ମୋତେ ଗୁଳି କରି ଦିଅ ………..

ଆମେରିକା ଯିବା ପରେ ବର୍ତ୍ତମାନ ତାଲିବାନ ସମ୍ପୂର୍ଣ ରୂପରେ ଆଫଗାନିସ୍ତାନ ଉପରେ କବଜା କରିସାରିଛି। କିନ୍ତୁ ପଞ୍ଜଶୀର ବର୍ତ୍ତମାନ ତାଙ୍କ ହାତରେ ଲାଗିନାହିଁ। ପଞ୍ଜଶୀରରେ ଦୁଇଜଣ ଗୁଟ ଜିତିବାପାଇଁ ଦାବି କରୁଛନ୍ତି କିନ୍ତୁ ତାଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ଯାହାକୁ ବର୍ତ୍ତମାନ ପର୍ଯ୍ଯନ୍ତ କୌଣସି ଫାଳଫଳ ମିଳିନାହିଁ। ଆଫଗାନିସ୍ତାନର ପୂର୍ବ ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ଲଗାତାର ତାଲିବାନ ବିରୁଦ୍ଧରେ ମୋର୍ଚ୍ଚା ଚଳାଇଛନ୍ତି। ନିକଟ ଅତୀତ ସେ ଅନେକ ଆଶ୍ଚର୍ଯ୍ୟକର ଜିନିଷ ବିଷୟରେ ଦାବି କରିଛନ୍ତି ଯାହାକୁ ଶୁଣି କେହିବି ଆଶ୍ଚର୍ଯ୍ୟ ହୋଇଯିବ।

ମୁଁ ଗାର୍ଡଙ୍କୁ କହିଥିଲି ମୋତେ ଗୁଳି ମାରିଦିଅ: ଅମରୁଲ୍ଲାହ ସାଲେହ:-

ସାଲହେ ଖବରକାଗଜର ଏକ ଲେଖାରେ ଲେଖି ଅନେକ ଦାବି କରିଛନ୍ତି॥ ସେ ଲେଖିଛନ୍ତିକି ମୁଁ ନିଜର ଗାର୍ଡଙ୍କୁ କହିରାଖୀଥିଲିକି ଯଦି ମୁଁ ଆହତ ହୋଇଯାଏ ତେବେ ମୋ ମୁଣ୍ଡରେ ଗୁଳି ମାରିଦେବ କାରଣ ମୁଁ କେବେବି ନିଜକୁ ତାଲିବାନକୁ ସରେଣ୍ଡର କରିବି ନାହିଁ। ସାଲେହ ଲେଖିଲେକି କାବୁଲରେ ତାଲିବାନ କବଜା କରିବା ପରେ ମୁଁ ନିଜର କମ୍ୟୁଟରରେ ଜରୁରୀ ଜିନିଷ, ନିଜର ସ୍ତ୍ରୀ ଓ ଝିଅର ଫୋଟକୁ ନଷ୍ଟ କରିଦେଲି।



ଆଫଗାନିସ୍ତାନର ସ୍ଥିତି ବିଷୟରେ ଲେଖି ସେ ଆମେରିକାର ଅଚାନକ ଦେଶ ଛାଡି ଚାଲିଯିବାକୁ ନିନ୍ଦା କରିଛନ୍ତି। ଦେଶରେ ବର୍ତ୍ତମାନ ସ୍ଥିତି ପାଇଁ ସାଲେହ ପାକିସ୍ତାନକୁ ମଧ୍ୟ ଦୋଷୀ ବୋଲି କହିଛନ୍ତି। ସେ ଆରୋପ ଲଗାଇଛନ୍ତିକି ତାଲିବାନଙ୍କୁ ପାକିସ୍ତାନୀ ଦୂତାବାସରେ ଆଦେଶ ମିଳୁଥିଲା। ଆଫଗାନିସ୍ତାନ ବର୍ତ୍ତମାନ ଆତଙ୍କରେ ଘେରି ହୋଇ ରହିଛି। କାବୁଲର ସଡକରେ ଅଲକାୟଦା ଆସିସାରିଛନ୍ତି। ତାଲିବାନ ସେମିତି ଅଛି ଯେମିତି ପ୍ରଥମରୁ ତାଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସାଲେହ ଆଫଗାନିସ୍ତାନର ଲିଡରଶିପ ଉପରେ ଆରୋପ ଲଗାଇ କହିଲେକି କାବୁଲ ଉପରେ କବଜା ସମୟରେ ତାଲିବାନୀ କଏଦୀ ଅଣ ତାଲିବାନୀଙ୍କ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ଯେଉଁ କାରଣରୁ ବିଦ୍ରୋହ ହୋଇଥିଲା। ଏହି ସମୟରେ ମୁଁ ଗୃହମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଥିଲି କିନ୍ତୁ ସମ୍ପର୍କ ହୋଇପାରୁନଥିଲା।

ମରିବା ପର୍ଯ୍ଯନ୍ତ ସରେଣ୍ଡର କରିବି ନାହିଁ: ସାଲେହ:-

ନିକଟ ଅତୀତରେ ଅମରୁଲ୍ଲାହ ସାଲେହ ଏକ ଭିଡିଓ ଜାରି କରିଥିଲେ ଯେଉଁଥିରେ ସେ କହିଲେକି ସେ ମରିବା ପର୍ଯ୍ଯନ୍ତ ତାଲିବାନଙ୍କ ବିରୁଦ୍ଧରେ ଲଢେଇ ଜାରି ରଖିବେ। ସେ ଆତଙ୍କ ଠାରୁ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି କହିଲେ। ଅମରୁଲ୍ଲାହ ତାଙ୍କର ତାଜକିସ୍ତାନ ଭାଗ ଯିବା କଥାକୁ ଗୁଜବ ବୋଲି କହିଥିଲେ। ସେ ପଞ୍ଜଶୀରରେ ଅଛନ୍ତି ଓ ତାଲିବାନ ସହ ଲଢେଇ କରୁଛନ୍ତି।

ୟୁଏନ ଦାଖଲ ଦେବାର ଦାବି କରିଲା:-

ଅମରୁଲ୍ଲାହ ସାଲେହ ସଂଯୁକ୍ତ ରାଷ୍ଟ୍ର ସଂଘକୁ ପତ୍ର ଲେଖି ଶୀଘ୍ର ଦାଖଲ କରିବା ପାଇଁ ଦାବି କରିଲେ। ସେ ଏହାକୁ ଭାରି ମାନବୀୟ ସଙ୍କଟ ବୋଲି କହି ସଂଯୁକ୍ତ ରାଷ୍ଟ୍ର ଓ ଅନ୍ତଃରାଷ୍ଟ୍ରୀୟ ସମୁଦାୟକୁ ଅପିଲ କରିଲେକି ସେ ମାନେ ଶୀଘ୍ର ପଞ୍ଜଶୀର ଅଞ୍ଚଳରେ ତାଲିବାନଙ୍କ ଆକ୍ରମଣକୁ ରୋକିବା ଓ ରାଜନୈତିକ ସମଧାନ ପାଇଁ କୌଣସି ପଦକ୍ଷେପ ଉଠାନ୍ତୁ ଯେଉଁଥିରେ ପଞ୍ଜଶୀରରେ ଲୋକଙ୍କର ଜୀବନ ରକ୍ଷା ହୋଇପାରିବ।

Leave a Reply

Your email address will not be published. Required fields are marked *