ଆଇପିଏଲ 2021: ବିସିସିଆଇ ବଢାଇଲା ସବୁ ଫ୍ରାଞ୍ଚାଇଜର ମୁଣ୍ଡବିନ୍ଧା, ସିଏସକେ କୁ ଛାଡିଦେଲେ ସବୁ ଫ୍ରାଞ୍ଚାଇଜ ପାଇଁ ଅସୁବିଧା,ଜାଣନ୍ତୁ ପୁରା ଖବର

ଆଇପିଏଲ 2021 ର ବାକି ରହିଥିବା ମ୍ୟାଚ ସେପ୍ଟେମ୍ବର 19 ତାରିଖରେ ହେବାର ଯୋଜନା ରହିଛି। ଏଥିପାଇଁ ସମସ୍ତ ଫ୍ରାଞ୍ଚାଇଜ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କିନ୍ତୁ ବିସିସିଆଇ ଏକ ଏମିତି କିଛି ଜାରି କରିଛନ୍ତି ଯାହାକି ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ ପାଇଁ ଚିନ୍ତା କରିବାର ବିଷୟ ହୋଇଯାଇଛି।

ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜକୁ କହିଥିଲା ଅଗଷ୍ଟ 20, 2021 ସୁଦ୍ଧା ଦ୍ଵିତୀୟ ଚରଣ ପାଇଁ ଦଳ ନିଜର ସମସ୍ତ ଖେଳାଳିଙ୍କ ଲିଷ୍ଟ ଜାରି କରୁ। ଟିମ ପାଇଁ ଚିନ୍ତା ବଢ଼ିବାର କାରଣ ଏହାକି ଯେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଖେଳାଳି ମାନେ ଏବେପର୍ଯ୍ୟନ୍ତ ନିଜର ଉପସ୍ଥିତି ଜାହିର କରି ନାହାଁନ୍ତି।

ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଓ ଇଂଲଣ୍ଡ କ୍ରିକେଟ ବୋର୍ଡ଼ କହି ଦେଇଛନ୍ତି କି, ତାହା ଖେଳାଳି ମାନଙ୍କ ଉପରେ ରହିଛି ଯେ, ସେମାନେ ଦୁବାଇରେ ହେଉଥିବା ଆଇପିଏଲରେ ଭାଗ ନେବେ ନା ନେବେନି। ରିପୋର୍ଟ ଅନୁସାରେ ଉଭୟ ଦେଶର ଖେଳାଳି ମାନଙ୍କ ସହିତ ଆଲୋଚନା ଜାରି ରହିଛି ଯାହାକି ଏଯାବତ ସ୍ପଷ୍ଟ ହୋଇପାରିନାହିଁ।

ଏକ ଫ୍ରାଞ୍ଚାଇଜ ଅଧିକାରୀ ବୟାନ ମାଧ୍ୟମରେ କହିଥିଲେ କି, ଆମକୁ ନିଜର ସ୍କ୍ୱାର୍ଡକୁ ଅଗଷ୍ଟ 20 ତାରିଖ ପର୍ଯ୍ୟନ୍ତ ଜମା କରିବା ଆବଶ୍ୟକ । କିନ୍ତୁ ମୁଁ ସୁନିଶ୍ଚିତ ନୁହେଁ କି, ସାରା ବିଦେଶୀ ଖେଳାଳି ଆସିବେ। ଆମେ ଏବେବି ଖେଳାଳିଙ୍କ ସହ ଆଲୋଚନା କରୁଛୁ। ଭଲ ଖବର ଏହା ହେଉଛି କି, t-20 ବିଶ୍ୱକପ ମଧ୍ୟ ୟୁଏଇରେ ଖେଳାଯିବ। ଆମକୁ ସମ୍ପୂର୍ଣ ଆତ୍ମବିଶ୍ବାସ ରହିଛି ସମସ୍ତ ଖେଳାଳି ଆସିବେ ଓ ଏବେବି ତାଙ୍କର ନିଷ୍ପତ୍ତି ଅପେକ୍ଷାରେ ଆମେ ରହିଛୁ।

ଚେନ୍ନାଇ ସୁପର କିଙ୍ଗସ ଏମିତି ଏକ ଦଳ ଯାହା ପାଖରେ ଖେଳାଳିଙ୍କ ସମ୍ପୂର୍ଣ୍ଣ ଲିଷ୍ଟ ରହିଛି। ରାଜସ୍ଥାନ ରୟାଲସ ଦଳ ଏବେବି ଜୋଶ ବଟଲର ଓ ବେନ ଷ୍ଟୋକସଙ୍କୁ ନେଇ ଅସଞ୍ଜମ ପରିସ୍ଥିତିରେ ରହିଛି।

Leave a Reply

Your email address will not be published. Required fields are marked *