OMG ! ମଦ ନିଶାରେ ସାଙ୍ଗମାନେ ଲଗାଇଲେ ଅଜବ ସର୍ତ୍ତ, ପୁରା କରିବାପାଇଁ ଦୌଡିଲେ ୪୦୦ କିଲୋମିଟର,ଜାଣନ୍ତୁ ପୁରା ଘଟଣା

ଗ୍ଲୋବ ବୁଲାଇ ସ୍ଥିର କଲେ ଫିନିଶ ଲାଇନ :-

ମିରର ୟୁକେର ରିପୋର୍ଟ ଅନୁଯାୟୀ, ଜଡି ଏବଂ ଗେବେ ମଦ ନିଶାରେ ସ୍ଥିର କଲେ ଯେ ବୁଲୁଥିବା ଗ୍ଲୋବ ଉପରେ ସେମାନେ ଯେଉଁଠାରେ ଆଙ୍ଗୁଠି ରଖିବେ, ସେପର୍ଯ୍ୟନ୍ତ ସେମାନେ ଦୌଡ଼ି ଦୌଡ଼ି ଯିବେ | ତାଙ୍କର ଏହି ସର୍ତ୍ତ ସେମାନଙ୍କୁ ମଧ୍ୟଏସିଆର ତାଜିକିସ୍ତାନକୁ ପଠାଇଦେଲା | ସେମାନେ ଆଫଗାନିସ୍ତାନର ସୀମାରୁ ଲାଗିଥିବା ଚୀନ ପର୍ଯ୍ୟନ୍ତ ଏବଂ ତାଜିକିସ୍ତାନର ବାରଟାଙ୍ଗ ଘଟି ପର୍ଯ୍ୟନ୍ତ ଦୌଡିଲେ, ଯାହାକୁ ଦୁନିଆର ସବୁଠାରୁ ଦୂରସ୍ଥ ଏବଂ ନିର୍ଜନ ଅଞ୍ଚଳଗୁଡିକ ମଧ୍ୟରୁ ଗୋଟିଏ କୁହାଯାଏ |

ସର୍ତ୍ତକୁ ପୁରା କରିବା ଆବେଗ ପାଲଟିଗଲା :-

ଜଡି କୁହନ୍ତି ଯେ, ‘ମୁଁ ବହୁତ ଭଲ ଦୌଡେ, କିନ୍ତୁ ମଦ ପିଇବାରେ ତାଠାରୁ ଆହୁରି ଅଧିକ ଭଲ ଅଟେ | ଯେତେବେଳେ ମଦ ନିଶାରେ ସର୍ତ୍ତ ଲଗାଇଲି, ସେତେବେଳେ ମତେ ତାଜିକିସ୍ତାନ ବିଷୟରେ କିଛି ବି ଜଣାନଥିଲା, କିନ୍ତୁ ସେହି ସର୍ତ୍ତକୁ ପୁରା କରିବା ମୋ ଆବେଗ ପାଲଟି ଯାଇଥିଲା | ଏହି ଦୌଡକୁ ଆରମ୍ଭ କରିବା ସମୟରେ ଆମ ପାଖରେ କେବଳ ଗୋଟିଏ ନକ୍ସା ଥିଲା ଏବଂ ରାସ୍ତାକୁ ନେଇ ଏକ ଉପର ଭାବରେ ସୂଚନା ଥିଲା | ଆମକୁ ଲାଗୁଥିଲା ଯେ ସେଠାରେ ଦିନରେ ଗରମ ଏବଂ ଶୁଷ୍କ ହେବ ଏବଂ ଏହାସହିତ ରାତିରେ ଥଣ୍ଡା ଲାଗିବ |

