ଓଭାଲ ଟେଷ୍ଟରେ ରୋହିତ ଶର୍ମା ଦେଖାଇଲେ ନିଜର ଅସଲି ଅବତାର, ଏକାବେଳେ ସେହବାଗ ଓ ଗାଭାସ୍କରଙ୍କୁ ପଛରେ ଛାଡିଦେଲେ,ଜାଣନ୍ତୁ ତାଙ୍କର ଏହି ରେକର୍ଡ ବିଷୟରେ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ରୋହିତ ଶର୍ମାଙ୍କ ଜଲୱା ଦେଖିବାକୁ ମିଳିଥିଲା। ହିଟମ୍ୟାନ କେଏଲ ରାହୁଲଙ୍କ ସହିତ ମିଶି ଏକ ଜବରଦସ୍ତ ପ୍ରାରମ୍ଭ ଭାରତକୁ ଦେଇଥିଲେ। ଏହାସହ ସେ ଇଣ୍ଟରନାଶନାଲ କ୍ରିକେଟରେ ଏକ ବଡ଼ କୀର୍ତ୍ତିମାନ ମଧ୍ୟ ହାସଲ କଲେ।

ସଚିନଙ୍କ ପରେ ସବୁଠାରୁ ଦ୍ରୁତ 11,000 ରନ:-

ରୋହିତ ଶର୍ମା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୂପରେ ଇଣ୍ଟରନାଶନାଲ କ୍ରିକେଟରେ 11,000 ରନ ପୂରଣ କରିସାରିଛନ୍ତି। ସେ ଏହି ଉପଲବ୍ଧି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ସବୁଠାରୁ ଦ୍ରୁତରେ ହାସଲ କରିଛନ୍ତି। ରୋହିତ 246 ପାଳିରେ ଏହି ସଫଳତା ହାସଲ କରିଛନ୍ତି।

ଏକସହିତ ସେହବାଗ ଓ ଗାଭାସ୍କରଙ୍କୁ ପଛରେ ପକାଇଲେ:-

ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓପନିଂ ବ୍ୟାଟ୍ସମ୍ୟାନ ରୂପରେ 241 ପାଳିରେ ନିଜର 11,000 ରନ ପୂରଣ କରିଥିଲେ। ଜଣାଇଦେଉଛୁ କି, ରୋହିତ ଶର୍ମା ଏହି ସଫଳତାରେ ଚତୁର୍ଥ ଭାରତୀୟ ରୂପରେ ପହଞ୍ଚିଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ ଓ ସୁନୀଲ ଗାଭାସ୍କର ଏହି ଓପନର ଭାବରେ 11,000 ରନ କରିଥିଲେ।

ଏହି ମାମଲାରେ ସେହବାଗ ଆଗରେ:-

ଓପନର ଭାବରେ ସେହବାଗ 16,119 ରନ କରିଛନ୍ତି। ଏହାପରେ ସଚିନ 15,335 ରନ କରିଛନ୍ତି ସେହିପରି ସୁନୀଲ ଗାଭାସ୍କର 12,258 ରନ କରିଛନ୍ତି। ଏହାପରେ ରୋହିତ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଯାଇଛନ୍ତି।

ରୋହିତଙ୍କ 15,000 ଇଣ୍ଟରନାଶନାଲ ରନ ପୂରଣ:-

ଓଭାଲ ଟେଷ୍ଟର ଦ୍ଵିତୀୟ ପାଳିରେ ରୋହିତ ଶର୍ମା 15 ହଜାର ଇଣ୍ଟରନାଶନାଲ ରନ ପୂରଣ କରିଛନ୍ତି। ରୋହିତ ଏହି କରିସ୍ମା କରିବାରେ 8ମ ଭାରତୀୟ ଖେଳାଳି ଅଟନ୍ତି। ତାଙ୍କ ପୂର୍ବରୁ ସଚିନ, ରାହୁଲ, ସୌରଭ, ବିରାଟ, ଧୋନୀ, ସେହବାଗ ଓ ଅଝାରୁଦ୍ଧିନ ଏହି କାରନାମା କରିଥିଲେ।

Leave a Reply

Your email address will not be published. Required fields are marked *