ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଆଶା ପାରେଖ ବର୍ତ୍ତମାନ ଜଣାଇଲେ ଯେ କଣ ପାଇଁ ସେ ବାହାହେଲେ ନାହିଁ,ଆଉ ୭୭ ବର୍ଷ ବୟସରେ ମଧ୍ୟ ଏକା ଅଛନ୍ତି

ବଲିଉଡର ଦିଗ୍ଗଜ ଅଦାକାର ଆଶା ପାରେଖ ବିବାହ ନକରିବା ପାଇଁ ନିଜର ନିଷ୍ପତ୍ତି ବିଷୟରେ କିଛି ଖାସ କଥା କହିଛନ୍ତି। ସେ କହିଲେ କାହିଁକି ସେ ବିବାହ କରିଲେ ନାହିଁ ଓ ସିଙ୍ଗେଲ ରହିଲେ। ଆଶା ପାରେଖ କହିଲେକି ତାଙ୍କ ସମୟରେ କାମ କରୁଥିବା ଅଭିନେତ୍ରୀଙ୍କ ସହ ଧୋକା ହେଉଥିଲା ଓ ସ୍ତ୍ରୀ ମାନଙ୍କୁ ଭୁଲି ଯାଉଥିଲେ। ଏହା କିଛି ଏମିତି ସ୍ଥିତି ଥିଲା, ଯାହାକୁ ସେ ନିଜ ସହିତ ଦେଖିବାକୁ ଚାହୁଁନଥିଲେ।

ଆଶା ପାରେଖ କହିଲେ କାହିଁକି ସେ ଆଜି ପର୍ଯ୍ଯନ୍ତ ବିବାହ କରି ନାହାନ୍ତି:-

ବାସ୍ତବରେ ଆଶା ପାରେଖ ବର୍ବ ମ୍ୟାଗଜିନକୁ ଦେଇଥିବା ଇଣ୍ଟରଭ୍ୟୁ ସମୟରେ ବିବାହ ସହ ଜଡିତ ପ୍ରଶ୍ନ ଉପରେ ଉତ୍ତର ଦେଇ କହିଲେ



‘ମୋ ଜୀବନର ସବୁଠାରୁ ଭଲ ହେଉଛି ଏକା ରହିବା। ମୁଁ ଏକ ବିବାହିତ ପୁରୁଷଙ୍କୁ ଭଲ ପାଉଥିଲି, କିନ୍ତୁ ମୁଁ ଚାହୁଁନଥିଲିକି ମୁଁ କୌଣସି ଘର ଭାଙ୍ଗିବା ସ୍ତ୍ରୀ ଲୋକ ହୁଏ ବୋଲି। ତେଣୁ ମୋ ପାଖରେ ଏହି ଚଏସ ଥିଲାକି ମୁଁ ସିଙ୍ଗେଲ ରହିବି ଓ ମୁଁ ନିଜର ଜୀବନକୁ ଏମିତି ବିତାଇବି।’

ନିଜର ବାୟୋଗ୍ରାଫିରେ ଦ ହିଟ ଗାର୍ଲରେ ମଧ୍ୟ ଆଶା ପାରେଖ କହିଲେକି ସେ ନିଜର ଆତ୍ମସମ୍ମାନକୁ ଚୟନ କରିଥିଲେ। ନିଜର ଏହି ପୁସ୍ତକରେ ଆଶା ପାରେଖ ଲେଖିଲେକି ‘ସେ ନିର୍ଦ୍ଦେଶକ ନାସିର ହୁସେନଙ୍କୁ ଭଲ ପାଉଥିଲେ, କିନ୍ତୁ ତାଙ୍କର ବିବାହ ହୋଇସାରିଥିଲା ତେଣୁ ଆଶା ପାରେଖ ତାଙ୍କ ଠାରୁ ଦୂରତା ବଜାୟ ରଖିଲେ।’

ସେ କହିଲେକି ବିବାହ କରିବା ପଛରେ ସେ ନିଜ ସହିତ ସମୟ ବିତାଇବାକୁ ଅଧିକ ପସନ୍ଦ କରୁଥିଲେ। ଓ ନିଜର ଦୁଇ ମିତ୍ର ବହିଦା ରହମାନ ଓ ହେଲେନଙ୍କ ସହିତ ବୁଲୁଥିଲେ।

୭୭ ବର୍ଷର ହୋଇସାରିଲେଣି ଆଶା ପାରେଖ:-

ଜଣାଇଦେଉଛୁକି ୭୭ ବର୍ଷର ଆଶା ପାରେଖଙ୍କର ଜନ୍ମ ୨ ଅକ୍ଟୋବର ୧୯୪୨କୁ ମୁମ୍ବାଇରେ ହୋଇଥିଲା। ସେ ଏକ ଗୁଜୁରାତି ପରିବାରରୁ ଥିଲେ। ଆଶା ପାରେଖ ପାଖାପାଖି ୮୦ଟି ବଲିଉଡ ଫିଲ୍ମରେ କାମ କରିଥିଲେ। କେବଳ ଲେଖକ ଓ ନିର୍ଦ୍ଦେଶକ ନାସିର ହୁସେନଙ୍କ ସହିତ ଅଭିନେତ୍ରୀ ଭାବରେ ୭ଟି ଫିଲ୍ମ ଦେକେ ଦେଖୋ(୧୯୫୯), ଜବ ପ୍ୟାର କିସି ସେ ହୋତା ହେ(୧୯୬୧), ଫିର ବହି ଦିଲ ଲାୟା ହୁଁ(୧୯୬୩), ତିସରା ମଞ୍ଜିଲ(୧୯୬୬), ବାହାରୋ କେ ସପନେ(୧୯୭୬), ପ୍ୟାର କା ମୌସମ(୧୯୬୯) ଓ କାରବାଁ(୧୯୭୧)ରେ କାମ କରିଛନ୍ତି। ନାସିର ହୁସେନଙ୍କ ଏକ ଫିଲ୍ମ ମଞ୍ଜିଲ-ମଞ୍ଜିଲ'(୧୯୮୪) ରେ ପ୍ରସିଦ୍ଧ ହୋଇଥିଲା। ଏହି ବର୍ଷ ୧୯୯୨ରେ ପଦ୍ମଶ୍ରୀ ସମ୍ନାନ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *