ବିନା ପରୀକ୍ଷାରେ ରେଳ ବିଭାଗରେ ଚିକିରି କରିବାର ସୁବର୍ଣ୍ଣ ସୁଯୋଗ, ଦରମା ୩୫ ହଜାର

ଭାରତୀୟ ରେଳ ବିଭାଗରେ ଚାକିରୀ କରିବାକୁ ଇଛୁକ ଥିବା ଯୋଗ୍ୟ ପାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ| କୋଙ୍କଣ ରେଲୱେ କର୍ପୋରେସନ ଲିମିଟେଡରେ ଖାଲି ପଡିଥିବା ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି| କୋଙ୍କଣ ରେଲୱେ କର୍ପୋରେସନ ଲିମିଟେଡ୍କୁ ଜାମ୍ମୁ କାଶ୍ମିରରୁ ସଞ୍ଚାଳିତ ହେବାକୁ ଥିବା ୟୁଏସବିଆରଏଲ ପ୍ରୋଜେକ୍ଟ ପାଇଁ ଟେକ୍ନିକାଲ ଆସିଷ୍ଟାଣ୍ଡ ଦରକାର| ଏହି କାରଣରୁ କୋଙ୍କଣ ରେଲୱେ ତରଫରୁ ନୋଟିଫିକେସନ ଜାରି କରାଯାଇଛି|

ଏହି ଟେକ୍ନିକାଲ ଆସିଷ୍ଟାଣ୍ଡ ପଦବୀ ପାଇଁ ଯୋଗ୍ୟ ପାର୍ଥୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ| ଏହି ପଦବୀ ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ konkanrailway.com କୁ ଯାଇ ସମସ୍ତ ତଥ୍ୟ ପାଇପାରିବେ|

ବୟସ ସୀମା:-

ଏହି ପଦବୀ ପାଇଁ ଯୋଗ୍ୟ ପାର୍ଥୀଙ୍କ ବୟସ ସୀମା ପଦବୀ ଅନୁଯାୟୀ ନିର୍ଧାରିତ କରାଯିବ|

ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ-୩୦ ବର୍ଷ

ଜୁନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ-୨୫ ବର୍ଷ

ଦରମା:-

ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ ପାଇଁ ମାସିକ ୩୫ ହଜାର ଦରମା ରହିଥିବା ସମୟରେ ଜୁନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ masika ୩୦ ହଜାର ଦରମା ନିର୍ଧାରିତ କରାଯାଇଛି|

ଶିକ୍ଷାଗତ ଯୋଗ୍ୟତା :-

ଏହି ପଦବୀ ଗୁଡିକ ପାଇଁ ଯୋଗ୍ୟ ପାର୍ଥୀ ବିଇ/ବିଟେକ ସିଭିଲ ଡିଗ୍ରୀ ସହିତ ୬୦ ପ୍ରତିଶତ ମାର୍କ ରଖିଥିବା ଦରକାର|

ଓ୍ଵାକ ଇନ ଇଣ୍ଟରଭ୍ୟୁ ତାରିଖ:-

ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ ପାଇଁ ସେପ୍ଟେମ୍ବର ୨୦ ତାରିଖରୁ ସେପ୍ଟେମ୍ବର ୨୨ ତାରିଖ ସକାଳ ୯.୩୦ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଏବଂ ଜୁନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ସେପ୍ଟେମ୍ବର ୩ ତାରିଖରୁ ସେପ୍ଟେମ୍ବର ୨୫ ତାରିଖ ସକାଳ ୯.୩୦ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଓ୍ଵାକ ଇନ ଇଣ୍ଟରଭ୍ୟୁ ଦେବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *