Covid Delta Variant Early Symptoms : ଏହି ପ୍ରାରମ୍ଭିକ ଲକ୍ଷଣ ଜଣାଇଥାଏ ଆପଣ କରୋନାର ଡେ଼ଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି ନା ନାହିଁ ? ଜାଣନ୍ତୁ ସେ ସମସ୍ତ ଲକ୍ଷଣ ବିଷୟରେ

କରୋନା ଭାଇରସର ଡେ଼ଲ୍ଟା ଭାରିଆଣ୍ଟର ମାମଲା ଲଗାତାର ସାମ୍ନାକୁ ଆସୁଛି ଏବଂ ଏହାର ଅଲଗା ଅଲଗା ପ୍ରକାରର ଲକ୍ଷଣଗୁଡିକ ବିଶେଷଜ୍ଞମାନଙ୍କର ଚିନ୍ତାକୁ ବଢ଼ାଇ ଦେଇଛି | ସାରା ଦେଶରେ କରୋନା ବିରୁଦ୍ଧରେ ଦ୍ରୁତ ଗତିରେ ଟୀକାକରଣ ଅଭିଯାନ ପରେ ସଂକ୍ରମଣର ମାମଲା ବହୁତ କମ ହୋଇଛି, କିନ୍ତୁ ବିପଦ ଟଳିନାହିଁ | ଯଦି ଆପଣ ଟୀକା ଲଗାଇଛନ୍ତି, ତେବେ ମଧ୍ୟ ଆପଣ ଏହି ଷ୍ଟ୍ରେନ କବଳକୁ ଆସିପାରନ୍ତି, ତେଣୁ ଜରୁରୀ ଅଟେ ଯେ ଆପଣ ଏହାର କିଛି ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନନ୍ତୁ |

କାନରେ ଯନ୍ତ୍ରଣା :-

ଡେ଼ଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ରୋଗୀମାନଙ୍କଠାରେ ଗୋଟିଏ ନୂତନ ଲକ୍ଷଣ ଦେଖାଯାଉଛି ଏବଂ ତାହା ହେଉଛି କାନରେ ଯନ୍ତ୍ରଣା | ଫ୍ଲୋରିଡ଼ାରେ ମଧ୍ୟ ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଯେଉଁ ଲୋକମାନେ କରୋନା ଦ୍ୱାରା ସଂକ୍ରମିତ ଥିଲେ, ସେଥିରେ ଗୋଟିଏ ମୁଖ୍ୟ ଲକ୍ଷଣ କାନରେ ଯନ୍ତ୍ରଣା ହେବା ମଧ୍ୟ ଥିଲା |

ଗଳା ଖରାପ ହେବା :-

ଏହାବ୍ୟତୀତ ଗଳା ଖରାପ ହେବା ମଧ୍ୟ ଡେ଼ଲ୍ଟା ଭାରିଆଣ୍ଟର ପ୍ରାରମ୍ଭିକ ଲକ୍ଷଣଗୁଡିକରୁ ଗୋଟିଏ ଅଟେ | ଡାକ୍ତରମାନେ କହିଛନ୍ତି ଯେ କରୋନା ପଜିଟିଭ ରୋଗୀମାନଙ୍କ ମଧ୍ୟରେ ଗଳାରେ କାଶ କିମ୍ବା ଗଳା ଯନ୍ତ୍ରଣା ହେବା ଏକ ମୁଖ୍ୟ ଲକ୍ଷଣ ଅଟେ ଏବଂ ଏହା ଦ୍ୱାରା କାନରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ |

ନାକ ବହିବା :-

ମାସ ମାସ ଧରି ଅନୁସନ୍ଧାନକାରୀମାନେ କୋଭିଡର ଡେ଼ଲ୍ଟା ଭାରିଆଣ୍ଟର ପ୍ରାରମ୍ଭିକ ଲକ୍ଷଣ ଉପରେ ରିସର୍ଚ୍ଚ କରି ଆସୁଛନ୍ତି | ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ କରୋନାର ଅରିଜିନାଲ ଷ୍ଟ୍ରେନଠାରୁ ଡେ଼ଲ୍ଟା ଭାରିଆଣ୍ଟର ଲକ୍ଷଣ ଅଲଗା ଅଟେ | ଏହାର ଲକ୍ଷଣ କମନ କୋଲଡ଼ ପରି ମଧ୍ୟ ହୋଇପାରେ | ଅନେକ ରୋଗୀ ଥାନ୍ତା ଏବଂ କାଶର ସମସ୍ୟା ନେଇ ଆସନ୍ତି |

ମୁଣ୍ଡବିନ୍ଧା :-

COVID Symptom ନାମକ ଏକ ଷ୍ଟଡିରେ ଅନୁସନ୍ଧାନକାରୀମାନେ ତିନୋଟି ଗ୍ରୁପ ମଧ୍ୟରେ ନୂତନ ନୂତନ ମାମଲାକୁ ଟ୍ରାକ କଲେ | ଏଥିରେ ଗୋଟିଏ ଗ୍ରୁପ ଟୀକା ନେଇନଥିଲେ, ଅନ୍ୟ ଗ୍ରୁପ ସମ୍ପୂର୍ଣ ଭାବେ ଟୀକା ନେଇ ସାରିଥିଲେ ଏବଂ ତୃତୀୟ ଗ୍ରୁପକୁ ଟୀକାର କେବଳ ଗୋଟିଏ ଡୋଜ ମିଳିଥିଲା | ଏହି ତିନି ଗ୍ରୁପର ଲୋକମାନେ କହିଛନ୍ତି ଯେ ସେମାନଙ୍କଠାରେ ସବୁଠାରୁ କମନ ଲକ୍ଷଣ ମୁଣ୍ଡବିନ୍ଧା ଥିଲା |

କାଶ :-

ଲଗାତାର ଭାବରେ କଫ ରହିବା ମଧ୍ୟ ଡେ଼ଲ୍ଟା ଭାରିଆଣ୍ଟର ଅନ୍ୟ ଏକ ପ୍ରମୁଖ ଲକ୍ଷଣ ଭାବେ ରିପୋର୍ଟ କରାଯାଇଛି | ଯଦି ଆପଣଙ୍କଠାରେ ଏହି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ |

Leave a Reply

Your email address will not be published. Required fields are marked *