ଭିଣୋଇ ଓ ଶାଳୀଙ୍କ ମଧ୍ୟରେ ପ୍ରେମ , ଶେଷରେ ଘଟିଲା ଏହି ଭୟଙ୍କର କାଣ୍ଡ,ଜାଣନ୍ତୁ ପୁରା ଘଟଣା

ଉତ୍ତର ପ୍ରଦେଶର ବରେଲି ଅଞ୍ଚଳରୁ ଏକ ହଉରାଣ କରିବା ପରି ଘଟଣା ସାମ୍ନାକୁ ଆସିଛି। ଏଠାରେ ଭିଣୋଇ ଓ ଶାଳୀଙ୍କୁ ରାସ୍ତା କଡ଼ରୁ ବେହୋସ ଅବସ୍ଥାରେ ଉଦ୍ଧାର କରାଗଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା କିନ୍ତୁ ତାଙ୍କର ଜୀବନ ବଞ୍ଚିନଥିଲା।

ହସ୍ପିଟାଲରେ ଉଭୟଙ୍କୁ ଭର୍ତ୍ତି କରା ଯାଇଥିଲା:-

ଆପଣଙ୍କୁ ଜଣାଇଦେଉଛୁ କି, ଲୋକମାନେ ବରେଲୀର ଭୋଜିପୁରା ଅଞ୍ଚଳରୁ ଭିଣୋଇ ଓ ଶାଳୀଙ୍କୁ ରାସ୍ତା କଡ଼ରୁ ବେହୋସ ଅବସ୍ଥାରେ ଉଦ୍ଧାର କଲେ। ଯାଞ୍ଚରୁ ଜଣାପଡିଥିଲା ଉଭୟ କଥିତ ଆଧାରରେ ବିଷ ପିଇଥିଲେ। ମାମଲାର ସୂଚନା ପୋଲିସ ପାଇବା ମାତ୍ରକେ ପହଞ୍ଚିଲା ଓ ସେମାନଙ୍କୁ ଜିଲ୍ଲା ହସ୍ପିଟାଲ ପଠାଇଥିଲା। କିନ୍ତୁ ଉଭୟଙ୍କର ମୃତ୍ୟୁ ହୋଇଗଲା। ବ୍ୟକ୍ତି ଜଣକର ବୟସ 26 ବର୍ଷ ଥିବାବେଳେ ଝିଅଟି ବୟସ 22 ଥିଲା।

ଯାଞ୍ଚରୁ ସାମ୍ନାକୁ ଆସିଲା ଏହି ତଥ୍ୟ:-

ପୋଲିସ ଅଧିକାରୀ କହିଥିଲେ କି, ମୃତକ ପାଖ ଜିଲ୍ଲା ପିଲିଭିତ ର ଥିଲା ଓ ତାଙ୍କ ସହିତ ମିଳିଥିବା ମହିଳା ତାଙ୍କ ସ୍ତ୍ରୀ ର ସାନ ଭଉଣୀ ଥିଲେ। ସନ୍ଧାନରୁ ଜଣାପଡ଼ିଛି ବ୍ୟକ୍ତିର ଆଫେୟାର ନିଜ ଶାଳୀ ସହିତ ଥିଲା। ଦୁଇଜଣ ପରସ୍ପର କୁ ବହୁତ ପ୍ରେମ କରୁଥିଲେ। କିନ୍ତୁ ତାଙ୍କର ପରିବାର ଏଥିପାଇଁ ରାଜି ନଥିଲେ। ସେମାନଙ୍କ ଘରେ ଏହି ସମ୍ପର୍କକୁ କଡ଼ା ବିରୋଧ କରୁଥିଲେ । ଏହାପରେ ଶାଳୀ ଓ ଭିଣୋଇ ଘରୁ ବାହାରକୁ ଯାଇ ବିଷ ପିଇଦେଲେ।

ପୋଲିସକୁ ମିଳିଥିଲା ଏହି ସୂଚନା, ଆଡ଼ିଶନାଲ ଏସପି ରାଜକୁମାର ଅଗ୍ରୱାଲଙ୍କ ମତରେ ଡ଼ାୟାଲ 100 କୁ କଲ ଦ୍ୱାରା ମିଳିଥିବା ସୂଚନା ମୁତାବିକ, ଭୋଜିପୁରା ର ସେନ୍ଥଲ ରୋଡ଼ରେ ଦୁଇଜଣ ଦମ୍ପତ୍ତି ବେହୋସ ପଡ଼ିଛନ୍ତି। ପୋଲିସ ଦମ୍ପତ୍ତିଙ୍କୁ ହସ୍ପିଟାଲ ପଠାଇଥିଲେ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହାପରେ ସେ କହିଥିଲେ, ଭିଣୋଇ ଓ ଶାଳୀ ଶବର ପୋଷ୍ଟ ମର୍ଟମ ପରେ ସେମାନଙ୍କ ପରିବାରକୁ ଶବ ଫେରାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *