ଆଇପିଏଲ ୨୦୨୧: ଦିଲ୍ଲୀ କ୍ୟାପିଟାଲ୍ସ ଦେଲା ଶ୍ରେୟସ ଅୟରଙ୍କୁ ଝଟକା,ଏହି ଖେଳାଳୀ ହୋଇପାରେ ଦିଲ୍ଲୀର ଅଧିନାୟକ

ଆଇପିଏଲ ୨୦୨୧ର ଦ୍ଵିତୀୟ ଚରଣରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ରହିବେ। ଏହି ବିଷୟରେ ସୂଚନା ବିସିସିଆଇର ଜଣେ ବରିଷ୍ଠ ସୂତ୍ର ସମାଚାର ଏଜେନ୍ସି ପିଟିଆଇକୁ ଦେଇଛନ୍ତି। ସେ କହିଲେକି, ଅଧିନାୟକ ବିଷୟରେ ଘୋଷଣା କରିବା ଏକ ଔପଚାରିକତା ରହିବ, କାରଣ ଫ୍ରାଞ୍ଚାଇଜଙ୍କର ପ୍ରଥମ ପସନ୍ଦ ଋଷଭ ପନ୍ତ ଅଟନ୍ତି। ଗତ ସପ୍ତାହ ଷ୍ଟାର ସ୍ପୋର୍ଟ୍ସ ଆଇପିଏଲ ପ୍ରବନ୍ଧନ ସାହାଯ୍ୟରେ ସିରିଜ ପାଇଁ କିଛି ପ୍ରମୋ ସୁଟ କରିଲେ। ଏହି ସମୟରେ ସମସ୍ତ ଦଳର ଅଧିନାୟକ ଉପସ୍ଥିତ ଥିଲେ, ଯେଉଁମାନେ ଏହି ସମୟରେ ଇଂଲଣ୍ଡରେ ଅଛନ୍ତି ଓ ଆଇପିଏଲରେ ନିଜର ଦଳର ଅଧିନାୟକତ୍ଵ କରୁଛନ୍ତି। ସେଥିରେ ବିରାଟ କୋହଲୀ(ଆରସିବି), ରୋହିତ ଶର୍ମା(ମୁମ୍ବାଇ ଇଣ୍ଡିଆନ୍ସ), କେଏଲ ରାହୁଲ(ପଞ୍ଜାବ କିଙ୍ଗସ), ଋଷଭ ପନ୍ତ(ଦିଲ୍ଲୀ କ୍ୟାପିଟାଲ୍ସ) ମଧ୍ୟ ଥିଲେ।’

ପନ୍ତ ସମ୍ଭାଳିବେ ବାକି ମ୍ଯାଚରେ ଦଳର ଦାୟିତ୍ଵ:-

ସୂତ୍ର ଆଗକୁ କହିଲେ,’ଯଦି ବିସିସିଆଇ-ଆଇପିଏଲକୁ କୌଣସି ଅନ୍ୟ ଅଧିନାୟକ(ଦିଲ୍ଲୀ କ୍ୟାପିଟାଲ୍ସ) ବିଷୟରେ ଜଣାଥାନ୍ତା ତେବେ ଏହି ପ୍ରମୋ ସୁଟ ହୋଇନଥାନ୍ତା। ସେଥିପାଇଁ ଫ୍ରାଞ୍ଚାଇଜ ଏହାର ଘୋଷଣା ବର୍ତ୍ତମାନ କରନ୍ତୁ କିମ୍ବା କିଛିଦିନ ପରେ କରନ୍ତୁ। ପନ୍ତ ସିଜିନର ବାକି ମ୍ଯାଚର ମୁକାବିଲାରେ ଦଳର ଦାୟିତ୍ଵ ସମ୍ଭାଳିବେ, ଏହାର ସମ୍ପୂର୍ଣ ସମ୍ଭାବନା ଅଛି।’ ଅୟରଙ୍କ କାନ୍ଧରେ ଆଘାତ କାରଣରୁ ଆଇପିଏଲ ୨୦୨୧ର ପ୍ରଥମ ଚରଣ ଖେଳିପାରିନଥିଲେ। ଅୟରଙ୍କ ଅନୁପସ୍ଥିତିରେ ଫ୍ରାଞ୍ଚାଇଜ ପନ୍ତଙ୍କୁ ଦଳର ଦାୟିତ୍ଵ ଦେଇଥିଲା। କିନ୍ତୁ ଅୟର ବର୍ତ୍ତମାନ ସମ୍ପୂର୍ଣ ରୂପେ ଫିଟ ଅଛନ୍ତି। ଜଣାଇଦେଉଛୁକି ଆଇପିଏଲର ୧୪ତମ ସିଜିନର ଦ୍ଵିତୀୟ ଚରଣର ଆରମ୍ଭ ସେପ୍ଟେମ୍ବର ୧୯ରେ ହେଉଅଛି। ଶ୍ରେୟସ ଅୟର ପ୍ରଥମରୁ ୟୁଏଇରେ ନିଜର ଫିଟନେସ କୋଚଙ୍କ ସହିତ ଅଛନ୍ତି।

ଦିଲ୍ଲୀ ପ୍ରଥମ ସ୍ଥାନରେ:-

ପନ୍ତଙ୍କ ଅଧିନାୟକତ୍ଵରେ ଆଇପିଏଲ ୨୦୨୧କୁ ସ୍ଥଗିତ ହେବା ପର୍ଯ୍ଯନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ୮ଟି ମ୍ଯାଚରୁ ୬ଟି ଜିତିଛି ଓ ପ୍ରଥମ ସ୍ଥାନରେ ଅଛି ଯେତେବେଳେକି ଦ୍ଵିତୀୟ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ ଅଛି ଓ ୫ଟି ମ୍ଯାଚ ଜିତିଛି। ବିରାଟଙ୍କ ଦଳ ଆରସିବି ୫ଟି ମ୍ଯାଚ ଜିତ୍ୟ ତୃତୀୟ ସ୍ଥାନରେ ଅଛି। ଜଣାଇଦେଉଛୁକି ୨ ମେ ପର୍ଯ୍ଯନ୍ତ ସମୁଦାୟ ୨୯ଟି ମୁକାବିଲା ଖେଳାଯାଇଥିଲା।

ଅୟର ୨୦୧୮ରୁ ଦଳର ଅଧିନାୟକ:-

ଅୟର ୨୦୧୮ରୁ ଦଳର ଦାୟିତ୍ଵ ସମ୍ଭାଲୁଛନ୍ତି। ସେ ବ୍ୟାଟିଂରେ ଖାସ ପ୍ରଦର୍ଶନ କରିଛନ୍ତି। ୭୯ଟି ମ୍ଯାଚରେ ସେ ୩୧.୪୩ ଓଉସତରେ ୨୨୦୦ ରନ କରିଛନ୍ତି। ଯୁବ ବ୍ୟାଟ୍ସମ୍ୟାନ ୬ଟି ସିଜିନ ଖେଳିଛନ୍ତି, ଯେଉଁଥିରେ ସେ ଚାରୋଟି ସିଜିନରେ ୪୦୦ ରନର ଆଙ୍କଡା ପାର କରିଛନ୍ତି। ୨୦୧୯ରେ ଟାଇଟଲରୁ ବଞ୍ଚିତ ଦିଲ୍ଲୀ ଦଳର ନଜର ଟାଇଟଲ ଉପରେ ରହିବ।

Leave a Reply

Your email address will not be published.