରେ ଗୋଟିଏ ନିର୍ଦ୍ଦିଷ୍ଟ କାରଣ ମଧ୍ୟ ଥିଲା |

ବାସ୍ତବରେ ଏହି ବ୍ୟକ୍ତିଜଣକ ଦୁଇ ବର୍ଷ ପୂର୍ବରୁ ନିଜର ଭାସେକ୍ଟୋମି କରାଇଥିଲେ | ଏପରି ପରିସ୍ଥିତିରେ ତାଙ୍କ ଦ୍ୱାରା ନିଜ ସ୍ତ୍ରୀକୁ ଗର୍ଭବତୀ କରାଇବା ସମ୍ଭବ ନଥିଲା | କିନ୍ତୁ ତଥାପି ଯେତେବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ହୋଇଗଲେ, ସେତେବେଳେ ସେ ଆଶ୍ଚର୍ଯ୍ୟରେ ପଡିଗଲା | ତା ମନରେ ଅନେକ ପ୍ରକାରର ପ୍ରଶ୍ନ ଉଠିଲା | ଯେପରିକି ଏ ପିଲା ସତରେ କଣ ମୋର ଅଟେ ? କିମ୍ବା ମୋ ସ୍ତ୍ରୀ ଆଉ କାହା ସହ ସମ୍ପର୍କ ରଖିଛି କି ? ନିଜ ମନର ଦୁଶ୍ଚିନ୍ତାକୁ ଦୂର କରିବାପାଇଁ ସେ ନିଜ ପ୍ରବ୍ଲେମ ରେଡ଼ିଟ ନାମକ ସୋସିଆଲ ମିଡ଼ିଆ ୱେବସାଇଟରେ ପୋଷ୍ଟ କଲା |

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ରେଡ଼ିଟ ଏପରି ଏକ ସୋସିଆଲ ୱେବସାଇଟ, ଯେଉଁଥିରେ ଅନେକ ପ୍ରକାରର ପ୍ରସଙ୍ଗ ଉପରେ ଡିସ୍କସନ ଚାଲେ | ଏପରି ପରିସ୍ଥିତିରେ ଏହି ବ୍ୟକ୍ତି ମଧ୍ୟ ଏହି ୱେବସାଇଟରେ ନିଜର ଭାସେକ୍ଟୋମି ସତ୍ତ୍ୱେ ମଧ୍ୟ ଗର୍ଭବତୀ ହୋଇଥିବା ସ୍ତ୍ରୀକୁ ନେଇ ପ୍ରଶ୍ନ କଲେ | ତାଙ୍କ ପୋଷ୍ଟରେ ଅନେକ ଲୋକ ଜବାବ ମଧ୍ୟ ଦେଲେ |

ବ୍ୟକ୍ତିଜଣକ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ‘ମୋ ସ୍ତ୍ରୀ ବର୍ତ୍ତମାନ ଜାଣିବାକୁ ପାଇଛି ଯେ ସେ ତୃତୀୟ ପିଲାର ମା ହେବାକୁ ଯାଉଛି | ତେବେ ମୁଁ ଦୁଇ ବର୍ଷ ପୂର୍ବରୁ ଭାସେକ୍ଟୋମି କରାଇଥିଲି | ତେବେ କଣ ଏହି ପିଲା ପ୍ରକୃତରେ ମୋର କିମ୍ବା ମୋ ସ୍ତ୍ରୀ ଆଉ କାହା ସହିତ ସମ୍ପର୍କରେ ରହିଛି ? ଆମେ ଦୁହେଁ ଏକାଠି ରହୁ | ପରସ୍ପରକୁ ବହୁତ ଭଲ ମଧ୍ୟ ପାଉ | ଆମ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବହୁତ ଭଲ ହୁଏ | ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ମୋ ସ୍ତ୍ରୀ ମତେ ଧୋକା ଦେଇପାରେ |’

ବ୍ୟକ୍ତିଜଣକ ଆଗକୁ ଲେଖିଛନ୍ତି ‘ମୁଁ ନିଜର ଭାସେକ୍ଟୋମିକୁ ନେଇ ନିଶ୍ଚିତ ହୋଇ କହିପାରୁ ନାହିଁ | ମୁଁ ଏହାକୁ ନେଇ ଅନେକ ମିକ୍ସଡ଼ ରିଭ୍ୟୁ ପଢୁଛି | ତେବେ ଏହି ସମୟରେ ମୁଁ ବହୁତ ଚିନ୍ତିତ ଅଛି | ଦୟାକରି ଆପଣମାନେ ମତେ ସାହାଯ୍ୟ କରନ୍ତୁ |’ ସ୍ୱାମୀଙ୍କର ଏହି ପୋଷ୍ଟ ପରେ ଅନେକ ଲୋକ ତାଙ୍କୁ ପରାମର୍ଶ ଦେଲେ | ଅଧିକାଂଶ ଲୋକ ବ୍ୟକ୍ତିଙ୍କୁ ଏହି ପରାମର୍ଶ ଦେଲେ ଯେ ନିଜ ସ୍ତ୍ରୀ ଉପରେ ଦୋଷ ଦେବା ପୂର୍ବରୁ ସେ ନିଜର ସ୍ପରମକୁ ଯାଞ୍ଚ କରାଇ ନିଅନ୍ତୁ | ବହୁତ ଲୋକ ଏହା ମଧ୍ୟ କହିଛନ୍ତି ଯେ ଅନେକ ଲୋକ ଭାସେକ୍ଟୋମି କରାନ୍ତି, କିନ୍ତୁ ଏହା କିଛି ଲୋକମାନଙ୍କଠାରେ ହିଁ ସଫଳ ହୁଏ, ବାକି ଲୋକଙ୍କଠାରେ ଏହାର ସଠିକ ପରିମାଣ ଦେଖିବାକୁ ମିଳେନାହିଁ |

ବ୍ୟକ୍ତିଙ୍କ ଏହି ପୋଷ୍ଟ ଉପରେ ଜଣେ ଡାକ୍ତର ମଧ୍ୟ ନିଜର ମତାମତ ଦେଇଛନ୍ତି | ସେ ଲେଖିଛନ୍ତି ‘ଜଣେ ରୋଗୀ ମୋ ପାଖକୁ ଆସିଥିଲା | ସେ ମଧ୍ୟ ଭାସେକ୍ଟୋମି କରାଇଥିଲେ, କିନ୍ତୁ ତଥାପି ସେ ବାପା ହେବାକୁ ଯାଉଥିଲେ | ତାଙ୍କ ସ୍ପରମ କାଉଣ୍ଟ ଷ୍ଟାରଟିଙ୍ଗରେ ତ ଜିରୋ ଥିଲା, କିନ୍ତୁ ପରେ ତାର ସଂଖ୍ୟା ବଢିବାକୁ ଲାଗିଲା | ତେଣୁ ଆପଣ ମଧ୍ୟ କୌଣସି ସିଦ୍ଧାନ୍ତ ନେବା ପୂର୍ବରୁ ଡକ୍ଟରଙ୍କଠାରୁ ପରାମର୍ଶ ନେବା ଉଚିତ |’

Leave a Reply

Your email address will not be published. Required fields are marked *