ଇଟଲୀ-ଦୋସା ବଦଳାଇ ଦେଲା ଜଣେ ଶ୍ରମିକଙ୍କ ପୁଅର ଜୀବନ, ଠିଆ କରିଦେଲେ କୋଟି କୋଟି ଟଙ୍କାର କମ୍ପାନୀ,ଜାଣନ୍ତୁ କେମିତି ଥିଲା ତାଙ୍କ ସଫଳତାର ରହସ୍ୟ

ଆଜିକାଲି ଆମ ସମାଜରେ ଏପରି ଅଗଣିତ ଲୋକ ଅଛନ୍ତି, ଯେଉଁମାନେ ନିଜର ପରିସ୍ଥିତିକୁ ନେଇ ଚିନ୍ତିତ ଏବଂ ଦୁଃଖିତ ରୁହନ୍ତି | ଆଜ୍ଞା ହଁ, ଆମକୁ ନିଜ ଆଖପାଖରେ ଏପରି ଅନେକ ଲୋକ ମିଳିଯିବେ, ଯେଉଁମାନେ ନିଜର ଖରାପ ପରିସ୍ଥିତି ପାଇଁ ଭଗବାନଙ୍କୁ ଦୋଷ ଦେଇଥାନ୍ତି କିମ୍ବା ନିଜ ଭାଗ୍ୟକୁ ଦୋଷ ଦେଇଥାନ୍ତି | କିନ୍ତୁ ସେମାନେ ନିଜର ପରିଶ୍ରମ ଏବଂ କ୍ଷମତାକୁ ବୁଝନ୍ତି ନାହିଁ | ସେହିପରି ଆମେ ଆପଣଙ୍କୁ ଯେଉଁ କାହାଣୀ କହିବାକୁ ଯାଉଛୁ, ତାହା ଆମକୁ ଏବଂ ଆପଣଙ୍କୁ ଏହା ଚିନ୍ତା କରିବାକୁ ବାଧ୍ୟ କରିଦେବ ଯେ ପରିସ୍ଥିତିଗୁଡିକର କାନ୍ଦିବା ଏବଂ ଚିନ୍ତା କରିବା ଦ୍ୱାରା କିଛି ବି ବଦଳିବ ନାହିଁ |

ତେବେ ଆସନ୍ତୁ ଜାଣିବା ଏହି କାହାଣୀ | କହିରଖୁଛୁ ଯେ ମୁସ୍ତାଫା ପିସିଙ୍କ ଜାମିନ କେରଳର ଏକ ଗାଁରେ ହୋଇଥିଲା | ତାଙ୍କ ବାପା ଜଣେ ଶ୍ରମିକ ଥିଲେ, ଯିଏକି ଭଲଭାବରେ ଶିକ୍ଷିତ ନଥିଲେ ଏବଂ ନିଜ ପିଲାମାନଙ୍କୁ ଶିକ୍ଷିତ କରିବାପାଇଁ ସ୍ୱପ୍ନ ଦେଖୁଥିଲେ, କିନ୍ତୁ ମୁସ୍ତାଫା କହିଛନ୍ତି ଯେ ସେ କ୍ଷେତରେ ବାପାଙ୍କ ସହିତ କାମ କରିବାପାଇଁ ଷଷ୍ଠ ଶ୍ରେଣୀରେ ଫେଲ ହେବାପରେ ସ୍କୁଲ ଛାଡ଼ିବାପାଇଁ ନିଷ୍ପତ୍ତି ନେଲେ |

ସେ ହ୍ୟୁମାନ୍ସ ଅଫ ବମ୍ବେ ସହିତ ଷୋମବାର ଦିନ ପ୍ରକାଶିତ ନିଜର ଏକ ଇଣ୍ଟରଭିୟୁରେ କହିଥିଲେ ଯେ “ଆମେ ଦୈନିକ ବେତନରେ ବହୁତ କଷ୍ଟରେ ୧୦ ଟଙ୍କା ରୋଜଗାର କଲୁ | ଦିନରେ ତିନିଥର ଭୋଜନ କରିବା ବିଷୟରେ ତ ଆମେ ଭାବିପାରୁ ନଥିଲୁ | ମୁଁ ନିଜକୁ କହିବି ଯେ ବର୍ତ୍ତମାନ ମଧ୍ୟ ଭୋଜନ ଶିକ୍ଷାଠାରୁ ଅଧିକ ମହତ୍ଵପୂର୍ଣ୍ଣ ଅଟେ |”

ତାପରେ ଜଣେ ଶିକ୍ଷକ ମୁସ୍ତାଫା ପିସିଙ୍କୁ ସ୍କୁଲକୁ ଫେରାଇ ଆଣିବାରେ ସାହାଯ୍ୟ କଲେ | ଏକ ଏପରି ପଦକ୍ଷେପ ଯାହା ଅନ୍ତତଃ ଜଣେ ଶ୍ରମିକର ପୁଅକୁ ଭଲ ଚାକିରୀ ଦେବାପାଇଁ ସାହାଯ୍ୟ କରିବ ଏବଂ ପରେ ଏକ ନୂତନ ଖାଦ୍ୟ କମ୍ପାନୀ ଆରମ୍ଭ କରିବ, ଯାହା ଆଜି ଦେଶରେ ନିଜ ପରି ସବୁଠାରୁ ସଫଳ କମ୍ପାନୀମଧ୍ୟରୁ ଗୋଟିଏ ଅଟେ |

ନିଜର ଇଣ୍ଟରଭିୟୁରେ ଆଇଡି ଫ୍ରେସ ଫୁଡର ସିଇଓ ମୁସ୍ତାଫା ପିସି କହିଛନ୍ତି ଯେ, ଜଣେ ଶିକ୍ଷକ ତାଙ୍କୁ ସ୍କୁଲକୁ ଫେରିବାପାଇଁ ରାଜି କରାଇଲେ ଏବଂ ସେ ମାଗଣାରେ ମତେ ପଢାଇଲେ | ଏହି କାରଣରୁ ସେ ଗଣିତରେ ନିଜ ଶ୍ରେଣୀରେ ପ୍ରଥମ ହେଲେ | ଏଥିରେ ଉତ୍ସାହିତ ହୋଇ ସେ ସ୍କୁଲ ଟପର ହୋଇଗଲେ | ଯେତେବେଳେ ତାଙ୍କ କଲେଜ ଯିବାର ସମୟ ଆସିଲା, ସେତେବେଳେ ତାଙ୍କ ଶିକ୍ଷକମାନେ ତାଙ୍କ ଫିସ ଦେବାପାଇଁ ସାହାଯ୍ୟ କଲେ |

ସେ କହିଛନ୍ତି, “ଯେତେବେଳେ ମତେ ଚାକିରୀ ମିଳିଲା ଏବଂ ମୁଁ ନିଜର ପ୍ରଥମ ଦରମା ୧୪,୦୦୦ ଟଙ୍କା ରୋଜଗାର କଲି, ସେତେବେଳେ ମୁଁ ଏହାକୁ ବାପାଙ୍କୁ ଦେଇଦେଲି |” ତାପରେ ସେ କାନ୍ଦିଲେ ଏବଂ କହିଲେ ଯେ, ” ତୁ ମୋ ଜୀବନଠାରୁ ଅଧିକ ରୋଜଗାର କରିଛୁ |”

