ହେ ଭଗବାନ ! ଇଏ କି ଅବସ୍ଥା,ହାତରେ ଚପଲ ନେଇ ଆଗକୁ ବଢ଼ିବାରୁ ହେଲା ଏମିତି କାଣ୍ଡ,ଦେଖନ୍ତୁ ପ୍ରଥମେ ଭିଡ଼ିଓ

ବର୍ଷାପାଗରେ ରାସ୍ତାଗୁଡିକ ଉପରେ ଭରି ହୋଇଥିବା ପାଣି ଏବଂ କାଦୁ ପାଇଁ ସମସ୍ତେ ହଇରାଣ ଏବଂ ଅସୁବିଧା ଭୋଗିଥାନ୍ତି | ଅନେକଥର ଆମେ ଯଦି କୌଣସି ଅଜଣା ରାସ୍ତାରେ ଯାଉଥାନ୍ତି, ତେବେ ସେଠାରେ ଥିବା ଗାତଗୁଡିକୁ ଆମେ ଅନୁମାନ ମଧ୍ୟ କରିପାରନ୍ତି ନାହିଁ | ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ସହିତ ହୋଇଥିବା ଟ୍ରାଜେଡି ଦେଖାଯାଇଛି | ଏହାକୁ ଦେଖି ଆପଣ ମଧ୍ୟ ବର୍ଷାରେ ଘରୁ ବାହାରିବାପାଇଁ ଭୟ କରିବେ |

ପଙ୍କରେ ଫସିଲା ଚପଲ :-

ଏଥିରେ କୌଣସି ସନ୍ଦେହ ନାହିଁ ଯେ ବର୍ଷାପାଗର ଅଜବ ମଜା ରହିଥାଏ | କିନ୍ତୁ ତାପରେ ରାସ୍ତାରେ ହେଉଥିବା କାଦୁ ଦ୍ୱାରା ସମସ୍ତଙ୍କୁ ବହୁତ ଅସୁବିଧା ହୋଇଥାଏ | ଏହା ତ ଆପଣ ସମସ୍ତେ ଜାଣିଥିବେ ଯେ ଆଖପାଖର ମାଟି ଓଦା ହୋଇ ପାଣି ଜମି ରହିଲେ ପଙ୍କ ହୋଇଯାଏ | ଏହାଉପରେ ଗୋଡ ରଖିଲେ ନେବା ବଦଳରେ ଦେବାକୁ ପଡ଼ିଯାଏ କହିଲେ କିଛି ଅତ୍ୟୁକ୍ତି ହେବନାହିଁ | ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିଙ୍କ ଗୋଡ ପଙ୍କରେ ଫସି ଯାଇଥିଲା | ଏହାପରେ ସେ ଚପଲକୁ ହାତରେ ନେଇ ଆଗକୁ ବଢିବାକୁ ଲାଗିଲେ |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by ✌️URBAN._JATTS✌️ (@urban._jatts)

ପାଣିକୁ ଡେଇଁଲେ :-

ଏହି ଫନି ଭିଡିଓରେ ଟ୍ଵିଷ୍ଟ ବର୍ତ୍ତମାନ ବାକି ରହିଛି | ବାସ୍ତବରେ, ଯେତେବେଳେ ବ୍ୟକ୍ତି ପଙ୍କରୁ ରକ୍ଷା ପାଇ ଯେକୌଣସି ପ୍ରକାରେ ଆଗକୁ ବଢନ୍ତି, ସେତେବେଳେ ତାଙ୍କୁ ଆହୁରି ଅଧିକ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଯାଏ | ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ବହୁତ କଂଫିଡେଣ୍ଟସ ସହିତ ସାମ୍ନାରେ ଦେଖାଯାଉଥିବା ପାଣିରେ ଡେଇଁ ପଡ଼ିଥିଲେ | ସେ ଆଶା କରିଥିଲେ ଯେ ସେଠାରେ ସମତଳ ଭୂମି ଥିବ ଏବଂ ସେ ଆରାମରେ ଆଗକୁ ଯାଇପାରିବେ |

ଆଗକୁ ବଢ଼ିବାମାତ୍ରେ ଅବସ୍ଥା ଖରାପ ହୋଇଗଲା :-

ଯେତେବେଳେ ଦିନ ଭଲ ନଥିବ, ସେତେବେଳେ ଭଲରେ ହେଉଥିବା କାମ ମଧ୍ୟ ବିଗିଡ଼ିବାକୁ ଲାଗେ | ଏହି ବ୍ୟକ୍ତିଙ୍କ ସହିତ ମଧ୍ୟ ଏପରି କିଛି ହୋଇଥିଲା | ଯେଉଁଠାରେ ସେ ଡେଇଁ ପଡ଼ିଥିଲେ, ସେଠାରେ କୌଣସି ସମତଳ ଭୂମି ନଥିଲା ବରଂ ଗାତ ଥିଲା ଏବଂ ବ୍ୟକ୍ତିଜଣକ ବିନା କୌଣସି ଅର୍ଥରେ ସେଠାକୁ ଡେଇଁପଡ଼ି ନିଜକୁ ସମସ୍ୟାରେ ପକାଇଦେଲେ | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୨୯ ହଜାର ୨ ଶହ ୨୫ ଜଣ ଲୋକ ଦେଖି ସାରିଛନ୍ତି ଏବଂ ଏହି ଭିଡିଓରେ ବିଭିନ୍ନ ପ୍ରକାରର ମଜାଳିଆ କମେଣ୍ଟ ଆସୁଛି |

Leave a Reply

Your email address will not be published. Required fields are marked *