ପ୍ରାଇଭେଟ ପାର୍ଟ କାହାର କେତେ ଲମ୍ବା ! ଏହାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ଲଢେଇ,ଜାଣନ୍ତୁ ପୁରା ଘଟଣା

ମଦ ପିଇବା ପରେ ପ୍ରତ୍ୟେକ ବନ୍ଧୁଙ୍କ ମଧ୍ୟରେ ଝଗଡ଼ା ତ ହୋଇଥାଏ କିନ୍ତୁ ନିଶାରେ ଜଣେ ବ୍ୟକ୍ତି ନିଜର ବନ୍ଧୁଙ୍କ ସହିତ ଯାହାକଲା ଆପଣ ଜାଣିଲେ ହଇରାଣ ହୋଇଯିବେ। ରିପୋର୍ଟ ଅନୁସାରେ, ରୁଷ ର ଇରାଲ କ୍ଷେତ୍ରର ବସ୍କୋରତସ୍ଥାନରେ ଜଣେ ବନ୍ଧୁ ଅନ୍ୟ ବନ୍ଧୁଙ୍କ ପ୍ରାଇଭେଟ ପାର୍ଟ କୁରାଢ଼ୀରେ କାଟି ଦେଇଛନ୍ତି।

47 ବର୍ଷୀୟ ବ୍ୟକ୍ତି ନିଜର 52 ବୟସର ପିଲାବେଳର ସାଥି ସହିତ ମଦ୍ୟପାନ କରୁଥିଲା। ନିଶାରେ ହିଁ ଉଭୟ ବନ୍ଧୁ ନିଜ ନିଜ ପ୍ରାଇଭେଟ ପାର୍ଟ କେତେ ଲମ୍ବା ମାପିଵା ଆରମ୍ଭ କରିଦେଲେ। ଏହାପରେ ଦ୍ଵିତୀୟ ବ୍ୟାକ୍ତି ଏଥିରେ ହାରି ଯାଇଥିଲା ଓ ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଯାଇଥିଲା।

ଏହାପରେ ଜଣେ ବନ୍ଧୁ ଏତେ କ୍ରୋଧିତ ହୋଇଯାଇଥିଲା କି, ନିଜ ବନ୍ଧୁର ପ୍ରାଇଭେଟ ପାର୍ଟ କାଟି ଦେଇଥିଲା। ସୂଚନା ମୁତାବିକ, ଏହି ଦୁଇଜଣ ବନ୍ଧୁ ଲଗାତାର ଦୁଇଦିନ ହେବ ମଦ ପିଉଥିଲେ।

ଏହାପରେ ଘାୟଲ ବ୍ୟକ୍ତିଙ୍କୁ ଲୋକମାନେ ହସ୍ପିଟାଲରେ ଭର୍ତି କଲେ ଓ ତାଙ୍କର ଚିକିତ୍ସା ଆରମ୍ଭ ହେଲା। କୁରାଢ଼ୀ ଆଘାତରୁ ବ୍ୟକ୍ତିର ପ୍ରାଇଭେଟ ପାର୍ଟରେ ଏକ ବଡ଼ ଘା ସୃଷ୍ଟି ହୋଇଥିଲା।

ପୋଲିସ ଆରୋପୀକୁ ଗିରଫ କରିଥିଲା ପୋଲିସ ପ୍ରବକ୍ତା ଘଟଣାକୁ ନେଇ କହିଥିଲେ, ଦୁଇଦିନ ହେବ ଏହି ଦୁହେଁ ମଦ ପିଉଥିଲେ। ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା। ଯୁକ୍ତି ଶେଷ ହେବାପରେ ଜଣେ ବନ୍ଧୁ ଏକ କୁରାଢ଼ୀ ବାହାର କରି ନିଜ ବନ୍ଧୁର ମୁଣ୍ଡକୁ ଆଘାତ କରିଥିଲେ ଓ ଏହାପରେ ତାଙ୍କ ପ୍ରାଇଭେଟ ପାର୍ଟକୁ ଆକ୍ରମଣ କରିଥିଲେ।

ପୀଡିତଙ୍କ ଚିତ୍କାର ଶୁଣିବା ପରେ ପଡୋଶୀ ପୋଲିସଙ୍କୁ ଫୋନ କରିଥିଲେ। ଏହାପରେ ସେହି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ବନ୍ଧୁଙ୍କ ଆକ୍ରମଣ କାରଣରୁ ବ୍ୟକ୍ତିଙ୍କ ମୁଣ୍ଡରେ ମଧ୍ୟ ଜୋରରେ ଆଘାତ ଲାଗିଥିଲା।

ଆରୋପୀ ଦୋଷୀ ସାବ୍ୟସ୍ତ ହେବାପରେ ତାକୁ ରୁଷ ର ଆଇନ କାନୁନ ମୁତାବିକ 8 ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିପାରେ।

ଏହି ଘଟଣା ଲୋକଙ୍କୁ ଭ୍ଲାଦିମିର ନିକୋଲାଏବ କଥା ମନେ ପକାଇ ଦେଇଥିଲା। ଯିଏକି ନିଜର ବନ୍ଧୁଙ୍କୁ ମାରି ଅନ୍ୟ ବନ୍ଧୁଙ୍କୁ ଏହାକୁ କାଙ୍ଗାରୁ ମାଂସ କହି ଖାଇବାକୁ ଦେଇଥିଲା।

Leave a Reply

Your email address will not be published. Required fields are marked *