ଶ୍ବଶୁର ଘର ଯାଇ ପତ୍ନୀଙ୍କୁ ବେଲ୍ଟରେ ମାରିଲେ ମାଡ଼, ତା ପରେ ଶଶୁର ଘର ଲୋକ ଜ୍ଵାଇଁକୁ ନିର୍ଦ୍ଧୁମ ଛେଚିଲେ,ଜାଣନ୍ତୁ ପୁରା ଘଟଣା

ଗୁଆଲିୟରରେ ଜଣେ ନବବିବାହିତାଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ଏଥିପାଇଁ ଘରୁ ବାହାର କରିଦେଲେ କାରଣ ବିବାହରେ ତାଙ୍କ ପିତା 10 ଲକ୍ଷ ଟଙ୍କା ନଗଦ ଯୌତୁକ ଦେଇନଥିଲେ। ଆରୋପ ଏହାକି ଯେ, ଦାବି ପୂରଣ ନହେବାରୁ ଜ୍ୱାଇଁ ନିଜର ପରିଜନଙ୍କ ସହିତ ମିଶି ନିଜର ପତ୍ନୀ ଶ୍ବଶୁର ଓ ଶଳା ଘରେ ପଶି ମାରପିଟ କରିଦେଲେ। ପୋଲିସ ବର୍ତ୍ତମାନ ଏହି ମାମଲାରେ ଜ୍ୱାଇଁ ଓ ତାଙ୍କ ପରିବାର ବିପକ୍ଷରେ ମାମଲା ଦର୍ଜ କରିବାକୁ ଯାଉଛି।

ଗୁଆଲିୟର ଥାନା ବାହୁଡ଼ାପୁର କ୍ଷେତ୍ରର କୁଶବାଃ ମହଲାରେ ରହୁଥିବା ସାଧନାର ବିବାହ 2020 ଡ଼ିସେମ୍ବରରେ ମହାରାଜପୁରର ଅମନ ସହିତ ହୋଇଥିଲା। ବିବାହକୁ 5 ମାସ ପୂରଣ ହୋଇନଥିଲା ଅମନ ଓ ତାଙ୍କ ପରିବାର ସାଧନା ଓ ତାଙ୍କ ବାପାଙ୍କୁ ଦଶ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ।

ଦାବି ପୂରଣ ନହେବାରୁ ସାଧନାଙ୍କୁ ବିଗତ ଦୁଇମାସ ପୂର୍ବରୁ ଅମନ ନିଜର ଶ୍ବଶୁର ଘର ଛାଡ଼ି ଦେଇ ଆସିଲେ। ସେଠାରେ ସେ ଟଙ୍କା ଦରକାର ବୋଲି ଧମକ ଦେଇ ଆସିଲା। ଏହି ମାମଲାକୁ ସାମାଜିକ ସ୍ତରରେ ସମାଧାନ କରିବାକୁ ଚେଷ୍ଟା କରାଗଲା କିନ୍ତୁ ଅମନ ଓ ତାଙ୍କ ପରିବାରରେ କୌଣସି ପରିବର୍ତ୍ତନ ଆସିଲାନାହିଁ।

ସମାଜ ସାମ୍ନାରେ ଏହିକଥା ଉଠିବା ପରେ ଅମନ ଓ ତାଙ୍କ ପରିବାର ଲୋକେ ରାଗରେ ସାଧନାଙ୍କ ଘରେ ପହଞ୍ଚିଲେ ଓ ସାଧନା, ତାଙ୍କ ପିତା, ଭାଇ ଓ ମାଆଙ୍କୁ ମାଡ଼ ମାରି ଆସିଲେ। ପତି ନିଜର ପତ୍ନୀଙ୍କୁ ବେଲ୍ଟରେ ପିଟିବା ପରେ ଶ୍ୱଶୁର ଘର ଲୋକ ମଧ୍ୟ ଜ୍ୱାଇଁକୁ ଭଲ ଭାବରେ ଛେଚିଦେଲେ। ଘଟଣାର ଅଭିଯୋଗ ସାଧନାଙ୍କ ପିତା ପୋଲିସରେ କରିଥିଲେ କିନ୍ତୁ କୌଣସି ଶୁଣାଣି ଆସିନଥିଲା।

ଘଟଣାର ସୂଚନା ବରିଷ୍ଠ ଅଧିକାରୀ ପାଇବା ପରେ ବର୍ତ୍ତମାନ ଅମନ ଓ ତାଙ୍କ ପରିବାର ବିରୁଦ୍ଧରେ କାର୍ଯ୍ୟବାହୀ କରାଯାଉଛି। ସାଧନାଙ୍କ ପିତାଙ୍କ ଆରୋପ ହେଲା ମାରପିଟ କରିବାସହ ଅମନ ଓ ତାଙ୍କ ପରିବାର ଘରୁ ଲୁଟି ନେଇଥିଲେ।

Leave a Reply

Your email address will not be published. Required fields are marked *