ଦୁଇ ମହଲା ଘର ଉପରକୁ ଚଢ଼ିଥିଲା ଷଣ୍ଢ, ଓହ୍ଲାଇବା ପାଇଁ କରିବାକୁ ପଡିଲା ଏମିତି କଠିନ ପରିଶ୍ରମ,ଦେଖନ୍ତୁ ଭିଡ଼ିଓ

ଆମ ଆଖପାଖରେ ଅନେକଥର ବହୁତ ଅଜବ ପ୍ରକାରର ଘଟଣା ଘଟିଯାଏ | ଏହା ଏତେ ଅଜବ ପ୍ରକାରର ହୋଇଥାଏ ଯେ ନିଜ ଆଖିରେ ଦେଖିବାପରେ ମଧ୍ୟ ଅବିଶ୍ୱାସନୀୟ ଲାଗେ | ଇଣ୍ଟରନେଟ ଦୁନିଆରେ ଏପରି ଅନେକ ୟୁନିକ ଭିଡିଓ ଦେଖିବାକୁ ମିଳିଯାଇଥାଏ, ଯାହା କୌଣସି ଚମତ୍କାରଠାରୁ କମ ନୁହେଁ | ବର୍ତ୍ତମାନ ଡିଜିଟାଲ ଦୁନିଆରେ ଦୁଇ ମହଲା ଘରର ବାଲକୋନୀରେ ଫସି ରହିଥିବା ଗୋଟିଏ ଷଣ୍ଢର ଭିଡିଓ ଭାଇରଲ ହେଉଛି |

ଷଣ୍ଢ କଲା ହଙ୍ଗାମା :-

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଏକ ଟ୍ରେଂଡିଙ୍ଗ ଭିଡିଓ ଅପଲୋଡ଼ କରାଯାଇଛି | ଏହି ଭିଡିଓରେ ମାର୍କେଟ ମଝିରେ ତିଆରି ହୋଇଥିବା ଦୁଇ ମହଲା ଘର ଦେଖାଯାଉଛି | ଏହି ଭିଡିଓ ରାଜସ୍ତାନର ପାଲିରେ ସୁଟ କରାଯାଇଥିଲା | ଏହି ଭାଇରଲ ଭିଡିଓରେ ଦେଖାଯାଉଛି ଯେ ଷଣ୍ଢ ଦୁଇ ମହଲା ଘରର ବାଲକୋନୀରେ ଫସିଯାଇଛି | ଏହାକୁ ଦେଖିବାପାଇଁ ଘଟଣାସ୍ଥଳରେ ଭାରି ଭିଡ଼ ଜମା ହୋଇଗଲା | ଏହି ଷଣ୍ଢର ଓଜନ ୨୦୦ କିଲୋ ବୋଲି କୁହାଯାଉଛି |

କ୍ରେନ ସାହାଯ୍ୟରେ ତଳକୁ ଓହ୍ଳାଗଲା :-

ସେଠାରେ ଥିବା ଲୋକମାନେ ଷଣ୍ଢକୁ ଓହ୍ଲାଇବାପାଇଁ ବହୁତ ଚେଷ୍ଟା କଲେ | ସେଥିରେ ସଫଳ ନ ହେବାରୁ ସେମାନେ ପୋଲିସ ଏବଂ ମେଡିକାଲ ପ୍ରଫେସନାଲଙ୍କୁ ସେଠାକୁ ଡକାଇଲେ | ତାପରେ କ୍ରେନ ସାହାଯ୍ୟରେ ବହୁତ ପରିଶ୍ରମ ପରେ ଷଣ୍ଢକୁ ତଳକୁ ଓହ୍ଳାଯାଇପାରିଲା | ଅନୁମାନ କରାଯାଉଛି ଯେ ଷଣ୍ଢ ବର୍ଷାରୁ ରକ୍ଷା ପାଇବାପାଇଁ ସିଡ଼ି ମାଧ୍ୟମରେ ଘରର ବାଲକୋନୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥିବ |

ଭିଡିଓ କଲା ଆଶ୍ଚର୍ଯ୍ୟ :-

ଏହି ଘଟଣାଟି ସେପ୍ଟେମ୍ବର ୩ତାରିଖ ୨୦୨୧ର ବୋଲି କୁହାଯାଉଛି, କିନ୍ତୁ ଏହାର ଭିଡିଓ ସୋସିଆଲ ମିଡିଆରେ ଆଜି ଟ୍ରେଣ୍ଡ କରୁଛି | ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି | ଅନେକ ଲୋକ ଲାଇକ କରିବା ସହିତ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇ କମେଣ୍ଟ ମଧ୍ୟ କରୁଛନ୍ତି |

Leave a Reply

Your email address will not be published. Required fields are marked *