୨୦ ଫୁଟର ବିଶାଳ ଅଜଗର କଲା ଜୁ କିପରଙ୍କ ଉପରେ ଆକ୍ରମଣ,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ପଶୁମାନଙ୍କ ସହିତ ଜଡିତ ଅନେକ ଭିଡିଓ ଖୁବ ଭାଇରଲ ହୋଇଥାଏ | ପ୍ରାୟତଃ ଏହି ଭିଡିଓଗୁଡିକ ବହୁତ କ୍ୟୁଟ ହୋଇଥାଏ, ଯାହାକୁ ସୋସିଆଲ ମିଡ଼ିଆ ୟୁଜର୍ସ ଖୁବ ପସନ୍ଦ କରିଥାନ୍ତି ଏବଂ ବହୁତ ସେୟାର ମଧ୍ୟ କରିଥାନ୍ତି | କୁକୁର ଏବଂ ବିଲେଇମାନଙ୍କ ସହିତ ଅନେକ ପଶୁମାନଙ୍କର କାର୍ଯ୍ୟକଳାପର ଭିଡିଓ ସବୁଠାରୁ ଅଧିକ ପସନ୍ଦ କରାଯାଇଥାଏ | କିନ୍ତୁ ଏହା ମଧ୍ୟରେ ଏକ ବହୁତ ଖତରନାକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ସମସ୍ତଙ୍କର ହୃଦୟ ଦୋହଲିଯିବ | ଏହି ଭିଡିଓରେ ଏକ ଲମ୍ବା ଚଉଡା ଅଜଗର ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବାର ଦେଖାଯାଉଛି |

ଜେ ବ୍ରେୟୁଅର କାର୍ଲିଫର୍ନିଆରେ ଏକ ରେପଟାଇଲ ଜୁ ଚଳାନ୍ତି | ଏହି ଜୁରେ କେତେକ ଅଲଗା ଅଲଗା ପ୍ରକାରର ଜୀବ ଦେଖିବାକୁ ମିଳେ | ଜେ ସୋସିଆଲ ମିଡିଆରେ ମଧ୍ୟ ଫେମସ ନାମ ଅଟେ | ଇନ୍ସଟାଗ୍ରାମରେ ତାଙ୍କୁ ସାଢେ ୪ ମିଲିୟନରୁ ଅଧିକ ଲୋକ ଫୋଲୋ କରନ୍ତି | ଜେ ସବୁବେଳେ ପଶୁମାନଙ୍କ ସହିତ ଜଡିତ ଭିଡିଓକୁ ନିଜର ଇନ୍ସଟାଗ୍ରାମରେ ସେୟାର କରିଥାନ୍ତି | ଏହି ଭିଡିଓରେ ସେ ପଶୁମାନଙ୍କ ସହିତ ସମୟ ବିତାଇବା, ମସ୍ତି କରୁଥିବାର ଦେଖାଯାନ୍ତି | ନିକଟରେ ଜେ ଗୋଟିଏ ଭିଡିଓ ସେୟାର କରିଥିଲେ ଏବଂ ସେଥିରେ ଗୋଟିଏ ୨୦ ଫୁଟର ଲମ୍ବା ଅଜଗର ଜେଙ୍କ ଉପରେ ଆକ୍ରମଣ କରିଦିଏ, କିନ୍ତୁ ତାଙ୍କ ମୁହଁରେ ଟିକେ ବି ଡର ଦେଖାଯାଏ ନାହିଁ | ଆପଣଙ୍କୁ କହିରଖୁଛୁ ଜେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି | ଜେଙ୍କ ଆଖପାଖରେ ଅନେକ ଲୋକ ଠିଆ ହୋଇ ଭିଡିଓ ତିଆରି କରୁଥିବାର ମଧ୍ୟ ଦେଖାଯାଉଛନ୍ତି |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Jay Brewer (@jayprehistoricpets)

ଜେ ଇନ୍ସଟାଗ୍ରାମରେ କହିଛନ୍ତି ଜେ ଅଜଗର ତାଙ୍କ ଉପରେ ଆକ୍ରମଣ କାହିଁକି କଲା | ବାସ୍ତବରେ, ଅଜଗରର ଅଣ୍ଡାଗୁଡିକୁ ସେଠାରୁ ହଟାଇ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାହୁଁଥିଲେ, ଯାହାଦ୍ୱାରା ସେଗୁଡିକର କୌଣସି କ୍ଷତି ହେବନାହିଁ | ଏହି କାରଣରୁ ଜେ ସେଗୁଡିକୁ ହଟାଉଥିଲେ ଏବଂ ସେତେବେଳେ ସାପ ତାଙ୍କ ଉପରେ ଆକ୍ରମଣ କରିଦେଲା | ଭିଡିଓରେ ଜେ ଅନେକଥର ସାପର ଆକ୍ରମଣରୁ ରକ୍ଷା ପାଉଥିବାର ମଧ୍ୟ ଦେଖାଯାଏ, କିନ୍ତୁ ଶେଷରେ ଅଜଗର ତାଙ୍କୁ କାମୁଡି ଦିଏ | ତେବେ ଅଜଗର ବିଷାକ୍ତ ହୋଇନଥାଏ, ସେ ନିଜ ଶରୀର ଦ୍ୱାରା ଗୁଡେଇ ନିଜ ଶିକାରକୁ ଖାଇଥାଏ | ଏପରି ପରିସ୍ଥିତିରେ ଅଜଗର ଜେଙ୍କୁ କାମୁଡ଼ିବାପରେ ଜେଙ୍କ ଜୀବନ ଉପରେ କୌଣସି ବିପଦ ଆସିଲାନାହିଁ | ଜେ ଭିଡିଓ ସେୟାର କରିଛନ୍ତି, ସେଥିରେ ମଧ୍ୟ ସେ କହିଛନ୍ତି ଜେ ମାଈ ଅଜଗର ଏକ ସୁପର ମମ ଅଟେ, ଯିଏକି ନିଜର ଅଣ୍ଡାକୁ ରକ୍ଷା କରୁଛି |

Leave a Reply

Your email address will not be published. Required fields are marked *