ମୁମ୍ବାଇରେ ଚାକିରୀ କରିବା ସମୟରେ ପ୍ରେମ ଜାଲରେ ଫସାଇଲା ଆଫଗାନି, ତାପରେ ବିବାହ କରି କାବୁଲରେ କରିଦେଲା ବିକ୍ରି,ଜାଣନ୍ତୁ ପୁରା ଘଟଣା

ଆଫଗାନିସ୍ତାନରେ ତାଲିବାନ କବଜା କରିବାମାତ୍ରେ ହିଁ ସେଠିକାର ଅନେକ ନାଗରିକ ଭାରତରେ ଶରଣ ନେଇଛନ୍ତି | ତାଲିବାନ କାରଣରୁ ସେଠାରେ ଭୟର ବାତାବରଣ ରହିଛି ଏବଂ ସମସ୍ତେ ଆଫଗାନିସ୍ତାନରୁ ବାହାରିବାପାଇଁ ସାହାଯ୍ୟ ଭିକ୍ଷା କରୁଛନ୍ତି | ଏହା ମଧ୍ୟରେ ଏପରି ଗୋଟିଏ ମାମଲା ଆସିଛି, ଯେଉଁଥିରେ କାନପୁରର ଯୁବତୀ ଆଫଗାନିସ୍ତାନରେ ଫସି ରହିଛନ୍ତି ଏବଂ ସେ ନିଜ ମାକୁ ଫୋନ କରି ଭାରତ ଫେରିବାପାଇଁ ସାହାଯ୍ୟ କରିବାକୁ କହୁଛି | ଯୁବତୀ ନିଜ ମାକୁ ଫୋନ କରି କହିଛନ୍ତି ଯେ ତାଙ୍କୁ କାବୁଲରୁ ୮୦ କିଲୋମିଟର ଦୂର ଝୁରମୁଟ ନାମକ ସ୍ଥାନରେ ରଖାଯାଇଛି ଏବଂ ତାକୁ ବନ୍ଧକ କରି ମାରପିଟ କରାଯାଉଛି |

ବାବୁ ପୂର୍ବା ଅଂଚଳର ବଗାହୀରେ ରହୁଥିବା ଯୁବତୀଙ୍କ ମା ବହୁତ ଚିନ୍ତିତ ଅଛନ୍ତି | ତାଙ୍କ ମା ଅଭିଯୋଗ କରିଛନ୍ତି ଯେ ଆଫଗାନିସ୍ତାନର ଜଣେ ନାଗରିକ ତାଙ୍କ ଝିଅକୁ ପ୍ରେମ ଜାଲରେ ଫସାଇ ଆଫଗାନିସ୍ଥାନ ନେଇ ଯାଇଥିଲା | ଯେଉଁଠାରେ କି ସେହି ଯୁବକ ତାଙ୍କ ଝିଅକୁ ବିକ୍ରି କରିଦେଲା | ଯୁବତୀଙ୍କ ମା ବାବୁ ପୂର୍ବା ଥାନାର ପୋଲିସ କୁ ଆଫଗାନିସ୍ତାନର ନାଗରିକ ବିରୋଧରେ ମାମଲା ରୁଜୁ କରିବାକୁ କହିଥିଲେ | ଯାହାପରେ ପୋଲିସ ବିଦେଶ ମନ୍ତ୍ରାଳୟ କୁ ଇମେଲ ଦ୍ୱାରା ସୂଚନା ଦେଇଥିଲା |

ଯୁବତୀନଙ୍କ ମା ଶମୀରୁଲ ନିଶାଙ୍କ ଅନୁଯାୟୀ ତାଙ୍କ ଝିଅ ହୀନ ଖାଁ ୨୦୧୩ ମସିହାରେ ମୁମ୍ବାଇରେ ଚାକିରୀ କରିବାକୁ ଯାଇଥିଲେ | ସେଠାରେ ଜଣେ ଆଫଗାନି ଯୁବକଂକିଆ ସହିତ ହିନାଙ୍କ ଦେଖା ହୋଇଥିଲା | ଯିଏ କି ହିନା ଖାଁ ଙ୍କୁ ନିଜ ପ୍ରେମ ଜାଲରେ ଫସାଇଲା ଏବଂ ତାଙ୍କ ସହିତ ବିବାହ କଲା | ବିବାହ କରିବା ପରେ ଯୁବକ ତାଙ୍କୁ ନେଇ ଆଫଗାନିସ୍ଥାନ ଚାଲି ଯାଇଥିଲା | ହିନା କାବୁଲ ରୁ ପ୍ରାୟ ୮୦ କିମି ଦୂରରେ ନିଜ ସ୍ୱାମୀ ସହିତ ରହିବାକୁ ଲାଗିଲେ | ଯାହାପରେ ସ୍ୱସ୍ୱାମୀ ମହମ୍ମଦ ଗନୀ ମୁମ୍ବାଇ କୁ ଫେରି ଆସିଲେ , କିନ୍ତୁ ହୀନ ସେହିଠାରେ ହିଁ ରହିବାକୁ ଲାଗିଲେ |

