ପ୍ରଧାନମନ୍ତ୍ରୀ ମୋଦି ଏହି ମାସରେ ଯାଇପାରନ୍ତି ଆମେରିକା, ଏହି ମୁଦ୍ଦା ଉପରେ ବାଇଡେନଙ୍କ ସହିତ କରିବେ ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ମାସରେ ଆମେରିକା ଗସ୍ତରେ ଯାଇପାରନ୍ତି। ବର୍ତ୍ତମାନ ଏହାକୁ ନେଇ କୌଣସି ଅଧିକାରୀକ ପୁଷ୍ଟି ହୋଇନାହିଁ। ନ୍ୟୁଜ ଏଜେନ୍ସି ଏଏନଆଇ ସୂତ୍ର ପକ୍ଷରୁ କହିଛନ୍ତି। ଏହି ଗସ୍ତକୁ ନେଇ ପ୍ରସ୍ତୁତି ଜାରି ରହିଛି। ସେହିପରି ପିଏମ ମୋଦିଙ୍କ ଏହି ଗସ୍ତର ସୂଚନା ରଖୁଥିବା ସୂତ୍ର କହିଲେ କି, ସେଡ୍ୟୁଲକୁ ଅନ୍ତିମ ରୂପ ଦେବା ଏବେ ବାକି ରହିଛି। ପ୍ରାରମ୍ଭିକ ଯୋଜନା ମୁତାବିକ, ମାନାଯାଉଛି କି ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର 23 କିମ୍ବା 24 ତାରିଖରେ ଆମେରିକାରେ ପହଞ୍ଚି ପାରନ୍ତି।

ବାଇଡେନଙ୍କ ସହ ହେବ ସାକ୍ଷାତ:-

ଏହିବର୍ଷର ପ୍ରାରମ୍ଭରେ ରାଷ୍ଟ୍ରପତି ଜୋ ବାଇଡେନ ଶାସନ ଭାର ସମ୍ଭାଳିବା ପରେ ନରେନ୍ଦ୍ର ମୋଦିଙ୍କର ଏହା ପ୍ରଥମ ଆମେରିକା ଗସ୍ତ ହେବ। ବର୍ତ୍ତମାନ ପିଏମ ମୋଦିଙ୍କ କାର୍ଯ୍ୟକ୍ରମକୁ ଅନ୍ତିମ ରୂପ ଦିଆଯାଉଛି। ଯଦି ସବୁକିଛି ସଠିକ ରହିଲା ତାହେଲେ ସେ 22 ରୁ 27 ସେପ୍ଟେମ୍ବରରେ ଆମେରିକା ଗସ୍ତରେ ପହଞ୍ଚିବେ। ଏହାମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟରେ ପ୍ରଥମେ ସିଧା ସାକ୍ଷାତ ହେବ।

ଏହି ଏଜେଣ୍ଡା ଉପରେ ହେବ ଚର୍ଚ୍ଚା:-

ଆଫଗାନିସ୍ତାନ ରେ ହେଉଥିବା ଦ୍ରୁତ ପରିସ୍ଥିତିକୁ ନଜରରେ ରଖି ପିଏମଙ୍କ ଆମେରିକା ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମାନାଯାଉଛି। ଆମେରିକା ରାଷ୍ଟ୍ରପତିଙ୍କ ସହ ମିଟିଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ପ୍ରଶାସନର ଶୀର୍ଷ ଅଧିକାରୀଙ୍କ ସହିତ ମହତ୍ୱପୂର୍ଣ୍ଣ ବୈଠକ କରିବାକୁ ନେଇ ଆଶା ରହିଛି। କୁହାଯାଉଛି କି, ଏହି ଗସ୍ତରେ ମୋଦିଙ୍କ ଏଜେଣ୍ଡାର ଏକ ତଥ୍ୟ ଚୀନ ମୁଦ୍ଦାକୁ ନେଇ ରହିଛି। ଏହାମଧ୍ୟରେ ଉଭୟ ପକ୍ଷ ଚୀନକୁ ନେଇ ଆଲୋଚନା କରିପାରନ୍ତି। ସେହିପରି ଉଭୟ ଦେଶ ହିନ୍ଦ-ପ୍ରଶାନ୍ତ ଉପରେ ମହତ୍ଵ ଆଲୋଚନା କରିବେ। କ୍ୱାଡ଼ ଲିଡ଼ର୍ସର ଶିଖର ସମ୍ମେଳନରେ ମଧ୍ୟ ୱାଶିଂଟନରେ ଯୋଜନା ମନାଯାଉଛି। କୁହାଯାଉଛି ଏହିସମୟରେ ପିଏମ ମୋଦି ଯାତ୍ରା କରିବେ।

Leave a Reply

Your email address will not be published. Required fields are marked *