ହ୍ଵାଟ୍ସଆପ ଭିଡ଼ିଓ କଲରେ ପତ୍ନୀ ନିଜ ପୁଅର ମୁହଁ ସ୍ବାମୀଙ୍କୁ ଦେଖାଇଲେ ନାହିଁ,ସେଥି ପାଇଁ ସ୍ବାମୀ କରିଦେଲେ ଆ-ତ୍ମ-ହ-ତ୍ୟା,ଜାଣନ୍ତୁ ପୁରା ଘଟଣା

ହ୍ଵାଟ୍ସଆପ ଭିଡ଼ିଓ କଲରେ ପୁଅର ମୁହଁ ନଦେଖାଇବାରୁ ସ୍ୱାମୀ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲେ। ଏହି ମର୍ମନ୍ତୁଦ ଘଟଣା ମଧ୍ୟପ୍ରଦେଶର ଶିବନୀ ଜିଲ୍ଲାର ଅଟେ। ଏଠାରେ 35 ବର୍ଷୀୟ ବ୍ୟକ୍ତି ଏଥିପାଇଁ କେବଳ ନିଜର ଜୀବନ ହରାଇ ଦେଲେ କାରଣ ତାଙ୍କ ପତ୍ନୀ ଭିଡ଼ିଓ କଲ ଦ୍ୱାରା ନିଜ ସାତ ମାସର ପୁଅର ମୁହଁକୁ ଦେଖାଇନଥିଲେ।

ମୃତକ ଦୀନେଶ ସନଡ଼ିଆ ଚାନ୍ଦୋରୀ କଲା ଗ୍ରାମର ଅଟେ। ମଦ ପିଇବା ଓ ମାରପିଟ କାରଣରୁ ତାଙ୍କ ପତ୍ନୀ କିଛିଦିନ ପୂର୍ବରୁ ବାପଘର ଚାଲି ଯାଇଥିଲେ।

ସେପ୍ଟେମ୍ବର 3 ତାରିଖରେ ସେ ନିଜର ପତ୍ନୀଙ୍କୁ ଫୋନ କଲେ ଓ ନିଜ ପୁଅକୁ ଭିଡ଼ିଓ ମାଧ୍ୟମରେ ଦେଖାଇବାକୁ କହିଥିଲେ। ପତ୍ନୀ ଏମିତି ନକରିବାରୁ ପତି କହିଲେ ମୋତେ ପିଲାର ମୁହଁ ଦେଖାଅ ନହେଲେ ମୁଁ ଆତ୍ମହତ୍ୟା କରିଦେବି। ଏହାଶୁଣି ପତ୍ନୀ ଫୋନ କାଟିଦେଲେ।

ରୁମ ରେ ନିଜକୁ ବନ୍ଦ କରିଦେଲା:-

ଏହାପରେ ଦୀନେଶ ନିଜକୁ ଘର ଭିତରେ ବନ୍ଦ କରିଦେଲା। ଦୁଇଘଣ୍ଟା ପର୍ଯ୍ୟ5 ଯେତେବେଳେ ସେ ବାହାରକୁ ବାହାରି ନଥିଲା ଭିତରକୁ ଯାଇ ଦେଖିବାପରେ ଦୀନେଶ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। ପୋଲିସ ବର୍ତ୍ତମାନ ମାମଲା ଦର୍ଜ କରି ଯାଞ୍ଚ କରୁଛି।

ବନ୍ଦୋଲ ଥାନା ପ୍ରଭାରୀ ପିଏଲ ଦେଶମୁଖ କହିଲେ କି, ସୂଚନା ମିଳିଥିଲା ଚନ୍ଦରୀ କଲା ଗ୍ରାମରେ ଜଣେ ବ୍ୟକ୍ତି ଫାଶୀ ଲଗାଇ ଦେଇଛି। ଏହି ସୂଚନାରେ ଘଟଣା ସ୍ଥଳକୁ ଯାଇ କାର୍ଯ୍ୟବାହୀ କରାଗଲା। ପଚରାଉଚରା ପରେ ମୃତକ ଦୀନେଶଙ୍କ ମାଆ ଗ୍ୟାରସି ବାଇ କହିଥିଲେ କି, ଦୀନେଶ ନିଶା ପିଇବାରେ ଅଭ୍ୟସ୍ତ ଥିଲା। ସେ ମଦ ପିଇ ଘରକୁ ଆସିଲା ଓ କହିଲା ମୋ ପୁଅର ମୁହଁ ଭିଡ଼ିଓରେ ଦେଖାଅ ନହେଲେ ଫାଶୀ ଲଗାଇ ଦେବି ଦୁଇଘଣ୍ଟା ପରେ ସ୍ୱ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା।

Leave a Reply

Your email address will not be published. Required fields are marked *