ରାସ୍ତାରେ ଆସିଲା ଅନେକ ସମସ୍ୟା :-

ଜଡି କୁହନ୍ତି, ‘ଏହା ବହୁତ ଲମ୍ବା ରାସ୍ତା ଥିଲା, କିନ୍ତୁ ଆମକୁ ଲାଗିଲା ଯେ ଆମେ ଏହାକୁ କରିପାରିବୁ | ଆମକୁ ଏହା ବହୁତ ରୋମାଞ୍ଚକର ଲାଗିଲା | ଏହି ଯାତ୍ରାରେ ଆମେ ଅସୁସ୍ଥ, ଆଘାତ, ପ୍ରକୃତିର ବାଧା, ଅଧିକ ଗରମ ପରି ସମସ୍ୟାକୁ ସାମ୍ନା କଲୁ | ଦୁନିଆର ଛାତ କୁହାଯାଉଥିବା ପାମୀରର ପଠାରକୁ ମଧ୍ୟ ପାର କଲୁ |’

ପ୍ରତିଦିନ ମାରାଥନଠାରୁ ଅଧିକ ଦୌଡ଼ିଲୁ :-

ଏହି ତିନିଜଣ ସାଙ୍ଗ ପ୍ରତିଦିନ ଏକ ମାରାଥନଠାରୁ ମଧ୍ୟ ଅଧିକ ଦୌଡିଲେ | ୭ ଦିନରେ ସେମାନେ ନିଜ ଯାତ୍ରା ପୁରା କରି କୁରକୁଳ ହ୍ରଦ ନିକଟରେ ପହଞ୍ଚିଲେ | ଜଡି କୁହନ୍ତି, ‘ଏହି ଦୌଡ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଆମେ ସବୁଠାରୁ କମ ସମୟରେ ଫିନିଶ ଲାଇନ ପର୍ଯ୍ୟନ୍ତର ଦୂରତାକୁ ଅତିକ୍ରମ କଲୁ ବରଂ ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଏପରି ସ୍ଥାନରେ ଦୌଡ଼ିଲୁ, ଯାହା ବିଷୟରେ ଆମେ ପୂର୍ବରୁ କେବେ ବି ଶୁଣି ମଧ୍ୟ ନଥିଲୁ |’

ଦୌଡିବାପାଇଁ ସାଙ୍ଗମାନଙ୍କୁ ମଧ୍ୟ ଡାକିଲି :-

ଏହି ଦୌଡର ମୁଖ୍ୟ ଆୟୋଜକ ଜଡି ଥିଲେ | ଜଡି ଏବଂ ଗେବେଙ୍କୁ ଲାଗିଲା ଯେ ଦୌଡିବାପାଇଁ ଆଉ ଜଣେ ସାଥି ଆବଶ୍ୟକ | ସେତେବେଳେ ସେ ନିଜର ସାଙ୍ଗ ଜଡି ଗଲଡ଼ଙ୍କୁ ଫୋନ କରି ଡାକିଲୁ | ସେ କୁହନ୍ତି, ‘ଗେବେ ମତେ ଫୋନ କରି କହିଲେ ଯେ କଣ ତୁମେ କଜିକିସ୍ତାନରେ ୧୦ ଦିନ ଦୌଡିବାପାଇଁ ଆମ ସହିତ ଆସିବାକୁ ଚାହୁଁଛନ୍ତି | ମୁଁ କହିଲି ହଉ ଠିକ ଅଛି |’

ଏହି ୩ଜଣ ସାଙ୍ଗଙ୍କ ମହାଯାତ୍ରାକୁ ସୋର୍ସି ଫିଲ୍ମର ଆଲେକ୍ସସିସ ଟାଇମାନ ଏବଂ ବେନ କୋକ ଡକ୍ୟୁମେଂଟଡ଼ କରିଛନ୍ତି | ତାଙ୍କ ଫିଲ୍ମ, ରନିଙ୍ଗ ଦି ରୂଫକୁ ବାନଫ ମାଉଣ୍ଟେନ ଫିଲ୍ମ ଫେଷ୍ଟିଭାଲର ଏକ ଅଂଶ ଭାବରେ ଦେଖାଯାଉଛି |

Leave a Reply

Your email address will not be published. Required fields are marked *