ସିଦ୍ଧାର୍ଥ ଶୁକ୍ଳାଙ୍କ ଅଧୁରା ପ୍ରେମ କାହାଣୀ: ଡ଼ିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ ଗିଲ

ବଲିଉଡରେ ଦର୍ଶକ ଅନେକ ଯୋଡିଙ୍କୁ ପସନ୍ଦ କରିଥାନ୍ତି| ଆଉ ସେହି ଯୋଡି ରିୟଲ ଯୋଡିରେ ପରିଣତ ହୋଇଯାଏ| ତେବେ ପ୍ରସିଦ୍ଧ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେ-ହାନ୍ତ ଖବରରେ ସିନେ ଜଗତକୁ ଶ-କ୍ତ ଝ-ଟକା ଲାଗିଛି| କିନ୍ତୁ, ସିଦ୍ଧାର୍ଥଙ୍କ ହଠାତ ଦେ-ହାନ୍ତ ହେତୁ ଗାର୍ଲଫ୍ରେଣ୍ଡ ଶେହନାଜ ସ୍ତବ୍ଧ ହୋଇଯାଇଛନ୍ତି|

ସୂଚନା ଅନୁସାରେ, ଡିସେମ୍ବର ମାସରେ ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ ଗିଲଙ୍କ ବିବାହ ହେବାକୁ ସ୍ଥିର କରାଯାଇଥିଲା| ଆଉ ଉଭୟଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା| ଆଉ ଶେହନାଜ ଗିଲ ବିବାହ ପାଇଁ ପ୍ରସ୍ତୁତ ମଧ୍ୟ ହେଉଥିଲେ| ସୂଚନା ଅନୁଯାୟୀ, ଶେହନାଜ ଗିଲ ସିଦ୍ଧାର୍ଥଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ବୋଲି ପରିବାର ସଦସ୍ୟଙ୍କୁ ଜଣାଇଥିଲେ| ଏଥିପାଇଁ ପରିବାର ସଦସ୍ୟ ମଧ୍ୟ ଅନୁମତି ଦେଇଥିଲେ| ଏହା ପରେ ବିବାହ ପ୍ରସ୍ତୁତିରେ ଲାଗିପଡ଼ିଥିଲେ ପ୍ରେମୀଯୁଗଳ| ସିଦ୍ଧାର୍ଥ ଶେହନାଜଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କେବଳ ତାଙ୍କର ପରିବାର ସଦସ୍ୟଙ୍କ ସହିତ ତାଙ୍କର ନିକଟତମ ବନ୍ଧୁ ଏହି ସମ୍ପର୍କରେ ଅବଗତ ଥିଲେ|

କିନ୍ତୁ, ବିଧିର ବିଧାନ ଥିଲା କିଛି ଅଲଗା| ଭବିଷ୍ୟତ ପାଇଁ ରଙ୍ଗୀନ ସ୍ୱପ୍ନ ଦେଖୁଥିବା ଏହି ପ୍ରେମୀ ଯୁଗଳଙ୍କୁ ମଧ୍ୟରୁ ଜଣେ ଆଉ ଜଣଙ୍କୁ ସବୁଦିନ ପାଇଁ ଛାଡି ଚାଲିଯିବ ବୋଲି କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ| ସିଦ୍ଧାର୍ଥଙ୍କ ମୃ-ତ୍ୟୁ ପରେ ଶେହନାଜଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିବା ଖବର ସୁନୀଲ ପରେ ଉଭୟଙ୍କର ପ୍ରଶଂସକ ଭା-ଙ୍ଗି ପଡ଼ିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *