ଛେଳି ସହିତ ସେଲ୍ଫି ନେବା ମହିଳାଙ୍କୁ ପଡିଲା ମହଙ୍ଗା,ଛେଳି କଲା ଏମିତି ଅବସ୍ଥା,ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ

ଆଜିକାଲି ଲୋକମାନେ କିଛି ନା କିଛି ଖାସ ଅବସରରେ ସେଲ୍ଫି ନେବାକୁ ବିଲକୁଲ ଭୁଲନ୍ତି ନାହିଁ | ସେଲ୍ଫିର ପାଗଳାମି ଆଜିକାଲି ଗୋଟେ ପ୍ରକାରର ଟ୍ରେଣ୍ଡ ପରି ପାଲଟିଯାଇଛି | ଛୁଆଠାରୁ ଆରମ୍ଭକରି ବୁଢା ପର୍ଯ୍ୟନ୍ତ, ସମସ୍ତଙ୍କଠାରେ ସେଲ୍ଫି ନେବାର ପାଗଳାମି ରହିଛି | କିନ୍ତୁ ଏହି ସେଲ୍ଫି ଚକ୍କରରେ ପଡି ଅନେକ ଲୋକ ନିଜର ଜୀବନ ମଧ୍ୟ ହରାଇଛନ୍ତି | ସେହିପରି କିଛି ଲୋକଙ୍କୁ ଏହାର ଭାରି ମୂଲ୍ୟ ମଧ୍ୟ ଦେବାକୁ ପଡିଛି | ସେଲ୍ଫି ନେଉଥିବାର ଏପରି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରଲ ହେଉଛି |

ଭିଡିଓରେ ଜଣେ ମହିଳା ଛେଳି ସହିତ ଭିଡିଓ ତିଆରି କରୁଛନ୍ତି, କିନ୍ତୁ ଛେଳି ରାଗିଯାଇ ତାଙ୍କ ଉପରେ ଆକ୍ରମଣ କରିଦିଏ | ମହିଳାଙ୍କ ସହିତ ହୋଇଥିବା ଏହି ଘଟଣାକୁ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ତ ଆଉ କିଛି ଲୋକ ବହୁତ ହସୁଛନ୍ତି |

ଏଠାରେ ଦେଖନ୍ତୁ ଭିଡିଓ :-

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ଛେଳି ସହିତ ଭିଡିଓ ତିଆରି କରୁଛନ୍ତି | ପ୍ରଥମେ ତ ଛେଳି ଚୁପଚାପ ଠିଆ ହୁଏ, କିଛି ସମୟ ପରେ ଛେଳି ରାଗିଯାଇ ଏବଂ ସେ ମହିଳାଙ୍କୁ ଧକ୍କା ମାରିବାପାଇଁ ଟିକେ ପଛକୁ ହଟିଯାଏ | ଛେଳି ଦୁଇଥର ଚେଷ୍ଟା କରେ, କିନ୍ତୁ ଧକ୍କା ମାରିପାରେ ନାହିଁ | ତାପରେ ତୃତୀୟ ଥରରେ ସେ ମହିଳାଙ୍କୁ ନିଜ ମୁଣ୍ଡ ଦ୍ୱାରା ଜୋରରେ ଧକ୍କା ମାରିଦିଏ | ମହିଳା ଭିଡିଓ ତିଆରି କରିବାରେ ଏତେ ହଜିଯାଇଥିଲେ ଯେ ସେ ଜାଣିପାରୁନଥିଲେ ଯେ ଛେଳି ପାଖକୁ ଆସିବାଟା ତାଙ୍କ ପାଇଁ ବିପଦ ଅଟେ | କିନ୍ତୁ ଠିକ ସେତିକିବେଳେ ଛେଳି ପଛରୁ ଆସି ମହିଳାଙ୍କୁ ଧକ୍କା ମାରିଦିଏ ଏବଂ ମ୍ୟାଡ଼ାମ ଜି ତୁରନ୍ତ ତଳେ ପଡିଯାନ୍ତି ଏବଂ ତାଙ୍କ କ୍ୟାମେରା ବନ୍ଦ ହୋଇଯାଏ |

ସୋସିଆଲ ମିଡିଆରେ ଏହି ଫନି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି | ଜଣେ ୟୁଜର କହିଛନ୍ତି, ‘ମହିଳା ଆଗକୁ ବୁଝିସୁଝି ସେଲ୍ଫି ନେବେ |’ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ମହିଳାଙ୍କୁ ବହୁତ ଆଘାତ ଲାଗିଥିବ |’ ଏହାବ୍ୟତୀତ ଆହୁରି ଅନେକ ୟୁଜର୍ସ ଏହି ଭିଡିଓରେ ମଜାଳିଆ କମେଣ୍ଟ କରିଛନ୍ତି |

ଟ୍ୱିଟରରେ ଏହି ଭିଡିଓକୁ ‘The Darwin Awards’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭଡ଼ିଓକୁ ପ୍ରାୟ ଚାରି ଲକ୍ଷ ଲୋକ ଦେଖିଲେଣି | ସେହିପରି ହଜାର ହଜାର ଲୋକ ଏହି ଭିଡିଓକୁ ବହୁତ ଲାଇକ ଏବଂ ରିଟ୍ୱିଟ ମଧ୍ୟ କରିଛନ୍ତି | ଏହାବ୍ୟତୀତ ଏହି ଭିଡିଓକୁ ଲୋକମାନେ ଅଲଗା ଅଲଗା ପ୍ଲାଟଫର୍ମରେ ସେୟାର କରୁଛନ୍ତି |

Leave a Reply

Your email address will not be published. Required fields are marked *