ଦେଖନ୍ତୁ ଭିଡ଼ିଓ : ଲୋକଙ୍କ ରାସ୍ତା ଅଟକାଇ ମଜାରେ ଗେଟ ଉପରେ ବସିଥିଲା ବିଲେଇ, ଏହାପରେ କୁକୁରଟି ଆସି ଯାହାକଲା ଆପଣ ନହସି ରହି ପାରିବେ ନାହିଁ

ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥାଏ। ଏମାନଙ୍କ ମଧ୍ୟରୁ କିଛି ଭିଡ଼ିଓ ତ ଏତେ ଭିନ୍ନ ହୋଇଥାଏ କି, ଏହାକୁ ଦେଖିବାପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଏବେ ଏହିପରି ର୍କ ଭିଡ଼ିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି। ଭିଡ଼ିଓରେ ଗୋଟେ ବିଲେଇକୁ କୁକୁରଟି ଗେଟ ପାଖରେ ଘର ଭିତରକୁ ଟେକି ନେଉଛି।

ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ Humor and Animals ନାମକ ଟ୍ୱିଟର ଆକାଉଣ୍ଟରୁ ଶେୟର କରାଯାଇଥିଲା। ଭିଡ଼ିଓ ସହିତ କ୍ୟାପ୍ସନରେ ଲେଖାଅଛି, କଣ ମୋତେ ସେହି ବିଲେଇକୁ ପୁଣିଥରେ ଆଣିବାର ଅଛି କି। ଭିଡ଼ିଓରେ ଦେଖାଯାଉଛି ଗୋଟିଏ ବିଲେଇ ପ୍ରବେଶ ଦ୍ୱାର ଗେୟ ପାଖରେ ରାସ୍ତା ଅଟକାଇ ବସିଛି। ଏହାପରେ ଜଣେ ମହିଳା ଫର୍ଶରେ ବସିଥିବା ଏକ କୁକୁରକୁ ନିର୍ଦ୍ଦେଶ ଦେଉଛନ୍ତି।

ଏହି ଭିଡ଼ିଓର କିଛି ସମୟ ପରେ କୁକୁରଟି ଉଠି ବିଲେଇ ଆଡ଼କୁ ଯାଉଛି। ଏହାସହ ଫୁଟେଜରୁ ଦେଖାଯାଉଛି କେଉଁଭଳି ଭାବରେ ବିଲେଇକୁ ଉଠାଇ କୁକୁରଟି ତାକୁ ଘର ଭିତରକୁ ନେଇଆସୁଛି। ଖବର ଲେଖାଯିବା ଆଗରୁ ଏହାକୁ ଏକଲକ୍ଷରୁ ଅଧିକ ବାର ଦେଖାଯାଇସାରିଛି ଓ ବହୁତ କମେଣ୍ଟ ମଧ୍ୟ ଆସିଛି। କୁକୁର ଓ ବିଲେଇର ଏହି ଭିଡ଼ିଓରେ ଲୋକମାନେ ବହୁତ କମେଣ୍ଟ ଦେଉଛନ୍ତି।

ଏହି ଭିଡ଼ିଓ ଦେଖିବାପରେ ଜଣେ ୟୁଜର୍ସ ବହୁତ ହସି ଥିଲେ ସେହିପରି ଆଉଜଣେ କହିଥିଲେ, ମାନବ ଦ୍ୱାରା ପଶୁ କାମ କରିବାର ଦୃଶ୍ୟ ବହୁତ ମନୋରଂଜନ ଅଟେ। ଏହି ଭିଡ଼ିଓକୁ ବହୁତ ପସନ୍ଦ କରାଯାଉଛି ଓ ଏହି ଭିଡ଼ିଓକୁ ଲୋକମାନେ ବହୁତ ଶେୟର ମଧ୍ୟ କରୁଛନ୍ତି। କିଛି ଲୋକଙ୍କ କହିବା ହେଲା ଏହି ଭିଡ଼ିଓ ବହୁତ ସାରା ଲୋକଙ୍କୁ ଖୁସି କରିବ।

Leave a Reply

Your email address will not be published.