ଦେଖନ୍ତୁ ଭିଡ଼ିଓ : ଯୁବକ ଜଣକ ଅଜବ ଷ୍ଟାଇଲରେ ଚଳାଇଲେ ବାଇକ, ଭିଡିଓ ଦେଖିଲେ ଆପଣଙ୍କର ମୁଣ୍ଡ ବୁଲେଇଦେବ

ସୋସିଆଲ ମିଡ଼ିଆ ଆଜିକାଲି ଏପରି ଲୋକମାନଙ୍କ ପାଇଁ ଏକ ସର୍ବୋତ୍ତମ ମାଧ୍ୟମ ପାଲଟିଯାଇଛି, ଯେଉଁମାନେ ସମସ୍ତଙ୍କଠାରୁ କିଛି ଅଲଗା କାମ କରିବାକୁ ଚାହାଁନ୍ତି | କିଛି ନୁଆଁ ଏବଂ କିଛି ଅଲଗା କରି ଏଠାରେ ଲୋକମାନେ ରାତାରାତି ଷ୍ଟାର ହୋଇଯାନ୍ତି | ଏହି ପରିପ୍ରେକ୍ଷୀରେ ଜଣେ ଯୁବକଙ୍କର ଭିଡିଓ ସାମ୍ନାକୁ ଆସିଛି | ସେ ଯେପରି ଭାବରେ ବାଇକ ଚଳାଉଛନ୍ତି, ତାକୁ ଦେଖି ଗୋଟିଏ ମୁହୂର୍ତ୍ତ ପାଇଁ ତ ଲୋକମାନେ ଡରିଯାନ୍ତି, କିନ୍ତୁ ତାପରେ ସେମାନଙ୍କୁ ଏହି ଯୁବକଙ୍କର ଏହି ଷ୍ଟାଇଲ ବହୁତ ଭଲ ଲାଗେ | ଯୁବକଙ୍କ ଷ୍ଟଣ୍ଟର ଏହି ଭିଡିଓ ଦେଖି ଆପଣଙ୍କୁ ମଧ୍ୟ ମଜା ଲାଗିବ |

ଆଜିକାଲି ପ୍ରତ୍ୟେକ ଲୋକ କିଛି ଅଲଗା କରିବାକୁ ଚାହାଁନ୍ତି, ଯାହାଦ୍ୱାରା ସେମାନେ ସମସ୍ତଙ୍କ ନଜରରେ ରହିପାରିବେ | କେହି କେହି ନିଜର ସିଂଗିଙ୍ଗ, ଡ୍ୟାନ୍ସିଂ, କୁକିଙ୍ଗ ଭଳି ସ୍ପେଶାଲ ଟ୍ୟାଲେଣ୍ଟ ଦ୍ୱାରା ଭାଇରଲ ହେବାକୁ ଚାହାଁନ୍ତି ତ ଆଉ କିଛି ଲୋକ ଷ୍ଟଣ୍ଟ କରି | ସେଥିପାଇଁ ତ ଏହି ଯୁବକ ଯେପରି ଭାବରେ ବାଇକ ଚଳାଉଛନ୍ତି, ତାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି | ଆପଣ ଅଧିକାଂଶ ଲୋକଙ୍କୁ ସିଧା ବସି ବାଇକ କିମ୍ବା ସ୍କୁଟି ଚଳାଉଥିବାର ଦେଖିଥିବେ, କିନ୍ତୁ ଏହି ଯୁବକ ଟିକେ ଅଲଗା ଅଟନ୍ତି | ଆଜ୍ଞା ହଁ, ଏହି ଯୁବକ ବାଇକର ଆଗ ହ୍ୟାଣ୍ଡେଲକୁ ଧରି ନୁହେଁ, ବରଂ ସିଟରେ ଓଲଟା ବସି ପଛରୁ ଚଳାଉଛନ୍ତି | ଏହି ଯୁବକଙ୍କର ବାଇକ ଚାଲିବାର ଷ୍ଟାଇଲ ଖୁବ ନିଆରା ଅଟେ | ଆପଣ ହୁଏତ କାହାକୁ ବି ଏହିପରି ବାଇକ ଚଳାଉଥିବାର ଦେଖିନଥିବେ | ଏହି ବ୍ୟକ୍ତି କୌଣସି ଏକ ପେଟ୍ରୋଲ ପମ୍ପରେ ଗୋଲ ଗୋଲ ହୋଇ ବୁଲି ଓଲଟା ବାଇକ ଚଳାଉଛନ୍ତି |

ଦେଖନ୍ତୁ ଏହି ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by 🤟🏻 ENDDD JANTA 🤟🏻 (@enddd_janta)

ସୋସିଆଲ ମିଡିଆରେ ଓଲଟା ବାଇକ ଚଳାଉଥିବା ଏହି ଯୁବକଙ୍କର ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି | ଇନ୍ସଟାଗ୍ରାମରେ ଏହି ଭିଡିଓକୁ enddd_janta ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଲୋକମାନେ ଏହି ଭିଡିଓ କ୍ଲିପକୁ କେବଳ ପରସ୍ପର ମଧ୍ୟରେ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ଲୋକମାନେ ଏହି ଯୁବକଙ୍କ ବାଇକ ଚଳାଇବାର ଷ୍ଟାଇଲକୁ ବହୁତ ପସନ୍ଦ କରୁଛନ୍ତି | ତେବେ ଏହି ଭିଡିଓ କେବେ ଏବଂ କେଉଁ ସ୍ଥାନର ଅଟେ, ଏହା ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ | କିନ୍ତୁ ଯୁବକଙ୍କର ଷ୍ଟଣ୍ଟର ଏହି ଷ୍ଟାଇଲ ବହୁତ ଅଲଗା ଅଟେ | ତେବେ ହଁ, ଆମେ ଆପଣଙ୍କୁ ଏହା କହିବାକୁ ଚାହିଁବୁ ଯେ ଏପରି କାମ କରିବାକୁ ଚେଷ୍ଟା ମଧ୍ୟ କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *