ରାକ୍ଷୀ ସାବନ୍ତଙ୍କ ବଡ ବୟାନ : ହାର୍ଟ ଆଟାକରେ ସିଦ୍ଦାର୍ଥ ଶୁକ୍ଲାଙ୍କର ଜୀବନ ଯାଇନାହିଁ,ତାଙ୍କ ଝରକା କାଚ ଭଙ୍ଗା ଯାଇଛି ଆଉ ତା ପରେ …ସବୁ ସତ ସାମ୍ନାକୁ ଆସିବା ଦରକାର

ସିଦ୍ଦାର୍ଥ ଶୁକ୍ଲା ବର୍ତ୍ତମାନ ଆମ ଗହଣରେ ନାହାନ୍ତି। ବିଗ ବୋସ ସିଜିନ ୧୩ରେ ଦର୍ଶକଙ୍କୁ ମନୋରଞ୍ଜନ କରିଥିବା ସିଦ୍ଦାର୍ଥ ଟିଭିରେ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିଲେ। କିନ୍ତୁ ବର୍ତ୍ତମାନ ଏହା ବିଶ୍ଵାସ କରିବା ବହୁତ କଷ୍ଟ ହେଉଛିକି ସେ ବର୍ତ୍ତମାନ ଏ ଦୁନିଆରେ ନାହାନ୍ତି। ସିଦ୍ଦାର୍ଥଙ୍କ ସ୍ମୃତି ଲୋକଙ୍କ ହୃଦୟରେ ଅଛି। ସିଦ୍ଦାର୍ଥଙ୍କ ଯିବା ବିଷୟରେ ଚାରିଆଡେ ଶୋକାକୁଳ ଅବସ୍ଥା ଅଛି। ଟିଭି ଓ ବଲିଉଡର ଅନେକ ସେଲିବ୍ରିଟି ନିଜ ନିଜର ଉପାୟରେ ଦୁଃଖ ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ଅଭିନେତ୍ରୀ ରାଖୀ ସାବନ୍ତ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ରାଖୀ ବହୁତ ଇମୋସନାଲ ଦେଖାଯାଉଛନ୍ତି।

ଏହି ଭିଡିଓରେ ସେ କୁହନ୍ତିକି,’ହେଲୋ ଦସ୍ତୋ, ମୁଁ ବର୍ତ୍ତମାନ ଘରେ ଅଛି। ମୁଁ ବାହାରେ କୁଆଡେ ଯାଇପାରୁନି। ସିଦ୍ଦାର୍ଥଙ୍କ ମୃତ୍ୟୁ ଆଶ୍ଚର୍ଯ୍ୟ କରିଦେଇଛି। ବହୁତ ଅଧିକ ପୋଷ୍ଟମର୍ଟମ ରିପୋର୍ଟରେ ୩:୩୦ ଘଣ୍ଟା ଅଲଗା ଟାଇପରେ ଡାକ୍ତର କରିଛନ୍ତି। ସେ କହିଲେକି ତାଙ୍କ ଜୀବନ ହାର୍ଟଆଟାକରେ ଯାଇନାହିଁ। କୌଣସି ଅନ୍ୟ କାରଣରୁ ଯାଇଛି। ବହୁତ ଜିନିଷ ଚେକଅପ ପାଇଁ ପଠାଯାଇଛି। ମୁଁ ବହୁତ ଚିନ୍ତିତ ଅଛି।’



ସେ ଆଗକୁ କହିଲେ, ତାଙ୍କର କାରର କାଚ ଭଙ୍ଗାଯାଇଛି। କାହାରି ସହ ତାଙ୍କର ଝଗଡା ହୋଇଛି। ପୁଣି ୮ଟା ବେଳେ ସେ କାହାକୁ ଭେଟିବାକୁ ଯାଇଥିଲେ। ପୁଣି ଘରକୁ ଆସି ମାଁଙ୍କୁ କହିଥିଲେକି ଦେହ ଠିକ ଲାଗୁନାହିଁ। ପୁଣି ୩ଟା ବେଳେ କହିଲେ ଦେହ ଠିକ ନାହିଁ। ତାପରେ ଯାହା ଔଷଧ ଖାଇଲେ ସେ ଔଷଧ କଣ ଥିଲା। ବିଲଡିଙ୍ଗରେ ମଧ୍ୟ ଝଗଡା ହୋଇଥିଲା? କଣ ଥିଲା। ଔଷଧ ସତ କଣ।’

