ସାବଧାନ : ହ୍ଟସ୍ଆପର ଏହି ଫିଚର ଯୋଗୁଁ ଆପଣଙ୍କ ସବୁ ଡାଟା ଚୋରି ହୋଇପାରେ, ଜାଣନ୍ତୁ କ’ଣ କରିପାରେ ହ୍ୟାକର

ହ୍ୱଟ୍ସ୍ଆପ ବିଶ୍ୱର ସବୁଠାରୁ ପସନ୍ଦୀୟ ଓ ଲୋକପ୍ରିୟ ମେସେଜିଙ୍ଗ ଆପ ମଧ୍ୟରେ ଅନ୍ୟତମ ଅଟେ|ଏଥିପାଇଁ ଯେ ଏହା ୟୁଜର୍ସକୁ ବିଭିନ୍ନ ପ୍ରକାରର ଫିଚର ଦେବାସହ ସୁରକ୍ଷାର ଧ୍ୟାନ ରଖିଥାଏ|ଏହାର ଏଣ୍ଡ ଟୁ ଏଣ୍ଡ ଏନସ୍କ୍ରିପ୍ସନର ଫିଚର ୟୁଜରର ଚାଟ୍ସ, ତାଙ୍କ ଫଟୋ,ଭିଡିଓ ସବୁକୁ ସୁରକ୍ଷିତ ରଖିଥାଏ ଓ କେବଳ ଯାହାକୁ ପଠାଯାଇଥାଏ ତାକୁ ଦେଖିବାକୁ ଅନୁମତି ଦେଇଥାଏ|ଏତେ ପରେ ମଧ୍ୟ ସାଇବର ଚୋର ମାନେ ହ୍ୟାକର୍ସ ନିଜ ରାସ୍ତା ଖୋଜି ପାରେ|ମୁଁ ଆପଣଙ୍କୁ ଏକ ଲାଟେଷ୍ଟ ବଗ ବିଷୟରେ କହିବି ଯେଉଁଥିରେ ହ୍ୟାକର ଆପଣଙ୍କ ଏକାଉଣ୍ଟ୍ ହ୍ଯାକ କରିପାରେ|

ଏଵେ ଏହି ଖବର ଆସିଛି ଯେ ହ୍ଯାକର ଏକ ନୂତନ ଉପାୟରେ ୟୁଜର଼ସର ହ୍ୱଟ୍ସ୍ଆପ ଏକାଉଣ୍ଟ୍ ହ୍ୟାକ କରିପାରେ|ଏହି ବଗ ହ୍ୱଟ୍ସାପର ଇମେଜ ଫିଲ୍ଟର ଫିଚରରେ ମିଳିଛି ଓ ଏହାର ନାମ ଅଟେ “ଆଉଟ ଅଫ ବାଉଣ୍ଡସ ରିଡ ରାଇଟ ଭନେରେବିଲିଟି”|ଏହା ସମ୍ପର୍କରେ ହ୍ୱଟ୍ସ୍ଆପକୁ ତଥ୍ୟ ଚେକ ପଏଣ୍ଟ ରିସଚର୍ସ ଦେଇଥିଲେ|

ଚେକ ପଏଣ୍ଟ ରିସଚର୍ସଙ୍କ କହିବାନୁଯାୟୀ ଏହି ବଗ ହ୍ୱଟ୍ସ୍ଆପର ଫେବୃଆରୀର v2.21.1.13ରେ ଅପଡେଟ ନୂଆ ଇମେଜ ଫିଲ୍ଟର ସହ ଆସିଛି|ହ୍ୟାକର ୟୁଜରକୁ ଅନୁଚିତ ଫଟୋ ପଠେଇ ପୁଣି ତା ଇମେଜ ଫିଲ୍ଟର ବ୍ୟବହାର କରି ସେ ଫଟୋ ମାଧ୍ୟମରେ ଏକାଉଣ୍ଟ୍ ହ୍ୟାକ କରିପାରେ|

କିନ୍ତୁ ଚେକ ପଏଣ୍ଟ ରିସଚର୍ସ ମଧ୍ୟ ଏହା କହିଛନ୍ତି ଯେ ଏହା କୈାଣସି ସରଳ କାମ ନାହିଁ|ହ୍ୟାକରକୁ ଏଥିରେ ସଫଳ ହେବାପାଇଁ ଏକ ଲମ୍ବା ପ୍ରକ୍ରିୟା ପୂର୍ଣ୍ଣ କରିବାକୁ ହେଵ|ଏଥିପାଇଁ ଏକ ଅନୁଚିତ ଫଟୋ ଫଟୋ ବନାଇବାକୁ ହେବ ପୁଣି ତାକୁ ହ୍ୱଟ୍ସ୍ଆପ ଇମେଜ ଫିଲ୍ଟରରେ ଅପଲୋଡ଼ କରିବାକୁ ହେଵ ପୁଣି ଯେତେବେଳେ ୟୁଜର ଅନୁଚିତ ଫଟୋ ଉପରେ କ୍ଲିକ କରିବ ହ୍ଯାକର ପାଖକୁ ଉଠାଯାଇଥିବା ଫଟୋ ଚାଲିଯିବ|ପୁଣି ସେ ଫଟୋ ମାଧ୍ୟମରେ ହ୍ୟାକର ସମସ୍ତ ତଥ୍ୟ ଜାଣିବ|

ହ୍ୱଟ୍ସ୍ଆପ ନିଜର ସିକ୍ୟୁରିଟି ଆଡଭାଇଜରୀ ୱେବସାଇଟରୁ ଏହି ବଗର ସୂଚନା ଦେଇଥିଲେ ଓ ଏହି ବଗର ଇମେଜ ଫିଲ୍ଟରରୁ ହଟାଇବାକୁ ସଫଳ ହୋଇଥିଲେ|କମ୍ପାନୀ ସୋର୍ସ ଓ ଫିଲ୍ଟର ଇମେଜରେ ଦୁଇଟି ଆଉ ସିକ୍ୟୁରିଟିକୁ ଆଡ କରିଛନ୍ତି|

Leave a Reply

Your email address will not be published. Required fields are marked *