ତାପରେ ମୁସ୍ତାଫାଙ୍କୁ ବିଦେଶରେ ଚାକିରୀ ମିଳିଗଲା, କିନ୍ତୁ ଏଥିରେ ଭଲ ଦରମା ଥିବା ସତ୍ତ୍ୱେ ମଧ୍ୟ ସେ ନିଜର ଏକ ବିଜନେସ କରିବାକୁ ଚାହୁଁଥିଲେ | ସେତେବେଳେ ଆଇଡି ଫ୍ରେସ ଫୁଡର ଭାବନା ଆସିଲା, ଯେତେବେଳେ କି ମୁସ୍ତାଫାଙ୍କ କକା ପୁଅ ଭାଇ ଏକ ସପ୍ଲାୟରଙ୍କୁ ଏକ ପାଉଚରେ ଇଟଲୀ-ଦୋସା ବିକ୍ରି କରୁଥିବାର ଦେଖିଲେ | ଗ୍ରାହକମାନେ ଉତ୍ପାଦର ଗୁଣବତ୍ତା ବିଷୟରେ ଅଭିଯୋଗ କରୁଥିଲେ | ମୁସ୍ତାଫାଙ୍କ କକା ପୁଅ ଭାଇ ତାଙ୍କୁ “ଗୁଣବତ୍ତା ଥିବା ବ୍ୟାଟର କମ୍ପାନୀ” ତିଆରି କରିବାପାଇଁ ଭାବନା ସହିତ ଡକାଇଲେ ଏବଂ ସେତେବେଳେ ଯାଇ ଆରମ୍ଭ ହେଲା ଆଇଡି ଫ୍ରେସ ଫୁଡ କମ୍ପାନୀ |

ମୁସ୍ତାଫା ପିସି ଆରମ୍ଭରେ କମ୍ପାନୀରେ ୫୦,୦୦୦ ଟଙ୍କା ବିନିଯୋଗ କଲେ ଏବଂ ନିଜ କକା ପୁଅ ଭାଇମାନଙ୍କୁ ଶୋ ଚଳାଇବାକୁ ଦେଲେ | ସେ ୫୦ ବର୍ଗ ଫୁଟର ରୋଷେଇଘରେ ଗ୍ରାଇଣ୍ଡର, ମିକ୍ସର ଏବଂ ଏକ ଓଜନ ମେସିନ ସହିତ ଆରମ୍ଭ କଲେ | ମୁସ୍ତାଫା କୁହନ୍ତି, “ଆମକୁ ଗୋଟିଏ ଦିନରେ ୧୦୦ ପ୍ୟାକେଟ ବିକ୍ରି କରିବାରେ ୯ ମାସରୁ ଅଧିକ ସମୟ ଲାଗିଲା |” ଏହାମଧ୍ୟରେ ସେ ବହୁତ ଭୁଲ କଲେ ଏବଂ ସେଥିରୁ କିଛି ଶିଖିଲେ |

ମୁସ୍ତାଫା ଆଗକୁ କହିଲେ ଯେ, “ତିନି ବର୍ଷ ପରେ ମତେ ଲାଗିଲା ଯେ ଆମ କମ୍ପାନୀକୁ ମୋର ଦରକାର ରହିଛି, ତେଣୁ ମୁଁ ଚାକିରୀ ଛାଡିଦେଲି ଏବଂ ମୋର ସବୁ ସଂଚୟ ଟଙ୍କା ମୋ ବ୍ୟବସାୟରେ ଲଗାଇଦେଲି | ନିଜ ବାପାମାଙ୍କୁ ଆଶ୍ୱାସନା ଦେଲି ଯେ ଯଦି ବ୍ୟବସାୟରେ ଅସଫଳ ଦେଖାଦିଏ ତେବେ ମୁଁ ଯେକୌଣସି ସମୟରେ ଏକ ନୂତନ ଚାକିରୀ ପାଇବି | ଏହାପରେ ୮ ବର୍ଷ ଧରି ସଂଘର୍ଷ କରିବାପରେ ନିବେଶକ ମିଳିବାଦ୍ୱାରା କମ୍ପାନୀର ଭାଗ୍ୟ ରାତାରାତି ବଦଳିଗଲା | ରାତାରାତି ଆମେ ୨୦୦୦ କୋଟି ଟଙ୍କାର କମ୍ପାନୀ କରିଦେଲୁ | ଶେଷରେ ଆମେ ନିଜ କର୍ମଚାରୀମାନଙ୍କୁ ଦେଇଥିବା କଥାକୁ ପୁରା କଲୁ ଏବଂ ସେମାନେ ସମସ୍ତେ ବର୍ତ୍ତମାନ କୋଟିପତି ଅଟନ୍ତି |”

Leave a Reply

Your email address will not be published. Required fields are marked *