ଏହି ପଲିସୀରେ ୧୩୦୨ ଟଙ୍କା ପ୍ରିମିୟମ ଦିଅନ୍ତୁ ଆଉ ପାଆନ୍ତୁ ୨୭.୬୦ ଲକ୍ଷ ଟଙ୍କା,ଜାଣନ୍ତୁ ଏହି ପଲିସୀ ବିଷୟରେ ସମ୍ପୂର୍ଣ ସୂଚନା

ଏଲଆଇସି ନିଜର ଗ୍ରାହକମାନଙ୍କ ପାଇଁ ସମୟ ସମୟରେ ସ୍କିମ ଆଣିଥାଏ, ଯାହାଦ୍ୱାରା ଆପଣ ନିଜର ଏବଂ ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିପାରିବେ | ଏହି କ୍ରମରେ ଏଲଆଇସିର ଏକ ବିଶେଷ ସ୍କିମ ରହିଛି ଜୀବନ ଉମଂଗ ପଲିସୀ, ଯେଉଁଥିରେ ବିନିଯୋଗ କରିବା ଉପରେ ଆପଣଙ୍କୁ ଭଲ ଲାଭ ମିଳିପାରେ | ଆସନ୍ତୁ ଜାଣିବା ଏହି ଚମତ୍କାର ପଲିସୀ ବିଷୟରେ |

LIC Jeevan Umang Policy ଏକ ଏଣ୍ଡୋମେଣ୍ଟ ପ୍ଲାନ ଅଟେ :-

ଜୀବନ ଉମଂଗ ପଲିସୀ ଅନେକ ମାମଲାରେ ଅନ୍ୟ ସ୍କିମଠାରୁ ଅଲଗା ଅଟେ | ଏହି ପଲିସୀକୁ ୯୦ ଦିନଠାରୁ ନେଇ ୫୫ ବର୍ଷର ବୟସ ପର୍ଯ୍ୟନ୍ତର ଲୋକମାନେ ନେଇପାରିବେ | ଏହା ଏକ ଏଣ୍ଡୋମେଣ୍ଟ ପ୍ଲାନ ଅଟେ | ଏଥିରେ ଲାଇଫ କଭର ସହିତ ପରିପକ୍ଵତା ଉପରେ ଏକଲକ୍ଷ ଟଙ୍କା ମିଳିଥାଏ | ପରିପକ୍ଵତା ପୁରା ହେବାପରେ ଫିକ୍ସଡ଼ ଇନକମ ପ୍ରତିବର୍ଷ ଆପଣଙ୍କ ଖାତାକୁ ଆସିବ | ଅନ୍ୟପଟରେ ପଲିସୀ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଘରଲୋକ ଏବଂ ନୋମିନିଙ୍କୁ ଏକଲକ୍ଷ ଟଙ୍କା ମିଳିବ | ଏହି ସ୍କିମର ଆଉ ଏକ ବିଶେଷତା ଏହା ଜେ ଏଥିରେ ୧୦୦ ବର୍ଷ ପର୍ଯ୍ୟନ୍ତର କଭରେଜ ମିଳିଥାଏ |

ମିଳିବ ୨୭.୬୦ ଲକ୍ଷ ଟଙ୍କା :-

ଯଦି ଏହି ପଲିସୀରେ ଆପଣ ପ୍ରତିମାସରେ ୧୩୦୨ ଟଙ୍କାର ପ୍ରିମିୟମ ଦିଅନ୍ତି, ତେବେ ଏକ ବର୍ଷରେ ଏହି ରାଶି ୧୫,୨୯୮ ଟଙ୍କା ହୋଇଥାଏ | ଯଦି ଏହି ପଲିସୀକୁ ୩୦ ବର୍ଷ ପର୍ଯ୍ୟନ୍ତ ଚଳାଯାଏ, ତେବେ ଏହି ରକମ ବଢ଼ିଯାଇ ପ୍ରାୟ ୪.୫୮ ଲକ୍ଷ ଟଙ୍କା ହୋଇଯାଏ | ଆପଣ କରିଥିବା ବିନିଯୋଗ ଉପରେ କମ୍ପାନୀ ଆପଣଙ୍କୁ ୩୧ତମ ବର୍ଷରୁ ୪୦ ହଜାର ଟଙ୍କା ପ୍ରତିବର୍ଷ ରିଟର୍ନ କରିବା ଆରମ୍ଭ କରିଦିଏ | ଯଦି ଆପଣ ୩୧ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ ୪୦ ହଜାର ଟଙ୍କା ଲେଖାଏଁ ରିଟର୍ନ ନିଅନ୍ତି, ତେବେ ଆପଣଙ୍କୁ ପ୍ରାୟ ୨୭.୬୦ ଲକ୍ଷ ଟଙ୍କାର ରକମ ମିଳିଯାଏ |

ପଲିସିଧାରୀଙ୍କୁ ଟର୍ମ ରାଇଡରର ମଧ୍ୟ ଲାଭ ମିଳିଥାଏ :-

ଏହି ପଲିସୀ ଅଧୀନରେ ଯଦି ପଲିସିଧାରୀଙ୍କର କୌଣସି ଦୁର୍ଘଟଣାରେ ମୃତ୍ୟୁ ହେଲେ କିମ୍ବା ବିକଳାଙ୍ଗ ହେଲେ ଟର୍ମ ରାଇଡରର ଲାଭ ମଧ୍ୟ ମିଳିଥାଏ | ମାର୍କେଟର ବିପଦ ଦ୍ୱାରା ଏହି ପଲିସୀ ଉପରେ କୌଣସି ପ୍ରଭାବ ପଡେନାହିଁ | ଏହି ପଲିସୀ ଉପରେ ଏଲଆଇସିର ଲାଭ ଏବଂ କ୍ଷତିର ପ୍ରଭାବ ନିଶ୍ଚିତ ଭାବରେ ପଡିଥାଏ | ଇନକମ ଟ୍ୟାକ୍ସର ସେକ୍ସନ 80C ର ଅଧୀନରେ ଏହି ପଲିସୀକୁ ନେଲେ ଟ୍ୟାକ୍ସ ମଧ୍ୟ ଛାଡ଼ ମିଳିଥାଏ | ଯଦି କୌଣସି ବ୍ୟକ୍ତି ଜୀବନ ଉମଂଗ ପଲିସୀର କୌଣସି ପ୍ଲାନ ନେବାକୁ ଚାହେଁ, ତେବେ ତାକୁ ଅତି କମରେ ଦୁଇ ଲକ୍ଷ ଟଙ୍କାର ବୀମା ନେବାକୁ ପଡିବ |

Leave a Reply

Your email address will not be published. Required fields are marked *