ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହେଲା ଝଗଡା କିନ୍ତୁ ୩ବର୍ଷର ପୁଅ ବଳି ପଡିଗଲା,ମିଳିଲା ୩୦ ବର୍ଷର ଜେଲ ଦଣ୍ଡ,ଜାଣନ୍ତୁ ପୁରା ଘଟଣା

ବ୍ରାଜିଲରେ ଏକ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡାର ଉପହାର ତାଙ୍କର ତିନି ବର୍ଷର ପୁଅ ଉପରେ ପଡିଲା। ସ୍ଵାମୀଙ୍କ ଝଗଡା ହେବା ପରେ ତାଙ୍କୁ ଉଚିତ ଉପାୟ ଶିଖାଇବା ପାଇଁ ମହିଳା ନିଜର ତିନି ବର୍ଷର ପୁଅକୁ ହତ୍ୟା କରିଦେଲେ। ବର୍ତ୍ତମାନ ଏହି ମାମଲାରେ କୋର୍ଟ ମହିଳାଙ୍କୁ ୩୦ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି।

ମହିଳାଙ୍କ ନାମ ମିଲେନା ଆଇରିସ ସେଣ୍ଟୋସ ଦା ପାଇକ୍ସାଓ ଅଟେ। ମହିଳା ୨୦୧୯ ମସିହାରେ ସ୍ଵାମୀଙ୍କ ସହ ଝଗଡା ହେବା ପରେ ନିଜର ୩ ବର୍ଷର ପୁଅକୁ ଛୁରୀ ସାହାଯ୍ୟରେ ହତ୍ୟା କରିଦେଲେ। ଏହାପରେ ମହିଳା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଲେ କିନ୍ତୁ ଲୋକମାନେ ତାଙ୍କୁ ଠିକ ସମୟରେ ହସ୍ପିଟାଲ ନେଇ ପହଞ୍ଚାଇଦେଲେ ଓ ତାଙ୍କର ଜୀବନ ବଞ୍ଚିଗଲା।

ମିଲେନା କଥିତ ରୂପରେ ପୋଡଶୀଙ୍କ ଦ୍ଵାରା ନିଜର ସ୍ଵାମୀଙ୍କ ବିଷୟରେ କିଛି ଶୁଣିବାକୁ ପାଇଥିଲେ ଯାହାପରେ ତାଙ୍କର ତାଙ୍କ ସ୍ଵାମୀଙ୍କ ସହ ଝଗଡା ହୋଇଥିଲା। ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ମହିଳା ନିଜର ପୁଅର ହତ୍ୟା କରିଦେଲେ।

ଏହାପରେ ଆରୋପୀ ମହିଳା ରକ୍ତରେ ଉବୁଟୁବୁ ହୋଇ ନିଜର ଏକ ଫୋଟ ସୋସିଆଲ ମିଡିଆରେ ସେୟାର କରିଲେ ଓ ଲେଖିଲେ,’ନିଜର ସ୍ଵାମୀଙ୍କୁ ପ୍ରେମ କର, ବିବାହ ଗମ୍ଭୀର ବିଷୟ ଅଟେ।”

ମିଲେନା ହସ୍ପିଟାଲରେ ଠିକ ହେବା ପରେ ୧୧ ଡିସେମ୍ବର ୨୦୧୯ରେ ବ୍ରାଜିଲର ପରା ରାଜ୍ୟର ମେଡିସିଲାଣ୍ଡିୟାରେ ନିଜର ପୁଅର ହତ୍ୟା କରିବା ଉପରେ ମୁକଦ୍ଦମା ଚାଲିଛି।

ଅଲ୍ଟମିରାର ଅଦାଲତରେ ନିଜର ନିରୀହ ପୁଅର ହତ୍ୟାର ଦୋଷରେ ତାଙ୍କୁ ୨୯ ବର୍ଷ ୬ମାସ ଜେଲଦଣ୍ଡ ଶୁଣାଗଲା।

ମିଲେନା ପରେ ଦାବି କରିଲେକି ସେ ମାନସିକ ଅବସାଦ କାରଣରୁ ନିଜର ପୁଅର ହତ୍ୟା କରିଛନ୍ତି। ସେ ନିଜର ଗିରଫ ପରେ “ପୁଅର ସାହାଯ୍ୟ ନ କରିବାକୁ” ନେଇ କ୍ଷମା ମାଗି ଏକ ନୋଟ ମଧ୍ୟ ଲେଖିଥିଲେ।

ମିଲେନା ୨୦୧୯ରେ ସାନ୍ତାରେମ ସହରରେ ହତ୍ୟା ଆରୋପରେ ହିରାସତରେ ଥିଲେ। ସେ ସମ୍ପୂର୍ଣ ଠିକ ହେବା ପରେ ଜେଲ ଯିବେ।

Leave a Reply

Your email address will not be published. Required fields are marked *