ସୁଶାନ୍ତ ମାମଲା ପରେ ଖବରରୁ ଗାଏବ ହୋଇଯାଇଛନ୍ତି ରିୟା ଚକ୍ରବର୍ତ୍ତୀ,ବର୍ତ୍ତମାନ ସମୟରେ କରୁଛନ୍ତି ଏହି କାମ

ଜୁନ ୨୦୨୦ରେ ଅକସ୍ମାତ ନିଧନ ପରେ ତାଙ୍କର ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସାରା ଦେଶରେ ଅନେକ ଲୋକ ଓ ମିଡିଆ ଘେରରେ ଥିଲେ। ଯାହାପରେ ତାଙ୍କୁ ବହୁତ ଅସହନୀୟ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ଏହି ବିବାଦ ଯୋଗୁଁ ପ୍ରତ୍ଯେକ ଦିନ ପୋଲିସ କୋର୍ଟ କଚେରୀର ଚକ୍କର କାଟୁଥିବାର ନଜର ଆସିଥିଲେ। ଏହି ମାମଲା ବହୁତ ତେଢା ହୋଇଯାଇଥିଲା। ଯାହା ପରେ ତାଙ୍କର ଯାଞ୍ଚରେ ତୀବ୍ରତା ଆସିଥିଲା ଓ ସରକାର ମଧ୍ୟ ସିବିଆଇ ଯାଞ୍ଚ ପାଇଁ ଆଦେଶ ଦେଇଥିଲେ। ଯାହାପରେ ସିବିଆଇ ସାଙ୍ଗ, ସମ୍ପର୍କୀୟ ଓ ଷ୍ଟାଫଙ୍କ ପାଖରୁ ନେଇ ସମସ୍ତଙ୍କୁ ପଚରାଊଚୁରା କରିଥିଲା, ଯାହାପରେ ରିୟା ବହୁତ ଅସୁବିଧାରେ ପଡିଯାଇଥିଲେ।

ବର୍ତ୍ତମାନ ଫିଲ୍ମ ସନ୍ଧାନରେ ହାଇଦ୍ରାବାଦରେ ଅଛନ୍ତି ରିୟା ଚକ୍ରବର୍ତ୍ତୀ:-

ଏକ ରିପୋର୍ଟ ମୁତାବିକ ରିୟା ଚକ୍ରବର୍ତ୍ତୀ ନିଜର ବଲିଉଡ ଫିଲ୍ମ ‘ଚେହେରା’ ରେ ଏକ ଛୋଟ ଭୂମିକା ନିଭାଇଥିଲେ। ଏହି ଫିଲ୍ମ ଏପ୍ରିଲ ୯ ରେ ସିନେମାଘରରେ ରିଲିଜ ହୋଇଥିଲା, କିନ୍ତୁ କରୋନା ଯୋଗୁଁ ବେଗକୁ ବଢୁଥିବାର ଦେଖି ଏହାର ରିଲିଜକୁ ଅଟକାଇ ଦିଆଯାଇଥିଲା।

ଏହା ବ୍ଯତୀତ କିଛି ମିଡିଆ ରିପୋର୍ଟ ଅନୁସାରେ ରିୟା ଚକ୍ରବର୍ତ୍ତୀ ହାଇଦ୍ରାବାଦରେ ଅଛନ୍ତି ଓ ସେଠାରେ ସେ ସାଉଥ ଫିଲ୍ମରେ ରୋଲ ପାଇବା ସନ୍ଧାନରେ ଅଛନ୍ତି। ସେ କାମ ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ସେ ପୁରୁଣା କଥାକୁ ଭୁଲି ସାଧା ସିଧା ଜୀବନ ବିତାଉଛନ୍ତି। ସେ ପୁଣିଥରେ ଇଣ୍ଡଷ୍ଟ୍ରିକୁ ଫେରି ନାମ ତିଆରି କରିବାକୁ ଚାହାନ୍ତି।

ସୋସିଆଲ ମିଡିଆରୁ ଦୂରରେ ଅଛନ୍ତି ରିୟା ଚକ୍ରବର୍ତ୍ତୀ:-

ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ସୋସିଆଲ ମିଡିଆରୁ ଦୂରେଇ ରହିଛନ୍ତି। ସେ ବର୍ତ୍ତମାନ ଧୀରେ ଧୀରେ ଚର୍ଚ୍ଚାରେ ଆସୁଛନ୍ତି। ସେ ଇନଷ୍ଟାଗ୍ରାମ ରେଗୁଲାର ବ୍ୟବହାର କରନ୍ତି ନାହିଁ। ସେ ପ୍ରାୟତଃ ଇନଷ୍ଟାଗ୍ରାମରେ ଷ୍ଟୋରି ସେୟାର କରନ୍ତି। ସେ ସ୍ଵତନ୍ତ୍ରତା ଦିବସରେ ଏକ ପୋଷ୍ଟ କରିଥିଲେ। ସେ ନିଅଜର ସାଙ୍ଗ ଓ ପରିବାର ଲୋକଙ୍କର ଜନ୍ମଦିନରେ ମଧ୍ୟ ପୋଷ୍ଟ କରନ୍ତି।

Leave a Reply

Your email address will not be published. Required fields are marked *