୧୮୦ କିଲୋମିଟର ପ୍ରତିଘଣ୍ଟା ବେଗରେ ଚାଲୁଥିବା ଏକ କାର ଉପରେ ଶୋଇକି ଯାତ୍ରା କଲେ ଯୁବକ,ଦେଖନ୍ତୁ ଭିଡ଼ିଓ

ଏକ ରୁଷ ଇଂଫ୍ଲୁଏନ୍ସର ରାସ୍ତାରେ ଏକ ଦ୍ରୁତ ଗତିରେ ଚାଲୁଥିବା ଗାଡ଼ି ଉପରେ ଷ୍ଟଣ୍ଟ ମାରି ଭିଡ଼ିଓ ବନାଇଥିଲେ ଓ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଲୋକ ଦେଖିବାପରେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ,ଏହାପରେ ବ୍ୟକ୍ତି ଜଣକ ଏହି ବେଆଇନ କାମ କରିବାରୁ ପୋଲିସ ତାଙ୍କ ବିରୁଦ୍ଧରେ ଯାଞ୍ଚ ଆରମ୍ଭ କରିଦେଇଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା।

ଏହି ରୁଷ ଇଂଫ୍ଲୁଏନ୍ସରଙ୍କ ନାମ ହେଉଛି ଡାନିଏଲ ମାୟସନିକୋଭ ଯାହାର ଦ୍ରୁତ ଗତି କାରରେ ଖତରନାକ ଷ୍ଟଣ୍ଟ ଭିଡ଼ିଓ ସାମ୍ନାକୁ ଆସୁଛି। ରାସ୍ତାରେ 180 କିଲୋମିଟର ବେଗରେ ଯାଉଥିବା କାରରେ ଡାନିଏଲ ଏହା ଭିତରେ ବସି ନଥିଲେ।

ସେ କାର ଉପରେ ଶୋଇ ରହିଥିଲା, ଏଥିପାଇଁ ତାକୁ ଟେପ ଓ ରସି ଦ୍ୱାରା ଭଲ ଭାବରେ ବନ୍ଧାଯାଇଥିଲା। ଗୋଟିଏ ପଟରେ କାର ପବନ ସହିତ କଥା ହେଉଥିବା ବେଳେ ଅନ୍ୟ ପଟରେ ଡାନିଏଲ କାର ବାହାରେ ଶୋଇଥିଲା। ଏହି ଭିଡ଼ିଓକୁ ରୁଷ ଇଂଫ୍ଲୁଏନ୍ସର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶେୟର କରିଥିଲେ।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Данил Мясников (@dan_myas)

ଇଂଷ୍ଟାଗ୍ରାମରେ ଡାନିଏଲଙ୍କର 8 ଲକ୍ଷ ଫଲୋଏର୍ସ ରହିଛନ୍ତି। ଭିଡ଼ିଓ ଶେୟର କରିବାପରେ ଏହାକୁ ଅଢେଇ ଲକ୍ଷ ଲୋକ ଦେଖିସାରିଛନ୍ତି।

ଭିଡ଼ିଓରେ ଆପଣ ଦେଖିପାରୁଥିବେ କେମିତି ଡାନିଏଲ ନିଜକୁ କାର ରେ ବାନ୍ଧିଛି ଓ ନିଜ ବନ୍ଧୁଙ୍କୁ 112 କିଲୋମିଟର ପ୍ରତି ମାଇଲ ବେଗରେ ଗାଡି ଚଳାଇବାକୁ କହିଛନ୍ତି।

ଯେତେବେଳେ ଯାତାୟାତ ସୁରକ୍ଷା ଅଧିକାରୀଙ୍କୁ ଏହି ଭିଡ଼ିଓ ବିଷୟରେ ଜଣାପଡ଼ିଲା ସେତେବେଳେ ସେମାନେ ଏହାର ଯାଞ୍ଚ କରିବା ଆରମ୍ଭ କରିଦେଲେ। ଭିଡ଼ିଓ ରେ ଡାନିଏଲ ହଳଦିଆ ରଙ୍ଗର chevrolet camaro ରେ ନିଜକୁ ବାନ୍ଧିଥିଲେ।

ଭିଡ଼ିଓ ରେ ଦେଖାଯାଉଛି ଅନ୍ୟ କେହି ଜଣେ ଏହାକୁ ଚଳାଉଛନ୍ତି ଓ ଡାନିଏଲ ଏଥିରେ ବନ୍ଧା ହୋଇଛି। ଭିଡ଼ିଓକୁ ଅଲଗା ଅଲଗା ଆଙ୍ଗଲରେ କେହିଜଣେ ଶୁଟ କରୁଛି।

Leave a Reply

Your email address will not be published. Required fields are marked *