ଆଫଗାନିସ୍ଥାନ ଉପରେ ତାଲିବାନ କବଜା କରିବା ପରେ ହିଁ ପରିସ୍ଥିତି ବହୁତ ଖରାପ ହେବାକୁ ଲାଗିଲା | ପ୍ରତ୍ୟେକ ବ୍ୟକ୍ତି ଆଫଗାନ ଛାଡିବା ପାଇଁ ବାଧ୍ୟ ହେଲେ | ଏପରି ପରିସ୍ଥିତିରେ ଆଫଗାନି ଯୁବକ ମୋ ଝିଅକୁ ବିକ୍ରି କରିଦେଲା ଏବଂ ନିଜେ ଫେରାର ହୋଇଗଲା | ବର୍ତ୍ତମାନ ମୋ ଝିଅ ମୋତେ ଫୋନ କରି କହିଲା ଯେ ତାଙ୍କୁ ବନ୍ଧା ପକେଇ ଦିଆଯାଇଛି ଏବଂ ତା ସହିତ ମାରପିଟ ମଧ୍ୟ କରାଯାଉଛି |

ଆଗକୁ ଶମୀରୁଲ ନିଶା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇ ସାରିଛି | ସେ ବହୁତ ଗରିବ ଅଟନ୍ତି ଏବଂ ତାଙ୍କର ଗୋଟିଏ ପୁଅ ଅଛି | ଶମୀରୁଲ ନିଶା ଙ୍କ ଅନୁଯାୟୀ ହୀନ ଙ୍କର ୩ଟି ପିଲା ଅଛନ୍ତି | ଅଗଷ୍ଟ ୨୮ ତାରିଖ ରାତିରେ ତାଙ୍କ ପାଖକୁ ହୀନ ଙ୍କ ଫୋନ ଆସିଥିଲା | ଯାହାପରେ ସେ ନିଜ ସହିତ ହୋଇଥିବା ଅମଣବିକ ଘଟଣା ବିଷୟରେ କହିଥିଲେ |

ଶମୀରୁଲ ନିଶାଙ୍କ ଠାରୁ ଡିଏସ୍ପି ସାଉଥ ଯେତେବେଳେ ଝିଅକୁ ନେଇ ଗୋଟିଏ ନିବେଦନ ପତ୍ର ଲେଖି ଦେବାକୁ କହିଲେ, ସେତେବେଳେ ଶମୀରୁଲ ନିଶା କହିବାକୁ ଲାଗିଲେ ଯେ ” ତାଙ୍କ ଝିଅର ଯନ୍ତ୍ରଣା ଏବଂ ହୋଇଥିବା ଅତ୍ୟାଚାର ର କାହାଣୀ ଏତେ ଲମ୍ବା ଯେ ଲେଖିବା ପାଇଁ କାଗଜ ମଧ୍ୟ କାମ ପଡ଼ିଯିବ | ତାପରେ ମଧ୍ୟ ଝିଅ ସହିତ ହୋଇଥିବା ଅନ୍ୟାୟ ଅତ୍ୟାଚାରର କାହାଣୀ କୁ ମୁ ଲେଖି ଦେଉଅଛି | କେବଳ ଜଣେ ମହିଳା ହିଁ ମୋ ଝିଅର ଯନ୍ତ୍ରଣା କୁ ଭଲ ଭାବରେ ବୁଝି ପାରିବ | ଦୟାକରି ମୋ ଝିଅକୁ ବଞ୍ଚାଇ ଦିଅନ୍ତୁ |”

Leave a Reply

Your email address will not be published. Required fields are marked *