ରାଖୀ ସାବନ୍ତ କହିଲେକି,’ତାଙ୍କର ପ୍ରଶଂସକଙ୍କ ସାମ୍ନାକୁ ସବୁକିଛି ଆସୁ। କିଛି ପ୍ରେସର ଥିଲାକି? କାହାରି ସହ ଝଗଡା ହୋଇଥିଲାକି? କଣ ଔଷଧ ଥିଲା। ଡାକ୍ତର ହିଁ କହିପାରିବେ। ପୋଷ୍ଟମର୍ଟମ ରିପୋର୍ଟରେ ପରିଷ୍କାର ଭାବରେ କୁହାଯାଇଛିକି ତାଙ୍କୁ ହାର୍ଟଅଟାକ ଆସିନାହିଁ। ତାଙ୍କୁ ହସ୍ପିଟାଲ କିଏ ନେଇ ଯାଇଥିଲା? ଦେଶର ଜନତା ଜାଣିବାକୁ ଚାହାନ୍ତି। ମୋତେ ଚକ୍କର ଆସୁଛି, ଯଦି ଏହା ହାର୍ଟ ଆଟାକ ନୁହେଁ ତେବେ ଆଉ କଣ ଥିଲା।’

ଏହା ପୂର୍ବରୁ ରାଖୀ ସାବନ୍ତ ନିଜର ଇନଷ୍ଟାଗ୍ରାମରେ ସିଦ୍ଦାର୍ଥ ଶୁକ୍ଲା ଓ ସେହେନାଜଙ୍କର ଏକ ଫୋଟକୁ ସେୟାର କରିଥିଲେ। ଏହି ଫୋଟକୁ ଏପ ସାହାଯ୍ୟରେ ଏଡିଟି କରି ଓଲ୍ଡ ଏଜ ଦର୍ଶାଯାଇଥିଲା। ଦୁଇଜଣ ବହୁତ ପ୍ରେମରେ ପରସ୍ପରଙ୍କର ହାତ ଧରିଥିଲେ ଓ ପରସ୍ପରର କାନ୍ଧରେ ମୁଣ୍ଡ ରଖିଥିଲେ। ଏହି ଫୋଟକୁ ସେୟାର କରି ରାଖୀ ଏହା ଦେଖାଇବାକୁ ଚେଷ୍ଟା କରୁଥିଲେକି କାସ ଦୁଇଜଣ ଏକ ସାଥୀରେ ଜୀବନ ବିତାଇପାରିଥାନ୍ତେ।

ଜଣାଇଦେଉଛୁକି ସେପ୍ଟେମ୍ବର ୧ ର ରାତି ସିଦ୍ଦାର୍ଥ ଏକ ଔଷଧ ଖାଇ ଶୋଇଥିଲେ କିନ୍ତୁ ରାତି ତିନିଟା ବେଳେ ଆକାପାକା କାରଣରୁ ତାଙ୍କର ଆଖି ଖୋଲା ରାହିଯାଇଥିଲା। ସେହି ସମୟରେ ତାଙ୍କର ମାଁ ତାଙ୍କୁ ପାଣି ପିଇ ଶୋଇବାକୁ କହିଥିଲେ। ଏହାପରେ ଯେତେବେଳେ ସକାଳୁ ଆଲାର୍ମ ବନ୍ଦ ହେବା ପରେ ମଧ୍ୟ ସେ ଉଠିଲେ ନାହିଁ। ସେତେବେଳେ ତାଙ୍କ ମାଁଙ୍କୁ ତାଙ୍କର ଶୋଇବା ଟିକେ ଆଶ୍ଚର୍ଯ୍ୟ ଲାଗିଲା। ମାଁ ତୁରନ୍ତ ଡାକ୍ତରଙ୍କୁ ଫୋନ କରିଲେ ଓ ସିଦ୍ଧାର୍ଥଙ୍କୁ କୁପର ହସ୍ପିଟାଲ ନେଇ ପହଞ୍ଚିଲେ ଓ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *