ବାପା ନିଜ ବନ୍ଧୁଙ୍କ ମୋବାଇଲରେ ଦେଖିଲେ ନିଜ ନାବାଳିକା ଝିଅର ବ-ଳା-ତ୍କା-ର ଭିଡ଼ିଓ, ତା ପରେ ନେଲେ ଏମିତି ପଦକ୍ଷେପ,ଜାଣନ୍ତୁ ପୁରା ଘଟଣା

ଗୋଟେ ବାପା ପାଇଁ ତା’ ଝିଅ ସବୁଠାରୁ ସୁନ୍ଦର ପରୀ ହୋଇଥାଏ। ଯାହାକୁ ସ୍ୱପ୍ନରେ ମଧ୍ୟ ସେ ଦୁଃଖରେ ଦେଖିବାକୁ ଚାହେଁନାହିଁ। ଯେତେବେଳେ କେହିଜଣେ ସେହି ପରୀକୁ ସମସ୍ୟାରେ ପକାଇଥାଏ ସେତେବେଳେ ବାପା ସବୁ ସୀମା ପାର କରି ଦେଇଥାନ୍ତି। ଏହିପରି ଏକ ମାମଲା ରୁଷ ରୁ ସାମ୍ନାକୁ ଆସିଛି। ଯେଉଁଠି ଜଣେ ପିତା ନିଜର ଏକ ବନ୍ଧୁଙ୍କୁ ମାରି ଦେଇଛନ୍ତି କାରଣ ସେହି ବ୍ୟକ୍ତି ତାଙ୍କ 8 ବର୍ଷର ଝିଅ ସହିତ ରେ-ପ କରିଥିଲା।

ବନ୍ଧୁଙ୍କ ଫୋନରେ ଥିଲା ରେପ ଭିଡ଼ିଓ:-

ଡେଲି ଷ୍ଟାର ଏକ ରିପୋର୍ଟ ମୁତାବିକ, ରୁଷ ର ରକେଟ ଇଞ୍ଜିନ ଫ୍ୟାକ୍ଟ୍ରିରେ କାମ କରୁଥିବା 34 ବର୍ଷୀୟ ବ୍ୟାଚେସ୍ଲାଓ ଗାଓଁ ନିଜର 32 ବର୍ଷୀୟ ବନ୍ଧୁ ଓଲେଗ ସ୍ୱିରିଡୋଭ ସହିତ ମଦ୍ୟପାନ କରୁଥିଲେ। ସେତେବେଳେ ବ୍ୟାଚେସ୍ଲାଓ ଓଲେଗୋ ଫୋନ ନେଇ ଚଳାଇବାକୁ ଆରମ୍ଭ କରିଥିଲା। ଏହିସମୟରେ ତାଙ୍କ ନଜର ମୋବାଇଲରେ ଏକ ଭିଡ଼ିଓ ଉପରେ ପଡ଼ିଥିଲା। ଯେତେବେଳେ ସେ ଏହି ଭିଡ଼ିଓ ଦେଖିଲା ସେତେବେଳେ ତା’ ପାଦ ତଳୁ ମାଟି ଖସି ଯାଇଥିଲା। ଭିଡ଼ିଓରେ ଓଲେଗୋ ବ୍ୟାଚେସ୍ଲାଓ ଝିଅ ସହିତ ରେପ କରୁଥିଲା।

ନିଜେ ଦଣ୍ଡ ଦେବାକୁ ନିର୍ଣ୍ଣୟ ନେଇଥିଲା:-

ନିଜ ସହିତ ଏମିତି ରେପ ଭିଡ଼ିଓ ଦେଖି ପିତା କ୍ରୋଧରେ ଜର୍ଜରିତ ହୋଇଗଲା ଓ ସେ ଓଲେଗୋ ସହିତ ଯୁକ୍ତି ଆରମ୍ଭ କରିଦେଲା। ନିଶା ଅବସ୍ଥାରେ ବ୍ୟାଚେସ୍ଲାଓ କିଛି କରିବା ଆଗରୁ ଓଲେଗୋ ସେଠାରୁ ଚାଲି ଯାଇଥିଲା। ଏହାପରେ ବ୍ୟାଚେସ୍ଲଓ ପୋଲିସକୁ ସବୁ କହିଲେ ଓ ନିଜର ଝିଅର ରେପ ଓଲେଗୋ ଦ୍ୱାରା ହୋଇଛି ବୋଲି ଅଭିଯୋଗ ଆଣିଲେ। ବ୍ୟାଚେସ୍ଲାଓ ନିଜ ବନ୍ଧୁର ଏହି ଧୋଖାକୁ ଭୁଲି ପାରିଲେନାହିଁ। ଏହାସହ ସେ ମଧ୍ୟ ପୋଲିସ ସହିତ ଓଲେଗୋକୁ ଖୋଜିବାକୁ ଚେଷ୍ଟା କରି ତାକୁ ଦଣ୍ଡ ଦେବାକୁ ଚାହୁଁଥିଲା।

ବ୍ୟାଚେସ୍ଲାଓ ସାମ୍ନାକୁ ଆସିଲା ଭିଡ଼ିଓ:-

ରିପୋର୍ଟ ମୁତାବିକ ଦିନେ ବ୍ୟାଚେସ୍ଲାଓ ହାବୁଡ଼ରେ ଓଲେଗୋ ଆସିଥିଲା। ଏହାପରେ ବ୍ୟାଚେସ୍ଲାଓ ଛୁରୀ ଦ୍ୱାରା ଓଲେଗୋର ହତ୍ୟା କରିଦେଲା। ପୋଲିସ ଓଲେଗୋର ଶବ କୁ ଏକ ଜଙ୍ଗଲ ଭିତରକୁ ଜବତ କରିଥିଲେ। ଏହାପରେ ପୋଲିସ ଯାଞ୍ଚ କରି ପ୍ରମାଣ ଆଧାରରେ ବ୍ୟାଚେସ୍ଲାଓକୁ ଗିରଫ କରିଥିଲେ। ଏହି କେସରେ ଆଉଏକ ଖୁଲାସା ହୋଇଗଲା କି, ଓଲେଗୋ ମୋବାଇଲରୁ ଅନ୍ୟ ଛୁଆଙ୍କ ଯୌନ ଶୋଷଣ ଭିଡ଼ିଓ ମଧ୍ୟ ମିଳିଥିଲା। ଏଥିପାଇଁ ଆଜି ରୁଷ ରେ ପ୍ରତ୍ୟେକ ବ୍ୟକ୍ତି ସେହି ପିତାଙ୍କ ସପକ୍ଷରେ ରହିଛନ୍ତି।

ପିତାଙ୍କ ସପୋର୍ଟରେ ଆସିଲେ ଲୋକେ:-

ଲୋକମାନେ କହିଲେ ବ୍ୟକ୍ତି ଜଣକ ବିରୋଧରେ ହତ୍ୟା କେସ ଲାଗିବା ଅନୁଚିତ କାରଣ ବ୍ୟକ୍ତି ଜଣକ ନିଜ ଝିଅ ସହିତ ସମାଜର ଅନ୍ୟ ପିଲାଙ୍କର ମଧ୍ୟ ରକ୍ଷା କରିଥିଲେ। ଜଣେ କହିଲେ, ବ୍ୟାଚେସ୍ଲାଓ ହତ୍ୟାକାରୀ ନୁହଁନ୍ତି ସେ ନିଜ ଝିଅ ସହିତ ଆମ ଝିଅଙ୍କୁ ମଧ୍ୟ ରକ୍ଷା କରିଛନ୍ତି। ଲୋକମାନଙ୍କ ସହିତ ରୁଷ ରେ ଜର୍ଣ୍ଣାଲିଷ୍ଟ ମଧ୍ୟ ଆସି ତାଙ୍କୁ ଦଣ୍ଡ ନଦେବାକୁ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *