ମାଛକୁ ବଞ୍ଚାଇବା ପାଇଁ କୁକୁର ସାଜିଲା ହିରୋ ଆଉ ଲଢ଼େଇ କଲା ମାଲିକ ସହ,ଦେଖନ୍ତୁ ମାନବିକତାର ଆଉ ଏକ ଭିଡ଼ିଓ

ସୋସିଆଲ ମିଡ଼ିଆରେ ଜାନୁଆରଙ୍କ ଭିଡ଼ିଓ ବହୁତ ଭାଇରାଲ ହେଉଥାଏ। ଦେଖିବାକୁ ଗଲେ କୁକୁର ମାନଙ୍କ ଭିଡ଼ିଓ ବହୁତ ଭାଇରାଲ ହୋଇଥାଏ। ଲୋକମାନେ ଏହି ଭିଡ଼ିଓକୁ ପସନ୍ଦ ମଧ୍ୟ କରିଥାନ୍ତି। ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବହୁତ ଦ୍ରୁତ ବେଗରେ ଭାଇରାଲ ହେଉଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଏକ ମାଛର ଜୀବନ ବଞ୍ଚାଇବାକୁ କୁକୁରଟି ନିଜ ମାଲିକ ସହିତ ଲଢ଼ୁଛି। ଏହି ଭିଡ଼ିଓ ଦେଖିବାପରେ ଲୋକମାନେ ବହୁତ କମେଣ୍ଟ କରୁଛନ୍ତି ଓ କହୁଛନ୍ତି ମଣିଷ ଠାରୁ ଅଧିକ ମାନବିକତା ଜାନୁଆରଙ୍କ ଠାରେ ରହିଛି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Animals Dose🐕🐕 (@animals_dose)

ଭିଡ଼ିଓ ରେ ଆପଣ ଦେଖିପାରିବେ ଜଣେ ବ୍ୟକ୍ତି ମାଛ ଧରୁଛି। ଗୋଟିଏ ମାଛକୁ ଗୋଟେ ପାତ୍ରରେ ରଖିଦେଉଛି। ସେତେବେଳେ ଗୋଟିଏ କୁକୁର ହିରୋ ଭଳି ଆସି ମାଛକୁ ପାଣିରେ ଫିଙ୍ଗି ଦେଉଛି। ପୁଣି ଯେତେବେକେ ବ୍ୟକ୍ତି ଜଣକ ମାଛ ଧରିବାକୁ ଯାଉଛି କୁକୁର ଟି ତାକୁ ବିରୋଧ କରୁଛି। ଏହି ଭିଡ଼ିଓକୁ ଦେଖିବାପରେ ଲୋକମାନେ ବହୁତ ଭାବୁକ ହୋଇଯାଉଛନ୍ତି।

Leave a Reply

Your email address will not be published. Required fields are marked *