ଭାରତ ବନାମ ଇଂଲଣ୍ଡ : ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଏହି ୪ ଜଣ ହେଉଛନ୍ତି ବିଜୟର ହିରୋ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ଟେଷ୍ଟକୁ ଭାରତୀୟ ଦଳ 157 ରନରେ ଜିତିନେଇଛି। ଏବେ ବିରାଟ ସେନା 2-1 ରେ ସିରିଜ ଆଗରେ ଅଛନ୍ତି। ବିରାଟ କୋହଲି ଏହି ମ୍ୟାଚକୁ ଜିତି ଅଧିନାୟକ ଭାବରେ ମଧ୍ୟ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ମୁକାବିଲାରେ ଟିମ ଇଣ୍ଡିଆ ଇଂଲଣ୍ଡ ସାମ୍ନାରେ 368 ରନର ବିଜୟ ଲକ୍ଷ୍ୟ ରଖିଥିଲା। ଆରମ୍ଭରୁ ଇଂଲଣ୍ଡ ବହୁତ ସମ୍ଭାଳିକି ଖେଳୁଥିଲା କିନ୍ତୁ ଲଞ୍ଚ ପରେ ଭାରତୀୟ ବୋଲର ମାନେ ଏହାର ରୂପ ବଦଳାଇ ଦେଇଥିଲେ ଓ ଦଳକୁ ବିଜୟୀ କରିଦେଲେ। ଆସନ୍ତୁ ନଜର ପକାଇବା ବିଜୟର ସେହି ନାୟକଙ୍କ ମାନଙ୍କ ଉପରେ।

ରୋହିତ ଶର୍ମା:-

ଟି-20 ଓ ଦିନିକିଆରେ ଶାନଦାର ପ୍ରଦର୍ଶନ କରୁଥିବା ରୋହିତ ଶର୍ମା ବର୍ତ୍ତମାନ ଟେଷ୍ଟରେ ମଧ୍ୟ ବେଷ୍ଟ ହୋଇଯାଇଛନ୍ତି। ରୋହିତ ଲଗାତାର ଭାରତକୁ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରାରମ୍ଭ ଦେଇଛନ୍ତି। ରୋହିତ ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡ ବୋଲରଙ୍କ ସୂତା ଢିଲା କରିଦେଇଛନ୍ତି। ରୋହିତ ଙ୍କ ବ୍ୟାଟରୁ ବିଦେଶୀ ମାଟିରେ ପ୍ରଥମ ଟେଷ୍ଟ ଶତକ ବାହାରିଥିଲା। ରୋହିତ 127 ରନର ଶାନଦାର ପାଳି ଖେଳିଥିଲେ।

ଶାର୍ଦୁଲ ଠାକୁର:-

ଟିମ ଇଣ୍ଡିଆର ଯୁବା ଖେଳାଳି ଶାର୍ଦୁଲ ଠାକୁର ନାକେବଳ ବଲ ବରଂ ବ୍ୟାଟରେ ମଧ୍ୟ ଶାନଦାର ପ୍ରଦର୍ଶନ କରିଥିଲେ। ଶାର୍ଦୁଲ ପ୍ରଥମ ପାଳିରେ 57 ରନର ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ଏହାପରେ ଦ୍ବିତୀୟ ପାଳିରେ ଯେତେବେଳେ ଭାରତୀୟ ଦଳର ଉଇକେଟ ବହୁତ ଜଲଦି ପଡ଼ି ଯାଉଥିଲା। ପନ୍ତଙ୍କ ସହିତ ମିଶି ସେ ଶତକୀୟ ଭାଗିଦାରୀ ମଧ୍ୟ ଭାରତ ପାଇଁ ଖେଳିଥିଲେ। ଏହାସହ ସେ ଇଂଲଣ୍ଡର ଦ୍ଵିତୀୟ ପାଳିରେ ମଧ୍ୟ 2ଟି ଉଇକେଟ ନେଇଥିଲେ।

ଯଶପ୍ରୀତ ବୁମରା:-

ମୁକାବିଲାରେ ଭାରତୀୟ ଦଳ ଇଂଲଣ୍ଡ ସାମ୍ନାରେ 368 ରନର ବିଜୟ ଲକ୍ଷ୍ୟ ରଖିଥିଲେ। ଆରମ୍ଭରୁ ଇଂଲଣ୍ଡର ବ୍ୟାଟିଂ ବହୁତ ସବଳ ମନେ ହେଉଥିଲା କିନ୍ତୁ ଲଞ୍ଚ ପରେ ବୋଲର ମ୍ୟାଚର ଦିଗ ବଦଳାଇ ଦେଇଥିଲେ। ପ୍ରଥମ ପାଳିରେ ଦୁଇଟି ଉଇକେଟ ନେଇଥିବା ବୁମରା ଦ୍ଵିତୀୟ ପାଳିରେ ମଧ୍ୟ ସମସ୍ତଙ୍କ ହୃଦୟ ଜିତିଥିଲେ। ତାଙ୍କର ଖତରନାକ ବୋଲିଂ ଆଗରେ ପୋପ ଓ ବେୟାରଷ୍ଟୋ ତିଷ୍ଠି ପାରି ନଥିଲେ ସିଧା କ୍ଲିନ ବୋଲଡ଼ ହୋଇଯାଇଥିଲେ।

ରବୀନ୍ଦ୍ର ଜାଡେଜା:-

ଭାରତୀୟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। ଲଗାତାର ଆଲୋଚନାର ଶିକାର ହେବାପରେ ସେ ପ୍ରମାଣ କରି ଦେଖାଇଛନ୍ତି କଣପାଇଁ ଅଧିନାୟକ କୋହଲି ତାଙ୍କ ଉପରେ ଭରସା କରିଥାନ୍ତି। ଦ୍ବିତୀୟ ପାଳିରେ ଜାଡେଜା ଭାରତକୁ ସେତେବେଳେ ଉଇକେଟ ଦେଇଥିଲେ ଯେତେବେଳେ ଭାରତକୁ ବହୁତ ଅଧିକ ଦରକାର ହେଉଥିଲା। ସେ ଏହି ମ୍ୟାଚରେ ମୋଟ 4ଟି ଉଇକେଟ ନେଇଥିଲେ।

ଭାରତ 2-1 ରେ ଅଗ୍ରଣୀ:-

ଟିମ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଇଣ୍ଡିଆ 2-1 ରେ ଆଗୁଆ ହୋଇଯାଇଛି। ଏହି ସିରିଜର ପ୍ରଥମ ଟେଷ୍ଟ ବର୍ଷା କାରଣରୁ ଡ୍ର ରହିଥିଲା। ଦ୍ଵିତୀୟ ଟେଷ୍ଟ ଭାରତ ଇଂଲଣ୍ଡକୁ ଧୂଳି ଚଟାଇଥିଲା ଓ ତୃତୀୟ ଟେଷ୍ଟରେ ଇଂଲଣ୍ଡ ଏକତରଫା ବିଜୟ ହାସଲ କରିଥିଲା। ବର୍ତ୍ତମାନ ଚତୁର୍ଥ ଟେଷ୍ଟକୁ ଭାରତ ଜିତିନେଇ ସିରିଜରେ ଅଗ୍ରଣୀ ରହିଛି।

Leave a Reply

Your email address will not be published. Required fields are marked *