ଆସୁଛି ହ୍ୟାଙ୍ଗ ହେଉନଥିବା ଧମାକାଦାର ସ୍ମାର୍ଟଫୋନ, ଫୋନକୁ ଥଣ୍ଡା କରି ମାତ୍ର କିଛି ମିନିଟରେ ହିଁ କରିବ ଫୁଲ ଚାର୍ଜ, ଜାଣନ୍ତୁ ଏହି ଫୋନର ଜବରଦସ୍ତ ଫିଚର୍ସ ବିଷୟରେ

Nubia ଆସନ୍ତା ସପ୍ତାହ(ସେପ୍ଟେମ୍ବର ୬)ରେ Red Magic 6S Pro ଫୋନ ଲଞ୍ଚ କରିବାକୁ ଯାଉଛି | ବର୍ତ୍ତମାନ ଏକ ନୂତନ ଅନବକ୍ସିଙ୍ଗ
ଭିଡିଓ ସ୍ମାର୍ଟଫୋନର ଡିଜାଇନ ବିଷୟରେ ଖୁଲାସା କରିଛି ଏବଂ ଏହାସହିତ କିଛି ସ୍ପେସିଫିକେସନ୍ସ ମଧ୍ୟ ସାମ୍ନାକୁ ଆସିଛି | ଜୋଲୋଟେକର ଏକ ନୂତନ ଭିଡିଓରେ ଟେକ ୟୁଟ୍ୟୁବର Red Magic 6S Pro ର ଏକ ପୂର୍ଣ୍ଣ ଅନବକ୍ସିଙ୍ଗ ଭିଡିଓ ସେୟାର କରିଛି | ଏହାସହିତ ନୂତନ ହ୍ୟାଣ୍ଡସେଟ ବିଷୟରେ ନିଜର ବିଚାରକୁ ସେୟାର କରିଛନ୍ତି |

Red Magic 6S Pro ର RAM :-

ୟୁଟ୍ୟୁବର ଖୁଲାସା କରିଛନ୍ତି ଯେ 6S Pro ଅନେକ ଷ୍ଟୋରେଜ ଭାରିଆଣ୍ଟରେ ଲଞ୍ଚ ହେବ, ଯେଉଁଥିରେ ”ସାଇଵର୍ଗ 12GB RAM + 128GB ଷ୍ଟୋରେଜ”, “ସାଇଵର୍ଗ 16GB RAM + 256GB ଷ୍ଟୋରେଜ” ଏବଂ “ଘୋଷ୍ଟ 16GB RAM + 256GB ଷ୍ଟୋରେଜ” ଭାରିଆଣ୍ଟ ସାମିଲ ରହିଛି |

Red Magic 6S Pro :-

ୟୁଟ୍ୟୁବରଙ୍କ ଅନବକ୍ସ କରାଯାଇଥିବା ଭର୍ସନରେ 128GB ଷ୍ଟୋରେଜ ସହିତ କ୍ଵାଲକମ ସ୍ନାପଡ୍ରାଗନ 888 + ଦେଖାଯାଇଛି | ଏହା ୬.୮ ଇଞ୍ଚର AMOLED ଡ଼ିସ୍ପ୍ଲେକୁ ସ୍ପୋର୍ଟ କରିଥାଏ | ଯେଉଁଥିରେ 165Hz ରିଫ୍ରେଶ ରେଟ ସହିତ FHD + ରିଜୋଲ୍ୟୁସନ ଏବଂ ୭୦୦ ନିଟ୍ସର ଅଧିକତମ ବ୍ରାଇଟନେସ ରହିଛି | ଫ୍ରଣ୍ଟ ପ୍ୟାନଲରେ ଏହି ଡ଼ିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ରିଡର ମଧ୍ୟ ରହିଛି |

Red Magic 6S Pro ର କ୍ୟାମେରା :-

ପଛରେ 6S Pro ରେ ୬୪ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସହିତ ଟ୍ରିପଲ କ୍ୟାମେରା ସେଟଅପ, ୮ ମେଗାପିକ୍ସେଲର ଅଲଟ୍ରା ବାଇଡ ଆଙ୍ଗଲ ଲେନ୍ସ ଏବଂ ଅନ୍ୟଟି ୨ ମେଗାପିକ୍ସେଲର ସେନ୍ସର ରହିଛି | Zollotech ଅନୁଯାୟୀ, ଫୋନରେ 5,050mAh ର ବଡ଼ ବ୍ୟାଟେରୀ ପ୍ୟାକ ରହିଛି, ଯାହା 120W ଏୟାର କୁଲଡ ଫାଷ୍ଟ ଚାରଜିଙ୍ଗକୁ ସପୋର୍ଟ କରିଥାଏ | ଏହି ଫୋନକୁ ବିଶେଷ ଭାବରେ ଗେମିଙ୍ଗ ଲଭର୍ସଙ୍କ ପାଇଁ ତିଆରି କରାଯାଇଛି | ଏହି ଫୋନ ଘଣ୍ଟା ଘଣ୍ଟା ଧରି ଖେଳିବାପରେ ମଧ୍ୟ ଗରମ ହେବନାହିଁ |

Leave a Reply

Your email address will not be published. Required fields are marked *